ସର୍ବଗୁଣ ସମ୍ପାର୍ଣ୍ଣା ହୋଇଥାନ୍ତି ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ! ଜାଣନ୍ତୁ ଏମାନଙ୍କ କିଛି ବିଶେଷ ଓ ରହସ୍ୟମୟ କଥା !

ଯେକୌଣସି ମନୁଷ୍ୟର ରାଶି ସଙ୍ଗେ ସଙ୍ଗେ ତାର ଜନ୍ମ ମାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଜନ୍ମ ମାସରୁ ମଧ୍ୟ ସେହି ମନୁଷ୍ୟ ବ୍ୟବହାର, ସ୍ଵଭାବ, ପସନ୍ଦ, ନାପସନ୍ଦ ଆଦି ବିଷୟରେ ସମ୍ୟକ୍ ନୁହେଁ ବରଂ ବହୁତ କିଛି ଜାଣିହେବ । ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ବିଷୟରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା, କିପରି ହୋଇଥାଏ ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ସ୍ଵଭାବ…

ଦୃଢ଼ ବ୍ୟକ୍ତିତ୍ୱ :

ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ବ୍ୟକ୍ତିତ୍ୱ ବହୁତ ଦମଦାର ହୋଇଥାଏ । ଏହା ସହିତ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ବୁଦ୍ଧି ମଧ୍ୟ ପ୍ରଖର ହୋଇଥାଏ ଏବଂ ନିଜ ବୁଦ୍ଧି ବିବେକ ବଳରେ ସମସ୍ତ ସମସ୍ୟାକୁ ସହଜରେ ସମାଧାନ କରିପାରିଥାନ୍ତି । ଏମାନେ ନିଜ ସମ୍ପର୍କ ଓ ନିଜ କ୍ୟାରିୟରକୁ ବହୁତ ଭଲ ଭାବରେ ନିୟନ୍ତ୍ରଣ କରିଚାଲନ୍ତି, ଯାହା ଫଳରେ ଏମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ କେବେ ମଧ୍ୟ ପରାଜୟକୁ ସ୍ଵୀକାର କରିନଥାନ୍ତି, ଏମାନେ ନିଜର ବିଜୟ ପାଇଁ ନିଜର ଜୀବନ ମଧ୍ୟ ବାଜି ଲଗାଇଦିଅନ୍ତି । ପରିସ୍ଥିତି ଯେତେ କଠିନ ହେଉ ନା କାହିଁକି, ଏମାନେ ଦୃଢ଼ ଭାବରେ ଏହାର ସମ୍ମୁଖୀନ କରିଥାନ୍ତି । ନିଜର ପରିଶ୍ରମ ଓ ନିଷ୍ଠା ବଳରେ ଏମାନେ ଉଚ୍ଚ ଶିଖରରେ ପହଞ୍ଚି ପାରନ୍ତି ।

ଆକର୍ଷକ ବ୍ୟକ୍ତିତ୍ୱ :

ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦରୀ ହୋଇଥାନ୍ତି । ଏମାନଙ୍କୁ ଯିଏ ଦେଖନ୍ତି, ସେହି ବ୍ୟକ୍ତିମାନେ ତୁରନ୍ତ ସେହି ଝିଅଙ୍କ ନିଜର ଦିୱାନା ହୋଇଯାଇଥାନ୍ତି । ଏମାନଙ୍କ ଫ୍ରେଣ୍ଡ ଲିଷ୍ଟ ଅଧିକ ହୋଇଥାଏ ଏବଂ ସମସ୍ତେ ତାଙ୍କର ବନ୍ଧୁ ହେବାକୁ ପସନ୍ଦ କରନ୍ତି ।

ପ୍ରଖର ବୁଦ୍ଧି :

ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅଙ୍କ ବୁଦ୍ଧି ଖୁବ୍ ପ୍ରଖର ହୋଇଥାଏ, ଏହା ସହିତ ଏମାନେ ସମ୍ମୁଖୀନ ବ୍ୟକ୍ତିଙ୍କ ଭାବନକୁ ମଧ୍ୟ ସହଜରେ ବାରି ପାରନ୍ତି । ଏପରି କି ଖୁବ୍ ସହଜରେ ଜାଣିନିଅନ୍ତି ଯେ ସମ୍ମୁଖୀନ ବ୍ୟକ୍ତି କ’ଣ ଚିନ୍ତା କରନ୍ତି ?ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର ବହୁତ ଭଲ ଅଟେ, ଯେଉଁଥିରୁ ଏମାନେ ସମସ୍ତ ପରିସ୍ଥିତିକୁ ଖୁବ୍ ସହଜରେ ନିୟନ୍ତ୍ରଣ କରିନିଅନ୍ତି । ଏତିକି ନୁହେଁ ବରଂ ଏମାନଙ୍କ ସମ୍ମୁଖରେ ଯେବେ ମଧ୍ୟ କୌଣସି ଅସୁବିଧା ଆସିଥାଏ, ତେବେ ଖୁବଶୀଘ୍ର ଏହାର ସମାଧାନର ମାର୍ଗ ବାହାର କରିଦିଅନ୍ତି ।

ପରାଜୟକୁ ସ୍ଵୀକାର କରନ୍ତି ନାହିଁ :

କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ଧୌର୍ଯ୍ୟହରା ହୁଅନ୍ତି ନାହିଁ । ବିଜୟର ପ୍ରବଳ ଇଚ୍ଛା ରଖୁଥିବା ଏହି ଝିଅମାନେ କେବେହେଲେ କାହା ସମ୍ମୁଖରେ ନିଜର ହାର ମାନନ୍ତି ନାହିଁ । ଏମାନଙ୍କ ପରିଶ୍ରମୀ ଗୁଣ ଯୋଗୁଁ ଖୁବଶୀଘ୍ର ସଫଳତା ମିଳିଥାଏ ।

ସହନଶୀଳ :

ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ସହନଶୀଳ ଓ ଶାନ୍ତି ପ୍ରିୟ ହୋଇଥାନ୍ତି । ଏମିତିରେ ଯେତେବେଳେ ଏମାନଙ୍କୁ କେହି କିଛି କହିଦିଅନ୍ତି; ତେବେ ଏହି ସିଧା ଝଗଡା କରିବା ବଦଳରେ କଥାବାର୍ତ୍ତା କରି ବୁଝାମଣା କରିବାକୁ ପସନ୍ଦ କରନ୍ତି । ଏହି ଝିଅମାନେ ବିନା କାରଣରେ କୌଣସି ବିବାଦରେ ନିଜକୁ ସାମିଲ କରନ୍ତି ନାହିଁ ।

ରୋମାଣ୍ଟିକ :

ଏପରି ଝିଅମାନେ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ଜୀବନ ସାଥି ସହିତ ଏମାନଙ୍କ ଯୋଡି ଖୁବ୍ ଭଲ ରହିଥାଏ ଏବଂ ଏମାନଙ୍କ ପ୍ରେମ ଜୀବନ ବହୁତ ଭଲ ହୋଇଥାଏ । ଏତିକି ନୁହେଁ ଏହି ଝିଅମାନେ ବୁଲିବାକୁ ଯିବା ଓ ବନ୍ଧୁଙ୍କ ସହ ପାର୍ଟି କରିବା ମଧ୍ୟ ବହୁତ ପସନ୍ଦ କରିଥାନ୍ତି ।

young couple having romance

ସ୍ଵଭାବରେ ପ୍ରତିଶୋଧ ପରାୟଣ ହୋଇଥାନ୍ତି :

