ବଡ ଖବର : ଚଳିତ ବର୍ଷ ଖୋଲିବ ନାହିଁ ବିଦ୍ୟାଳୟ କିନ୍ତୁ…

ଭୁବନେଶ୍ଵର ୦୬/୧୧ : କରୋନା ଯେଉଁ ଭଳି ଭାବରେ ନିଜର କାୟା ବିସ୍ତାର କରିବାରେ ଲାଗିଛି, ସମଗ୍ର ବିଶ୍ଵର ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରିବା ସମ୍ଭବପର ନୁହେଁ । କରୋନା ଯୋଗୁଁ ସମଗ୍ର ବିଶ୍ଵର ଅର୍ଥ ବ୍ୟବସ୍ଥା ମଧ୍ୟ ଦୁର୍ବଳ ହୋଇଯାଇଛି । ଏହା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କ ପାଠପଢା ମଧ୍ୟ ଦୀର୍ଘ ୮ ମାସ ହେଲା ବନ୍ଦ ହୋଇରହିଛି ।

Unlock-୫ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ଦଶହରା ଛୁଟି ପରେ ବିଦ୍ୟାଳୟଗୁଡିକ ଖୋଲିବ ଏବଂ ପାଠପଢା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ । ଅର୍ଥାତ ନଭେମ୍ବର ୩୦ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି SRCଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଅର୍ଥାତ ଚଳିତ ବର୍ଷ ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି । ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସ୍କୁଲ ବନ୍ଦ ସତ୍ତ୍ୱେ ସମସ୍ତ ପ୍ରକାର ପରୀକ୍ଷା ଓ ମୂଲ୍ୟାୟନ ଜାରି ରହିବ । ଅନଲାଇନ/ଦୂରନ୍ତର ଶିକ୍ଷା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି । ଅନଲାଇନ ଶିକ୍ଷା / ଟେଲିକାଉନସେଲିଂ ପାଇଁ ଶିକ୍ଷକ ସ୍କୁଲ ଆସିବେ ।

ଅନ୍‌ଲକ୍-୬ରେ ପୂର୍ବରୁ ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରଯାଇଥିଲା କିନ୍ତୁ ପରିସ୍ଥତିକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସଂଶୋଧନ କରାଯାଇଥିଲା । ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏଁ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା ।

Be the first to comment

Leave a Reply

Your email address will not be published.


*