ତିନି ଜଣ ପତ୍ନୀ ନିଜ ସ୍ୱାମୀଙ୍କ ପାଇଁ କରିଲେ କରୱାଚୌଥର ବ୍ରତ, ସ୍ୱାମୀଙ୍କୁ ମାନନ୍ତି ରାଜା ଦଶରଥ !

ଚଳିତ ବର୍ଷ ନଭେମ୍ବର ୪କୁ ସାରା ଦେଶର ମହିଳା ଧୁମଧାମରେ କରୱାଚୌଥ ପାଳନ କରିଛନ୍ତି । ହିନ୍ଦୁ ଧର୍ମରେ କରୱାଚୌଥର ଗଭୀର ମହତ୍ତ୍ୱ ରହିଛି । ଏହିଦିନ ସବୁ ସ୍ତ୍ରୀ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷର କାମନା କରିଥାନ୍ତି ଏବଂ ତାଙ୍କ ପାଇଁ ନିର୍ଜଳ ବ୍ରତ ରଖିଥାନ୍ତି । ସୋସିଆଲ ମିଡିଆରେ ଟିଭି ଠାରୁ ଆରମ୍ଭ କରି ବଲିଉଡ ଅଭିନେତ୍ରୀଙ୍କର କରୱାଚୌଥର ବ୍ରତ ଭାଇରାଲ ହେଉଅଛି ।

ଅନେକ ଅଭିନେତ୍ରୀ ଏଥର ନିଜର ପ୍ରଥମ କରୱାଚୌଥ ବ୍ରତ ପାଳନ କରିଛନ୍ତି । ସେମାନଙ୍କର କରୱାଚୌଥର ଲୁକ୍ ସେମାନଙ୍କ ଫ୍ୟାନ୍ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି । ଏଥିମଧ୍ୟରେ ଚିତ୍ରକୁଟ ପରିବାରର କରୱାଚୌଥ ଉତ୍ସବର ଫୋଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଫୋଟରେ ଏପରି କିଛି ରହିଛି ଯାହା ଦେଖି ଲୋକମାନେ ଅଭିନେତ୍ରୀଙ୍କ ଫୋଟ ଦେଖିବା ଭୁଲିଯାଇଛନ୍ତି । କହି ରଖିଛୁ ଯେ ଏହି ଫୋଟରେ ଖାସ୍ ଏହା ଯେ ଏହି ଫୋଟରେ ଜଣେ ସ୍ୱାମୀ ନିଜର ତିନି ଜଣ ସ୍ତ୍ରୀ ସହିତ କରୱାଚୌଥ ବ୍ରତ ଭାଙ୍ଗୁଥିବାର ନଜର ଆସୁଛନ୍ତି ।

ତିନି ପତ୍ନୀ ହେଉଛନ୍ତି ତିନି ଭଉଣୀ :-

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି କରୱାଚୌଥ ଫୋଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଯେତେବେଳେ ଏହି ବିଷୟରେ ତଥ୍ୟ ମିଳିଲା ସେତେବେଳେ ଜଣା ପଡ଼ିଲା ଯେ ଫୋଟଟି ଏକ ଚିତ୍ରକୁଟ ପରିବାରର ବୋଲି । ଯେଉଁଠି କୃଷ୍ଣା ନାମକ ବ୍ୟକ୍ତିଙ୍କର ତିନି ଜଣ ସ୍ତ୍ରୀ ଅଛନ୍ତି । କୃଷ୍ଣାଙ୍କର ତିନି ସ୍ତ୍ରୀ ଶୋଭା, ରୀନା ଏବଂ ପିଙ୍କି ତିନି ଭଉଣୀ ଅଟନ୍ତି । ଏହି ତିନି ଜଣ ଭଉଣୀ ୧୨ ବର୍ଷ ପୂର୍ବରୁ କୃଷ୍ଣାଙ୍କୁ ବିବାହ କରିଛନ୍ତି । ସେବେଠାରୁ ହିଁ ଏହି ତିନିଜଣ ଗୋଟିଏ ଘରେ ହିଁ ରହୁଛନ୍ତି ।

