ଯେଉଁ ମହିଳାଙ୍କ ଠାରେ ରହିଥାଏ ଏହିସବୁ ଗୁଣ ତାଙ୍କ ସ୍ୱାମୀ ହୋଇଥାନ୍ତି ବହୁତ ଭାଗ୍ୟବାନ ଓ ଧବବାନ ! ଗୃହର ପରବେଶ ରହିଥାଏ ସର୍ବଦା ଶାନ୍ତିର ବାତାବରଣ ।

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ମାଁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବେବେଚନ କରାଯାଏ । କୁହାଯାଏ ଯେ, ଯେଉଁ ଘରେ ସ୍ତ୍ରୀ ରହିଥାନ୍ତି ସେଠାରେ ଲକ୍ଷ୍ମୀ ବାସ କରନ୍ତି । ଗୃହର ଭାଗ୍ୟ ଝିଅବୋହୂଙ୍କ ଭାଗ୍ୟ ସହ ଜଡ଼ିତ ରହିଥାଏ । କିନ୍ତୁ ଯେପରିକି ସମସ୍ତେ ଜାଣନ୍ତି ଯେ ଝିଅମାନେ ପରର ଧନ ହୋଇଥାନ୍ତି । ଏକ କନ୍ୟା ସନ୍ତାନ ସହିତ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ପରିବାରର ଭାଗ୍ୟ ଜଡ଼ିତ ରହିଥାଏ । ବିବାହ ପୂର୍ବରୁ ଝିଅ ନିଜ ଘର ଲୋକଙ୍କୁ ଯତ୍ନ ନିଏ ଏବଂ ବିବାହ ପରେ ନିଜ ଶାଶୁ ଘର ଲୋକଙ୍କୁ ଧ୍ୟାନ ରଖେ । ଗୋଟିଏ ଝିଅର ଭାଗ୍ୟରେ ଅନେକ ଦାୟିତ୍ୱ ରହିଥାଏ । ତାଙ୍କ ଭାଗ୍ୟର ପ୍ରଭାବ ତାଙ୍କ ମାଁ ଘର ତଥା ଶାଶୁ ଘର ଉଭୟ ଉପରେ ପଡ଼ିଥାଏ । ଯଦି କୌଣସି ଯୁବକର ବିବାହ ଭଲ ଗୁଣ ଥିବା ଝିଅ ସହିତ ସମ୍ପାଦନ ହୋଇଯାଏ; ତେବେ ବୁଝିଯାନ୍ତୁ ତାର ଭାଗ୍ୟ ଖୋଲିଗଲା । ଅନ୍ୟପଟେ ଯଦି ତାଙ୍କ ବିବାହ ଏପରି ଏକ ମହିଳା ସହିତ ହେଉଛି, ଯିଏ ସବୁବେଳେ ଝଗଡା କରେ ତେବେ ବୁଝିଯାନ୍ତୁ ତାର ଜୀବନ ନଷ୍ଟ ହେବାକୁ ଯାଉଛି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଝିଅମାନଙ୍କ ଠାରେ ରହିଥିବା ଏପରି କିଛି ଗୁଣ ବିଷୟରେ ଜଣାଇବୁ ଯେଉଁମାନେ ସ୍ୱାମୀଙ୍କ ଜୀବନରେ ସୌଭାଗ୍ୟ ନେଇଆସନ୍ତି । କଣ କଣ ଅଟେ ସେହି ଗୁଣଗୁଡ଼ିକ ଆସନ୍ତୁ ଜାଣିବା ।

ଏହି ଗୁଣ ଥିବା ମହିଳା ହୋଇଥାନ୍ତି ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ :

* କୁହାଯାଏ ଯେ ଯେଉଁ ମହିଳାମାନେ ପୂଜାର୍ଚ୍ଚନା କରିବାକୁ ପସନ୍ଦ କରନ୍ତି ଏବଂ ଯେଉଁମାନଙ୍କ ମନ ପୂଜାପାଠରେ ଅଧିକ ଲାଗେ ଏପରି ମହିଳାଙ୍କ ସ୍ୱାମୀଙ୍କୁ କେବେମଧ୍ୟ ଧନର ଅଭାବ ହୋଇନଥାଏ । ଏହା ସହିତ ଏମାନଙ୍କ ସ୍ୱାମୀ ଯେଉଁ କାର୍ଯ୍ୟ କରନ୍ତି ସେଥିରେ ସଫଳତା ହାସଲ କରନ୍ତି । ଏମାନେ ନିଜ ଦାମ୍ପତ୍ୟ ଜୀବନରେ ଖୁସିରେ ଜୀବନ ଅତିବାହିତ କରନ୍ତି ।

