ଲାଲ୍ ପୁସ୍ତକରେ କଳା ସୂତାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଛି ! ଏହାକୁ ବାନ୍ଧିବା ଦ୍ଵାରା ମିଳିଥାଏ ଅଦ୍ଭୂତ ଲାଭ…

ଲାଲ୍ ପୁସ୍ତକରେ କଳା ସୂତାକୁ ଅତ୍ୟନ୍ତ ଚମତ୍କାରୀ ବୋଲି ବିବେଚନା କରାଯାଇଛି ଏବଂ ସମସ୍ତଙ୍କୁ ଏହି ସୂତା ପିନ୍ଧିବାକୁ ପରାମର୍ଶ ଦିଆଯାଏ । ଲାଲ୍ ପୁସ୍ତକ ଅପେକ୍ଷା ଜ୍ୟୋତିଷ ଵିଜ୍ଞାନରେ ମଧ୍ୟ କଳା ସୂତାକୁ ବାନ୍ଧିବା ଦ୍ଵାରା ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ କରେ ଏବଂ ଏହାକୁ ଶରୀରରେ ବାନ୍ଧିବା ଦ୍ଵାରା ଅଦ୍ଭୂତ ଲାଭ ମିଳିଥାଏ । କଳା ସୂତା ସାହାଯ୍ୟରେ ନକରାତ୍ମକ ଶକ୍ତି ଆପଣଙ୍କ ଠାରୁ ଦୂରରେ ରୁହନ୍ତି ଓ ଏହା ବ୍ୟତୀତ ଆପଣଙ୍କ ଚାରିପାଖର ପରିବେଶ ଅତ୍ୟନ୍ତ ସକରାତ୍ମକ ରହିଥାଏ । ଏହି ଲେଖାରେ ଆମେ ଆପଣଙ୍କୁ କଳା ସୂତା ସହ ଜଡିତ କିଛି ଲାଭ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ଵାରା ଆପଣ ମଧ୍ୟ ଏହି ସୁତା ପିନ୍ଧିବେ ।

* ଖରାପ ଦୃଷ୍ଟିରୁ ବଞ୍ଚାଏ :

କଳା ସୁତା ପିନ୍ଧିବା ଦ୍ଵାରା ବ୍ୟକ୍ତିଙ୍କୁ ଖରାପ ନଜର ଲାଗିନଥାଏ । ଏହି କାରଣ ଯୋଗୁଁ ଅନେକ ଲୋକ ଏହି ସୁତାକୁ ପିନ୍ଧିଥାନ୍ତି । ଛୋଟ ଛୁଆଙ୍କୁ ଖରାପ ନଜର ଶୀଘ୍ର ଲାଗିଯାଏ । ଯେଉଁଥି ପାଇଁ ତାଙ୍କୁ ମଧ୍ୟ ଏହି ସୂତା ବନ୍ଧାଯାଇଥାଏ ।

* ଶନିଦେବଙ୍କ କୃପାଶୀର୍ବାଦ ପ୍ରାପ୍ତ ହେବ :

ଶନିଦେବଙ୍କୁ କଳାରଙ୍ଗ ଅତ୍ୟନ୍ତ ପ୍ରିୟ ଅଟେ । ଏଥିପାଇଁ ଯେଉଁ ଲୋକଙ୍କ ଜାତକରେ ଶନିଗ୍ରହ ଦୁର୍ବଳ ରହିଛି, ସେହି ଲୋକ କଳା ସୂତା ଧାରଣ କରନ୍ତୁ । ଏହାକୁ ଧାରଣ କରିବା ଦ୍ଵାରା ଶନିଗ୍ରହ ଶକ୍ତିଶାଳୀ ହେବ ଓ ଆପଣଙ୍କୁ ଶୁଭ ଫଳ ମଧ୍ୟ ମିଳିବ । ଏହା ସହିତ ଯେଉଁ ଲୋକଙ୍କ ଜାତକରେ ଶନିଦୋଷ ଲାଗିଛି, ସେହି ଲୋକ ମଧ୍ୟ ଏହି ସୂତାକୁ ଅବଶ୍ୟ ପିନ୍ଧନ୍ତୁ । ଏହି କଥାକୁ ଧ୍ୟାନ ରଖିବେ ଯେ, ଏହାକୁ କେବଳ ଶନିବାର ଦିନ ହିଁ ଧାରଣ କରିବେ ।

* ନକରାତ୍ମକ ଶକ୍ତି ରକ୍ଷା କରିବ :