କୁହାଯାଇଥାଏ ଯେ ଏହି ତିନି ଜଣଙ୍କ ମଧ୍ୟରେ କେବେ ମଧ୍ୟ କୌଣସି ପ୍ରକାରର ବିବାଦ ଦେଖା ଯାଇନାହିଁ । ସେମାନେ ଖୁବ୍ ଖୁସିରେ ମିଳିମିଶି ନିଜ ସ୍ୱାମୀଙ୍କ ସହିତ ରହନ୍ତି । ଯେତେବେଳେ ଏହି ପରିବାର ବିଷୟରେ ତଥ୍ୟ ବାହାର କରାଗଲା ସେତେବେଳେ ଜଣା ପଡ଼ିଲା ଯେ ସେହି ତିନି ଭଉଣୀ ଅପାଠୁଆ ନୁହଁନ୍ତି ବରଂ ଗ୍ରାଜୁଏଟ ପାସ୍ । ତିନି ଜଣ ବୁନ୍ଦେଲଖଣ୍ଡ ୟୁନିଭରସିଟିରେ ନିଜର ଗ୍ରାଜୁଏସନ ପଢ଼ା ପୁରା କରିଛନ୍ତି । ଏତେ ଶିକ୍ଷିତା ଭଉଣୀ ମାନଙ୍କୁ ଜଣେ ସ୍ୱାମୀଙ୍କ ପାଖରେ ରହୁଥିବାର ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସାରା ଦୁନିଆ ପାଇଁ ସାଜିଛନ୍ତି ଉଦାହରଣ :-

ସାଧାରଣତଃ ସ୍ତ୍ରୀଙ୍କୁ ନିଜ ସ୍ୱାମୀର କେହି ଅନ୍ୟ ମହିଳା ସହିତ ବନ୍ଧୁତା ରହିବା ମଧ୍ୟ ପସନ୍ଦ ନଥାଏ । ଏହିପରି ଏହି ତିନିଜଣ ଭଉଣୀ ଜଣେ ସ୍ୱାମୀଙ୍କ ସହିତ ଖୁସିରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କୃଷ୍ଣା ଏବଂ ତାଙ୍କ ସ୍ତ୍ରୀ ମାନଙ୍କର ପ୍ରତ୍ୟେକଙ୍କର ଦୁଇ ଦୁଇଟି ସନ୍ତାନ ଅଛନ୍ତି ଏବଂ ସବୁ ପିଲା ପରସ୍ପର ମଧ୍ୟରେ ଖୁବ୍ ଭଲ ଭାବ ନେଇ ଖିସିରେ ରହନ୍ତି । ଏପରି କୁହାଯାଉଛି ଯେ ଏହି ତିନି ଜଣ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଜଣେ ସାଧରାଣ ଲୋକ ନୁହେଁ ବରଂ ରାଜା ଦଶରଥଙ୍କ ଅବତାର ବୋଲି ମାନିଥାନ୍ତି । ତିନି ଜଣଙ୍କ କହିବା କଥା ଯେ ସେମାନେ ଏହିଭଳି ଖୁସିରେ ରହି ସମଗ୍ର ଦୁନିଆକୁ ଏକ ଉଦାହରଣ ଦେବାକୁ ଚାହୁଁଛନ୍ତି । ସେମାନେ କହନ୍ତି ଯେ ଜଣେ ସ୍ତ୍ରୀ ଚାହିଁଲେ ବହୁତ କିଛି କରିପାରେ । ତିନି ଭଉଣୀ ଏହା ମଧ୍ୟ କହିଥାନ୍ତି ଯେ ସେମାନଙ୍କୁ ମାଁ କାଳୀଙ୍କ ଦିବ୍ୟ ଶକ୍ତି ପ୍ରାପ୍ତ ହୋଇଛି । ଯେଉଁ ଶକ୍ତିଙ୍କୁ ପାଥେୟ କରି ସେମାନେ ସମଗ୍ର ଦୁନିଆକୁ ଏହା କହିବାକୁ ଚାହୁଁଛନ୍ତି ଯେ ଜଣେ ସ୍ତ୍ରୀ ନିଜ ଇଚ୍ଛା ଶକ୍ତି ବଳରେ ନିଜେ ହିଁ ନିଜ ସ୍ୱାମୀଙ୍କୁ ରାଜା ଦଶରଥଙ୍କ ସ୍ଥାନରେ ମଧ୍ୟ ରଖି ପାରିବ ।

Be the first to comment

Leave a Reply

Your email address will not be published.


*