RBI ଘୋଷଣା କଲା କରେଣ୍ଟ ଆକାଉଣ୍ଟ ପାଇଁ ନୂତନ ନିୟମ ! ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ନିୟମ ?

ଆରବିଆଇ ଦ୍ୱାରା ବଡ଼ ନିଷ୍ପତ୍ତି ନେଇ କରେଣ୍ଟ ବ୍ୟାଙ୍କ ଖାତା ସହ ଜଡ଼ିତ ନିୟମକୁ ୧୫ ଡିସେମ୍ବର ଠାରୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହା ପୂର୍ବରୁ ଏହାର ଶେଷ ତାରିଖ ୫ ନଭେମ୍ବର ବୋଲି ସ୍ଥିର କରାଯାଇଥିଲା । ନୂତନ ନିୟମ ଅନୁଯାୟୀ, କମ୍ପାନୀ ଗୁଡ଼ିକୁ ସେହି ବ୍ୟାଙ୍କରେ ନିଜର କରେଣ୍ଟ ଆକାଉଣ୍ଟ କିମ୍ବା ଓଭରଡ୍ରାଫ୍ଟ ଆକାଉଣ୍ଟ ଖୋଲାଇବାକୁ ପଡ଼ିବ, ଯାହାଠାରୁ କି ସେମାନେ ଋଣ ନେଉଛନ୍ତି । ଏଥିରୁ ଋଣ ଦାତା କମ୍ପାନୀକୁ କେଶ ଫ୍ଲୋ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିବ । ଏହା ସହିତ ଆରବିଆଇ ବ୍ୟାଙ୍କକୁ ମଧ୍ୟ କହିଛନ୍ତି ଯେ ସେ କରେଣ୍ଟ ଆକାଉଣ୍ଟକୁ ଋଣ ଦେବା ପାଇଁ ବ୍ୟବହାର କରନ୍ତୁ ନାହିଁ । ଏହା ବ୍ୟତୀତ ଋଣ ନେଉଥିବା ବ୍ୟକ୍ତିକୁ ବସ୍ତୁ ଓ ସେବା ଯୋଗାଇ ଦେଉଥିବା କମ୍ପାନୀକୁ ପରିଶୋଧ କରିବାକୁ ପଡ଼ିବ । ଏଥିରୁ ଋଣ ରାଶି ହେରଫେର ଉପରେ ରୋକ୍ ଲାଗିବ ।

ଜାଣନ୍ତୁ କଣ ଅଟେ ନିୟମ

(୧) ଉପଭୋକ୍ତା ବ୍ୟାଙ୍କରୁ ୫ କୋଟି ଟଙ୍କାରୁ କମ୍ ଋଣ ନେଇଛନ୍ତି । ଏପରି କମ୍ପାନୀର ଯେକୌଣସି ବ୍ୟାଙ୍କ କରେଣ୍ଟ ଆକାଉଣ୍ଟ ଖୋଲିପାରିବେ ।

(୨) ବ୍ୟାଙ୍କିଙ୍ଗ ସିଷ୍ଟମରୁ ୫ ଠାରୁ ୫୦ କୋଟି ପର୍ଯ୍ୟନ୍ତ ଋଣ ନେଉଥିବା ଉପଭୋକ୍ତା ମାନଙ୍କ କରେଣ୍ଟ ଆକାଉଣ୍ଟ କେବଳ ଋଣଦାତା ବ୍ୟାଙ୍କରେ ଖୋଲିପାରିବ । ନନ୍ ଲିଡ଼ିଂ ବ୍ୟାଙ୍କ ଏପରି କମ୍ପାନୀ ଗୁଡ଼ିକୁ କେବଳ କଲେକ୍ସନ ଆକାଉଣ୍ଟ ଖୋଲିପାରିବେ ଅର୍ଥାତ ଏଥିରେ କେବଳ ଟଙ୍କା ଆସିପାରିବ । ଏହି ଟଙ୍କାକୁ ଋଣ ଦେଉଥିବା ବ୍ୟାଙ୍କର କେସ୍ କ୍ରେଡ଼ିଟର ଆକାଉଣ୍ଟରେ ପରିଶୋଧ କରିବାକୁ ପଡ଼ିବ । କଲେକ୍ସନ ଆକାଉଣ୍ଟରେ ବ୍ୟାଙ୍କକୁ କୌଣସି ଲାଭ ମିଳେ ନାହିଁ ।