* ଯେଉଁ ମହିଳାଙ୍କ ସ୍ଵଭାବ ଶାନ୍ତ ହୋଇଥାଏ ଏବଂ ଯେଉଁମାନେ ନିଜ ନିୟନ୍ତ୍ରଣ ନ ହରାଇ ସମସ୍ତ ପରିସ୍ଥିତିକୁ ସମ୍ଭାଳି ନିଅନ୍ତି, ଏପରି ମହିଳାମାନଙ୍କ ସ୍ୱାମୀଙ୍କ ଜୀବନ ଖୁସିରେ ଭରିଯାଏ । ଯେଉଁ ସ୍ୱାମୀଙ୍କ ସ୍ତ୍ରୀ ସ୍ଵଭାବ ଏପରି ହୋଇଥାଏ ତାଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହେ । ଏହା ସହିତ ଏପରି ଲୋକଙ୍କ ଉପରେ ମାଁ ଲକ୍ଷ୍ମୀ ମଧ୍ୟ କୃପା ବର୍ଷା କରନ୍ତି ।

* ମହିଳାଙ୍କ ନିକଟରେ ଦୟାଳୁ ଭାବନା ରହିବ ଉଚିତ । ଯେଉଁ ମହିଳାମାନଙ୍କ ନିକଟରେ ଦୟାଳୁ ଭାବନା ରହିଥାଏ, ସେମାନଙ୍କ ଗୃହ ଉନ୍ନତି ଦିଗରେ ଅଗ୍ରସର ହୋଇଥାଏ । ଦାନ ପୁଣ୍ୟ କରୁଥିବା ମହିଳାଙ୍କୁ କେବେମଧ୍ୟ କୌଣସି କ୍ଷେତ୍ରରେ କିଛି ଅଭାବ ହୁଏ ନାହିଁ । ଏପରି ମହିଳାଙ୍କ ସହିତ ହଜାର ହଜାର ଲୋକଙ୍କ ଆଶୀର୍ବାଦ ସାମିଲ ହୋଇଥାଏ । ଏମିତିରେ ଏମାନଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହେ ଓ କେବେମଧ୍ୟ ଧନର ଅଭାବ ହୁଏ ନାହିଁ ।

* ଯେଉଁ ମହିଳାମାନେ ଗୁରୁଜନଙ୍କୁ ସେବା କରନ୍ତି ଏବଂ ତାଙ୍କୁ ସମ୍ମାନ ପ୍ରଦାନ କରନ୍ତି ସେମାନଙ୍କ ଗୃହରେ ମଧ୍ୟ ଧନର ଅଭାବ ଦେଖାଦିଏ ନାହିଁ । ଏପରି ସ୍ତ୍ରୀଙ୍କ ସ୍ୱାମୀଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳେ ଓ ସେମାନେ ନିଜ ଦାମ୍ପତ୍ୟ ଜୀବନରେ ଖୁସିରେ ରୁହନ୍ତି ।

ଯଦି ଆପଣଙ୍କ ଜୀବନରେ ମଧ୍ୟ ଏଭଳି ଗୁଣ ଥିବା ମହିଳା ଅଛନ୍ତି; ତେବେ ଆପଣ ବହୁତ ସୌଭାଗ୍ୟଶାଳୀ ଅଟନ୍ତି । କିମ୍ବା ଆପଣ ଏପରି କୌଣସି ମହିଳାଙ୍କୁ ପ୍ରେମ କରନ୍ତି, ତାଙ୍କ ଠାରେ ଏହିସବୁ ପ୍ରତିଭା ରହିଛି; ତେବେ ବିଳମ୍ବ ନକରି ତାଙ୍କ ସହିତ ବିବାହ କରି ନିଅନ୍ତୁ । ଉପରୋକ୍ତ ବର୍ଣ୍ଣିତ ଗୁଣ ଥିବା ମହିଳାମାନେ ନିଜ ଘର-ପରିବାର ଓ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହୁଅନ୍ତି ।

Be the first to comment

Leave a Reply

Your email address will not be published.


*