ଯେଉଁ ଲୋକଙ୍କୁ ଭୟ କିମ୍ବା ଡର ଲାଗୁଥାଏ, ସେହି ଲୋକମାନେ କଳା ସୂତାକୁ ଅବଶ୍ୟ ବେକରେ ପିନ୍ଧନ୍ତୁ । ଏହି ସୁତାକୁ ପିନ୍ଧିବା ଦ୍ଵାରା ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଓ ମନରୁ ସବୁପ୍ରକାର ଭୟ ଏବଂ ଡର ଦୂର ହୋଇଯାଇଥାଏ ।

* ଆର୍ଥିକ ଲାଭ ହୋଇଥାଏ :

କଳା ସୁତାକୁ ପିନ୍ଧିବା ଦ୍ଵାରା ଆର୍ଥିକ ଲାଭ ହୋଇଥାଏ । ଏହା ବିଶ୍ୱାସ କରାଯାଏ ଯେ ଯେଉଁ ଲୋକମାନେ ଏହି ସୂତାକୁ ମଙ୍ଗଳବାର ଦିନ ପିନ୍ଧନ୍ତି, ସେହି ଲୋକଙ୍କୁ ଆର୍ଥିକ ଲାଭ ହୋଇଥାଏ । ଆର୍ଥିକ ଲାଭ ପାଇଁ ଏହି ସୂତାକୁ ମଙ୍ଗଳବାର ଦିନ ଡାହାଣ ଗୋଡ଼ରେ ବାନ୍ଧନ୍ତୁ । ଆପଣଙ୍କ ଘରେ ଧନ-ସମୃଦ୍ଧିର ଆଗମନ ହେବାକୁ ଲାଗିବ ।

* ସ୍ୱାସ୍ଥ୍ୟରେ ସୁସ୍ଥତା ବଜାୟ ରହିବ :

ଯେଉଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ ଓ ଯେଉଁମାନଙ୍କ ପେଟ ଯନ୍ତ୍ରଣା ହୋଇଥାଏ, ସେହି ଲୋକ ନିଜ ଗୋଡ଼ର ଆଙ୍ଗୁଠିରେ ଏହି ସୂତାକୁ ବାନ୍ଧିଦିଅନ୍ତୁ । ଏହା କରିବା ଦ୍ଵାରା ଯନ୍ତ୍ରଣା ଦୂର ହୋଇଯିବ ।

* ଘରର କବାଟରେ ବାନ୍ଧନ୍ତୁ :

କଳା ସୁତାକୁ ଘରର ମୁଖ୍ୟ କବାଟରେ ବାନ୍ଧିବା ମଧ୍ୟ ଶୁଭଦାୟକ ହୋଇଥାଏ । ଘରର ମୁଖ୍ୟ କବାଟରେ ଏହାକୁ ବାନ୍ଧିବା ଦ୍ଵାରା ଘରକୁ ଖରାପ ନଜର ଲାଗିନଥାଏ ଓ ଘର ଲୋକଙ୍କ ଜୀବନ ଖୁସିରେ ପରିପୂର୍ଣ୍ଣ ହୋଇଯାଏ । ଘର ବ୍ୟତୀତ ଏହି ସୂତାକୁ ନିଜର ବ୍ୟାପର ସ୍ଥଳରେ ବାନ୍ଧିପାରିବେ ।

କଳା ସୁତା ପିନ୍ଧିବା ପୂର୍ବରୁ ଏହି କଥାକୁ ଧ୍ୟାନ ରଖନ୍ତୁ :

୧. କଳା ସୁତାକୁ ଅଭିମନ୍ତ୍ରିତ କରିବା ପରେ ହିଁ ପିନ୍ଧନ୍ତୁ ।

୨. କଳା ସୁତା ବାନ୍ଧିବା ସମୟରେ ରୁଦ୍ର ଗାୟତ୍ରୀ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ । ଏହି ମନ୍ତ୍ର ଏହି ନିମ୍ନରେ ପ୍ରଦତ୍ତ କରିଛୁ :

ମନ୍ତ୍ର- ଓଁ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋଃ ପ୍ରଚୋଦୟାତ୍ ॥

୩. ଖରାପ ନଜର ଦୂର କରିବା ପରେ ସୁତାକୁ ବାହାର କରି ଜଳରେ ପ୍ରବାହିତ କରନ୍ତୁ ।

Be the first to comment

Leave a Reply

Your email address will not be published.


*