(୩) ବ୍ୟାଙ୍କିଙ୍ଗ ସିଷ୍ଟମରେ ୫୦ କୋଟି ଟଙ୍କାରୁ ଅଧିକ ଋଣ ନେଉଥିବା କମ୍ପାନୀର ଏକ ଋଣଦାତା ବ୍ୟାଙ୍କରେ ଏସ୍କରୋ ଆକାଉଣ୍ଟ ଖୋଲିବାକୁ ପଡ଼ିବ ଓ ଏହି ବ୍ୟାଙ୍କ କରେଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବ । ଏପରି କମ୍ପାନୀକୁ ଅନ୍ୟ ବ୍ୟାଙ୍କ କଲେକ୍ସନ ଆକାଉଣ୍ଟ ଖୋଲିପାରିବ ।

(୪) ବ୍ୟାଙ୍କ କର୍ମଚାରୀ ମାନଙ୍କ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହାକୁ କିପରି ଲାଗୁ କରାଯିବ । ଏହା ସହିତ ଏହି ପ୍ରଶ୍ନ ଉଠୁଛି ଯେ ଏହି ନିୟମ ଗୁଡ଼ିକର ନିରୀକ୍ଷଣ କିପରି କରାଯାଇପାରିବ । ଯଦିଓ, ତାଙ୍କ ଅନୁଯାୟୀ ଏହି ନୂତନ ନିୟମ ଗୁଡ଼ିକ ଓ କଟକଣାର ସବୁଠାରୁ ଅଧିକ ଲାଭ ସରକାରୀ ବ୍ୟାଙ୍କ ଗୁଡ଼ିକୁ ମିଳିବ ।

କାହାକୁ ହେବ ଲାଭ ଓ କାହାର ହେବ କ୍ଷତି

ବର୍ତ୍ତମାନ ଏହା କହିବା ଖୁବ୍ ଶିଘ୍ରତା ହୋଇଯିବ ଯେ କାହାର ଲାଭ ଓ କାହାର ହାନି ଘଟିବ । ବର୍ତ୍ତମାନ ଏହା କୁହାଯାଇପାରିବ ନାହିଁ ଯେ କଣ ଏଚଡ଼ିଏଫସି, ଆଇସିଆଇସିଆଇ ଓ ଏକ୍ସିସ ବ୍ୟାଙ୍କ ଭଳି ବ୍ୟକ୍ତିଗତ ବ୍ୟାଙ୍କ ଗୁଡ଼ିକର କରେଣ୍ଟ ଆକାଉଣ୍ଟ ସଂଖ୍ୟା ହ୍ରାସ ପାଇ ସରକାରୀ ବ୍ୟାଙ୍କ ରେ ବୃଦ୍ଧି ହେବ କିମ୍ବା ବିଦେଶୀ ବ୍ୟାଙ୍କ ସହିତ ରହିବ । ନୂତନ ନିୟମ ଅନୁଯାୟୀ, ବ୍ୟାଙ୍କ ଏପରି ଋଣ ନେଉଥିବା ଲୋକଙ୍କୁ ଚାଲୁ ଖାତା ଖୋଲିପାରିବ ନାହିଁ, ଯାହାଙ୍କ କି ଅନ୍ୟ କୌଣସି ବ୍ୟାଙ୍କ ରେ କେଶ କ୍ରେଡ଼ିଟ ଆକାଉଣ୍ଟ ରହିଥିବ । ସିଏନବିସି ଟିଭି ୧୮ ରିପୋର୍ଟ ଅନୁଯାୟୀ, ଯଦି କୌଣସି ଉପଭୋକ୍ତାଙ୍କ କୌଣସି ବ୍ୟାଙ୍କରେ କେଶ କ୍ରେଡ଼ିଟ୍ ଆକାଉଣ୍ଟ ନାହିଁ ତେବେ ସେ ୩ଟି ବର୍ଗରେ ଆସନ୍ତି ।

