ଭାରତର ଏହି ରାଜ୍ୟରେ ଖୋଲିଲା ସ୍କୁଲ କିନ୍ତୁ ୨୬୨ ଛାତ୍ରଛାତ୍ରୀ ସମେତ ୧୬୦ ଶିକ୍ଷକ ଶିକ୍ଷୟିତ୍ରୀ ହେଲେ କରୋନାର ଶିକାର !

ଆନ୍ଧ୍ରପ୍ରଦେଶ ୦୬/୧୧: କରୋନାର କାୟା ଦିନକୁ ଦିନ ବଢିବାରେ ଲାଗିଛି । ଏପରି ସ୍ଥଳରେ ସମଗ୍ର ବିଶ୍ଵର ବୈଜ୍ଞାନିକମାନେ କରୋନା ଟୀକା ଉଦ୍ଭାବନ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ତଥାପି କୌଣସି ଦେଶ ମଧ୍ୟ ବର୍ତ୍ତମାନ ସୁଦ୍ଧା ସଫଳତା ହାସଲ କରିପାରିନାହାନ୍ତି । ଏହିପରି ସ୍ଥଳରେ ଦେଶବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦିନକୁ ଦିନ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ଦେଶର ଯୁବପିଡି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ଆଡକୁ ଗାଡି କରୁଛି । ଏହିସବୁକୁ ଦ୍ରୁଷ୍ଟି ରଖି ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାର ଦୁଇ ନଭେମ୍ବରରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ ଓ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ମଧ୍ୟ କରିଥିଲେ । କିନ୍ତୁ ଦୁଃଖର ବିଷୟ, ଗତ ଚାରି ଦିନ ମଧ୍ୟରେ ୨୬୨ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ କରୋନା ପଜିଟିଭରେ ସଂକ୍ରମିତ ହୋଇଛନ୍ତି ।

ଆନ୍ଧ୍ରପ୍ରଦେଶରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୨ ନଭେମ୍ବରରେ ସ୍କୁଲ ଖୋଲାଯାଇଥିଲା କିନ୍ତୁ ସ୍କୁଲ ଖୋଲିବାର ଚାରି ଦିନ ପରେ ପାଖାପାଖି ୨୬୨ ଛାତ୍ରଛାତ୍ରୀ ଓ ୧୬୦ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସ୍କୁଲ ଶିକ୍ଷା ଆୟୁକ୍ତ କହିଛନ୍ତି ଯେ ସ୍କୁଲ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ତୁଳନାରେ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ଚିନ୍ତାର ବିଷୟ ନୁହେଁ । ସେ କହିଛନ୍ତି ଯେ ପ୍ରତ୍ୟେକ ସଂସ୍ଥାନରେ କୋଭିଡ-୧୯ ସୁରକ୍ଷା ନିମନ୍ତେ ବିଧିବଦ୍ଧଭାବେ ଓ ସୁପରିକଳ୍ପିତ ଯୋଜନା ପାଳନ କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି ।

ବୀରଭଦ୍ରଦୁ କହିଲେ, ଗତ ୪ ନଭେମ୍ବର ଦିନ ପାଖାପାଖି ଚାରି ଲକ୍ଷ ଛାତ୍ର ସ୍କୁଲ ପହଞ୍ଚିଛନ୍ତି । ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୨୬୨ ଅଟେ, ଯାହା ଚାରି ଲକ୍ଷ ଛାତ୍ରଛାତ୍ରୀଙ୍କ ୦.୧ ପ୍ରତିଶତ ମଧ୍ୟ ନାହିଁ । ଏହା କହିବା ଠିକ ନାହିଁ ଯେ ସ୍କୁଲ ଯିବା କାରଣରୁ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଆମେ ସୁନିଶ୍ଚିତ କରିଛୁ ଯେ ପ୍ରତ୍ୟେକ ଶ୍ରେଣୀରେ ମାତ୍ର ୧୫ କିମ୍ବା ୧୬ ଜଣ ଛାତ୍ର ଉପସ୍ଥିତ ରହିଛନ୍ତି । ଏହା ଚିନ୍ତାର କଥା ନୁହେଁ ।’ ବିଭାଗ ଦ୍ଵାରା ଉପଲବ୍ଧ କରାଯାଇଥିବା ସଂଖ୍ୟା ଅନୁସାରେ, ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପାଇଁ ୯.୭୫ ଲକ୍ଷ ବିଦ୍ୟାର୍ଥୀ ପଞ୍ଜିକୃତ ହୋଇଛି । ଏଥି ମଧ୍ୟରୁ ୩.୯୩ ଲକ୍ଷ ବିଦ୍ୟାର୍ଥୀ ସ୍କୁଲ ଆସିଛନ୍ତି । ପାଖାପାଖି ୧.୧୧ ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ ୯୯,୦୦୦ରୁ ଅଧିକ ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡିକରେ ବିଦ୍ୟାର୍ଥୀଙ୍କୁ ପଢ଼ାଇଛନ୍ତି ।

ଶିକ୍ଷା ଅଟକି ଯିବା ଯୋଗୁଁ ପ୍ରଭାବିତ ହେଲେ ଗରିବ :

ବୀରଭଦ୍ରଦୁ କହିଛନ୍ତି ଯେ ୧.୧୧ ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ ପାଖାପାଖି ୧୬୦ ଜଣ ଶିକ୍ଷକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ କହିଛନ୍ତି ଯେ ଗରିବ ବିଦ୍ୟାର୍ଥୀମାନେ ସ୍କୁଲ ବନ୍ଦ ହେବା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । କାରଣ ସେମାନେ ଅନଲାଇନ୍ କ୍ଲାସ୍ କରିପାରନ୍ତି ନାହିଁ । ସ୍କୁଲ ବନ୍ଦ ରହିବା ଫଳରେ ପ୍ରବାସୀ ଆଦିବାସୀ ଓ ସ୍ଥାନୀୟ ଗ୍ରାମୀଣ ଛାତ୍ରଛାତ୍ରୀ ମାନଙ୍କ ଉପରେ ଗଭୀର ପ୍ରଭାବ ପଡୁଛି । ଶିକ୍ଷା ଅଟକିଯିବା ପରେ ସେମାନଙ୍କ ଅଭିଭାବକମାନେ ତାଙ୍କୁ ବାଲ୍ୟ ବିବାହ ମଧ୍ୟ କରି ଦେଇପାରନ୍ତି । ସେ କହିଛନ୍ତି ଯେ, ‘ଆମ ପାଇଁ ବିଦ୍ୟାର୍ଥୀ ଓ ଶିକ୍ଷକ, ଉଭୟ ଜୀବନ ମହତ୍ତ୍ୱପୂର୍ଣ୍ଣ ଅଟେ ।’ ଆନ୍ଧ୍ରପ୍ରଦେଶରେ ନବମ, ଦଶମ ତଥା ଇଣ୍ଟରମିଡ଼ିଏଟ ଶ୍ରେଣୀ ପାଇଁ ସମସ୍ତ ସରକାରୀ ସ୍କୁଲ କଲେଜ ୨ ନଭେମ୍ବର ଠାରୁ ପୁଣିଥରେ ଖୋଲି ଦିଆଡିଯାଇଛି । ଶ୍ରେଣୀ କକ୍ଷରେ ଭିନ୍ନ ଭିନ୍ନ ଭାବରେ ତଥା ଭିନ୍ନ ଭିନ୍ନ ସମୟରେ ଅଳ୍ପ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ପଠାଇବାର ବନ୍ଦବସ୍ତ କରାଯାଉଛି ।

Be the first to comment

Leave a Reply

Your email address will not be published.


*