ବଂଶଗତ ପକ୍ଷପାତ ଉପରେ ସିଧାସଳଖ କହିଲେ ଅଭିଷେକ ବଚ୍ଚନ, କହିଲେ ” ମୋ ବାପା କେବେ ମଧ୍ୟ ମୋ ପାଇଁ କାହା ସହିତ କଥା ହୋଇ ନାହାଁନ୍ତି ” :-

୨୦୨୦ରେ ବଲିଉଡ ଇଣ୍ଡଷ୍ଟ୍ରିରେ ବଂଶଗତ ପକ୍ଷପାତର ବିଷୟ ଅନେକଥର ଉଠି ସାରିଲାଣି । କେବଳ ଏତିକି ନୁହେଁ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଏହି ବିଷୟ ସବୁଠାରୁ ଅଧିକ ଚର୍ଚ୍ଚାରେ ରହି ଆସିଛି । କଙ୍ଗନା ରନୌତ ବଲିଉଡର ତମାମ ଷ୍ଟାର୍ କିଡ୍ସଙ୍କ ଉପରେ ଦୃଷ୍ଟି ପକାଇଥିଲେ ଯେଉଁମାନେ ବଲିଉଡରେ ନିଜ ବାପା ମାଁଙ୍କ କାରଣରୁ ସ୍ଥାନ ପାଇଛନ୍ତି । ଅନେକ ଷ୍ଟାର ଏହି ବିଷୟରେ କହିବାରୁ ବଞ୍ଚିତ ହେଉଛନ୍ତି ତ କେହି ଏସବୁକୁ ଅଣଦେଖା କରି ଆସୁଛନ୍ତି ।

ଏହି ବଂଶଗତ ପକ୍ଷପାତ ସମ୍ବନ୍ଧରେ ଅନେକ ସମୟରେ ମହାନାୟକଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ନଜରରେ ରଖି ଅନେକ କିଛି ଶୁଣିବାକୁ ମିଳିଛି । ଲୋକଙ୍କ କହିବା କଥା ଯେ ବୋଧହୁଏ ଅମିତାଭ ବଚ୍ଚନଙ୍କ ପୁଅ ଏହି କାରଣରୁ ବଲିଉଡରେ ରହି ଆସିଛନ୍ତି କିନ୍ତୁ ଏହିସବୁ କଥାକୁ ଅଭିଷେକ ବଚ୍ଚନ ସିଧାସଳଖ ମନା କରି ଆସିଛନ୍ତି । ଅଭିଷେକ କହିଛନ୍ତି ଯେ, – ” ଆପଣଙ୍କ କ୍ୟାରିଅର ଦର୍ଶକଙ୍କ ଉପରେ ନିର୍ଭର କରିଥାଏ । ଯଦି ଦର୍ଶକ ମାନେ ଆପଣଙ୍କ କାମକୁ ପସନ୍ଦ କରିବେ କିମ୍ବା ଆପଣଙ୍କୁ ପସନ୍ଦ କରିବେ, ତେବେ ଯାଇ ଆପଣଙ୍କ କ୍ୟାରିଅରର ଉଚ୍ଚ ଶିଖରରେ ପହଞ୍ଚିବ । ”

ବଂଶଗତ ପକ୍ଷପାତ ସମ୍ବନ୍ଧରେ ଅଭିଷେକ ବଚ୍ଚନଙ୍କ କହିବା କଥା ଯେ, – ” ମୋ ବାପା କେବେ ମଧ୍ୟ ମୋ ପାଇଁ କାହା ସହିତ କଥା ହୋଇ ନାହାଁନ୍ତି । ମୋ ପାଇଁ କେବେ କାହାକୁ କୋଲ୍ କରି ନାହାଁନ୍ତି କି ମୋ ପାଇଁ କୌଣସି ଫିଲ୍ମ ବନାଇ ନାହଁନ୍ତି । ” ଅଭିଷେକ ବଚ୍ଚନ କହନ୍ତି ଯେ ଲୋକଙ୍କୁ ଏହା ବୁଝିବା ଦରକାର ଯେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ପ୍ରକାରର ବିଜନେସ୍ ଅଟେ । ପ୍ରଥମ ଫିଲ୍ମ ପରେ ଯଦି ଆପଣଙ୍କ କାମକୁ ପସନ୍ଦ କରାନଯାଏ କିମ୍ବା ଆପଣଙ୍କୁ ପସନ୍ଦ କରାନଯାଏ ତେବେ ଦ୍ୱିତୀୟ ଫିଲ୍ମ ମିଳିବାର ସମ୍ଭାବନା ଖୁବ କମ ହୋଇଯାଏ । ଏହା ଏହି ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ସତ୍ୟତା ଅଟେ । ”

ଅଭିଷେକ ବଚ୍ଚନଙ୍କ କହିବା କଥା ଯେ ବରଂ ସେ ନିଜ ପିତାଙ୍କ ପାଇଁ ଏକ ଫିଲ୍ମର ପ୍ରଯୋଜନା କରିଥିଲେ । କହି ରଖୁଛୁ ଯେ ଅମିତାଭ ବଚ୍ଚନ ଏବଂ ବିଦ୍ୟା ବାଲନଙ୍କ ଫିଲ୍ମ ‘ ପା ‘କୁ ଅଭିଷେକ ବଚ୍ଚନ ପ୍ରଯୋଜନା କରିଥିଲେ । ଅଭିଷେକ ବଚ୍ଚନ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ତାଙ୍କୁ କେଉଁ କେଉଁ ଫିଲ୍ମରୁ ରିପ୍ଲେସ୍ କରାଯାଇଛି । ଅଭିଷେକ ବଚ୍ଚନ ୨୦୦୦ ମସିହାରେ ଫିଲ୍ମ ରିଫ୍ୟୁଜିରୁ ବଲିଉଡରେ ନିଜର ଡେବ୍ୟୁ କରିଥିଲେ ଏବଂ ତାଙ୍କୁ ବୋଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିବାର ୨୦ ବର୍ଷ ହୋଇ ଗଲାଣି କିନ୍ତୁ ତାଙ୍କୁ ଏତେ ସମୟ ମଧ୍ୟରେ ଏତେ ମଧ୍ୟ ଫିଲ୍ମ ମିଳୁନାହିଁ ।

Be the first to comment

Leave a Reply

Your email address will not be published.


*