କଣ ଅଟେ ଆରବିଆଇ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିର

ଆରବିଆଇ ଏହି ନିଷ୍ପତ୍ତି ସାହାଯ୍ୟରେ ଋଣ ଭାବରେ ନେଇଥିବା ଟଙ୍କାର ହେରଫେର ଉପରେ ରୋକ୍ ଲଗାଇବାକୁ ଚାହେଁ । ବର୍ତ୍ତମାନ ଅଧିକାଂଶ ଋଣ ନେଉଥିବା କମ୍ପାନୀ ସାର୍ବଜନୀକ କ୍ଷେତ୍ରରୁ ବ୍ୟାଙ୍କରୁ ଋଣ ନିଅନ୍ତି, କିନ୍ତୁ ଦୈନନ୍ଦିନ ଆବଶ୍ୟକତା ପାଇଁ କରେଣ୍ଟ ଆକାଉଣ୍ଟ ବିଦେଶୀ କିମ୍ବା ବ୍ୟକ୍ତିଗତ ବ୍ୟାଙ୍କରେ ଖୋଲନ୍ତି । ବାସ୍ତବରେ, ଏହି ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କୁ ଉତ୍ତମ ନଗଦ ପ୍ରବନ୍ଧନର ପ୍ରସ୍ତୁତି କରନ୍ତି । ଅଧିକାଂଶ ବିଦେଶୀ ଓ ବ୍ୟକ୍ତିଗତ କମ୍ପାନୀ ଗୁଡ଼ିକୁ ଅଧିକ ଋଣ ଦିଅନ୍ତି ନାହିଁ, କିନ୍ତୁ ସମସ୍ତ ବ୍ୟାଙ୍କ ଚାହଁନ୍ତି ଯେ କମ୍ପାନୀ ଗୁଡ଼ିକ ନିଜର କରେଣ୍ଟ ଆକାଉଣ୍ଟ ତାଙ୍କ ପାଖରେ ହିଁ ଖୋଲନ୍ତୁ ।

କଣ ଅଟେ କରେଣ୍ଟ ଆକାଉଣ୍ଟ

(୧) କରେଣ୍ଟ ଆକାଉଣ୍ଟ ବ୍ୟବସାୟ ଚଳାଉଥିବା ଲୋକଙ୍କ ପାଇଁ ଏକ ବ୍ୟାଙ୍କ ଖାତା ରହିଥାଏ । ଏହା ଦୈନନ୍ଦିନ ବ୍ୟବସାୟ ଟ୍ରାଞ୍ଜେକ୍ସନ କରିବା ପାଇଁ ସୁଯୋଗ ଦିଏ ।

(୨) କରେଣ୍ଟ ଆକାଉଣ୍ଟରେ ପଡିଥିବା ଟଙ୍କାକୁ ଯେକୌଣସି ସମୟରେ ବ୍ୟାଙ୍କ ଶାଖା କିମ୍ବା ଏଟିଏମରୁ ବାହାର କରିପାରିବେ । ଏଥିରେ କୌଣସି ପ୍ରକାର ବାଧା ନଥାଏ । ଖାତା ଧାରକ ଯେତେ ଥର ଚାହିଁଲେ ଟଙ୍କା ବାହାର ଓ ଜମା କରିପାରିବେ । ଅର୍ଥାତ ଚାଲୁ ଖାତାରେ ଆପଣ ନିଜ ମନରେ ଦିନରେ ଯେତେ ଚାହିଁବେ ସେତେ ଟଙ୍କା ଆଦାନପ୍ରଦାନ କରିପାରିବେ ।

(୩) ବ୍ୟବସାୟର ଆବଶ୍ୟକତା ଅନୁସାରେ କରେଣ୍ଟ ଆକାଉଣ୍ଟରେ ଜମା ଟଙ୍କା ଅଧିକାଂଶ ସମୟରେ ଉପର ତଳ ହୁଏ । ବ୍ୟାଙ୍କ ଏହି ଟଙ୍କାର ବ୍ୟବହାର କରନ୍ତି ନାହିଁ । କହିପାରିବା ଯେ ବ୍ୟାଙ୍କରୁ ମିଳୁଥିବା ଏହା ଏକ ବିଶେଷ ସୁବିଧା ଅଟେ ।

(୪) ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ଯେଉଁଠାରେ ଆପଣଙ୍କୁ ବେଲେନ୍ସ ରର କୌଣସି ସୁଧ ମିଳେ ନାହିଁ । କରେଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ଆପଣ ଭୋଟର ପରିଚୟ ପତ୍ର, ଫଟୋ, ଆଧାର କାର୍ଡ, ପ୍ୟାନ୍ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟର ବ୍ୟବହାର କରିପାରିବେ ।

Be the first to comment

Leave a Reply

Your email address will not be published.


*