ସେମିତିରେ ଝିଅମାନେ ସମସ୍ତଙ୍କ ସହିତ ଏକାଠ ମିଳିମିଶି ରହିବାକୁ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ତାଙ୍କୁ କୌଣସି ଛଳନାର ଶିକାର ହେବାକୁ ପଡେ, ତେବେ ସେହିପରି କ୍ଷେତ୍ରରେ ଏହିମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ନିଶ୍ଚିତ ଭାବରେ ପ୍ରତିଶୋଧ ନିଅନ୍ତି । ଏହି ଝିଅମାନଙ୍କୁ ଯଦି କେହି କିଛି ଭୁଲ କହିଦିଅନ୍ତି; ତେବେ ଏହାକୁ ସେ କେବେ ଭୁଲନ୍ତି ନାହିଁ ଏବଂ ଯେତେବେଳ ଯାଏଁ ପ୍ରତିଶୋଧ ନେଇନଥାନ୍ତି, ସେତେବେଳେ ଯାଏଁ ଚୁପରେ ବସନ୍ତି ନାହିଁ ।

ସ୍ଵଭାବରେ ଦୟାଳୁ ଓ ଅନ୍ୟକୁ ସାହାଯ୍ୟ କରିବା ଏମାନଙ୍କ ଏକ ବିଶେଷ ଗୁଣ :

ଏହି ଝିଅମାନେ ସର୍ବଦା ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି । ଏମାନଙ୍କୁ ଅନ୍ୟ କାହାର ସାହାଯ୍ୟ କରିବାରେ ସର୍ବଦା ଖୁସି ମିଳେ । ଏଥିସହ ଦୟାଳୁ ମଧ୍ୟ ହୋଇଥାନ୍ତି ।

ସମ୍ପର୍କକୁ ସମ୍ମାନ ଦିଅନ୍ତି :

ଯଦି ତାଙ୍କ ପ୍ରେମ ଜୀବନୀ ବିଷୟରେ ଆଲୋଚନା କରିବା, ତେବେ ସେ ଯାହା ସହିତ ମଧ୍ୟ ସମ୍ପର୍କରେ ଆସନ୍ତି ତା’ସହିତ ସମ୍ପୂର୍ଣ୍ଣ ସ୍ୱାଭିମାନର ସହିତ ସମସ୍ତ ଛୋଟ ଛୋଟ କଥାକୁ ଧ୍ୟାନ ରଖନ୍ତି । ଏହା ବ୍ୟତୀତ ଏମାନେ ନିଜ ଜୀବନ ସାଥୀଙ୍କୁ ବହୁତ ପ୍ରେମ କରନ୍ତି ଏବଂ ନିଜ ଜୀବନସାଥୀଙ୍କ ଠାରୁ ଏହି ଏହା ଆଶା କରନ୍ତି । ଏହି ଝିଅମାନେ ସହନଶୀଳ ହୋଇଥାନ୍ତି, କିନ୍ତୁ ଯଦି ତାଙ୍କ ଜୀବନସାଥୀଙ୍କ ଉପରକୁ କିଛି ଅସୁବିଧା ଆସେ, ତେବେ ଏମାନେ ଯେକୌଣସି ସୀମା ପାର କରିବା ପାଇଁ ପ୍ରସ୍ତୁତ ରୁହନ୍ତି ।

ବହୁତ ଭଲ କ୍ୟାରିୟର ହୋଇଥାଏ :

ନଭେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ କ୍ୟାରିୟର ବିଷୟରେ ଆଲୋଚନା କରିବା; ତେବେ ଏହି ଝିଅମାନେ ଆତ୍ମପ୍ରେରିତ ହୋଇଥାନ୍ତି ଏବଂ ଏମାନେ ଯେଉଁ କାମରେ ହାତ ବଢ଼ାନ୍ତି, ସେଥିରେ ସଫଳତା ହାସଲ କରିଥାନ୍ତି । ଏହା ଝିଅମାନେ ନିଜ କ୍ୟାରିୟରରେ ଅଭିନେତ୍ରୀ, କଳାକାର, ଲେଖିକା, ପୋଲିସ କିମ୍ବା ଗୁପ୍ତଚର ବିଭାଗରେ କାର୍ଯ୍ୟରତ ରୁହନ୍ତି ।

Be the first to comment

Leave a Reply

Your email address will not be published.


*