ମାଡି ଆସୁଛି ଭୟଙ୍କର ବିପଦ, ଯଦି ଏହା ନ ରହେ, ତେବେ କେହି ମଧ୍ୟ ବଞ୍ଚିବେ ନାହିଁ !

ଆପଣ ଜାଣିଛନ୍ତି କି ଆଜିର ଦିନ ଅର୍ଥାତ ୬ ନଭେମ୍ବର ଦିନକୁ ବିଶ୍ୱସ୍ତରରେ “ଇଣ୍ଟରନେଶନାଲ ଡେ ଫର ପ୍ରିଭେନଟିଂ ଏକ୍ସପୋଲିଟେଶନ ଅଫ ଏନଭାୟାରମେଣ୍ଟ ଇନ୍ ୱାର ଏଣ୍ଡ ଆର୍ମଡ଼ କନଫ୍ଲିକ୍ଟ” ଅର୍ଥାତ ଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷରେ ପରିବେଶର ଶୋଷଣର ପ୍ରତିରୋଧ ପାଇଁ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଏ ।

କିପରି ହେଲା ଆରମ୍ଭ:-

ମିଳିତ ଜାତିସଂଘ ୫ ନଭେମ୍ବର ୨୦୦୧ ରୁ ୬ ନଭେମ୍ବରକୁ “ଇଣ୍ଟରନ୍ୟାଶନାଲ ଡେ ଫର ପ୍ରିଭେନଟିଂ ଏକ୍ସପୋଲିଟେଶନ ଅଫ ଏନଭାୟାରମେଣ୍ଟ ଇନ୍ ୱାର ଏଣ୍ଡ ଆର୍ମଡ଼ କନଫ୍ଲିକ୍ଟ” ଭାବରେ ପାଳନ କରିବାକୁ ଘୋଷଣା କରିଥିଲା । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଯୁଦ୍ଧ ହେଉଥିବା ପରିବେଶର କ୍ଷତିର ସଂରକ୍ଷଣ ପାଇଁ ସଦସ୍ୟ ରାଷ୍ଟ୍ରକୁ ଜାଗ୍ରତ କରିବା ଅଟେ ।

ବିଶ୍ୱର ଅନେକ ଦେଶ ମଧ୍ୟରେ ଆଜି ମଧ୍ୟ ଯୁଦ୍ଧ ଚାଲୁଅଛି କିମ୍ବା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବୈଜ୍ଞାନିକ ମାନଙ୍କର ଅନୁମାନ ଅନୁଯାୟୀ, ପରିବେଶରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଯଦି ଦ୍ରୁତ ବେଗରେ ହ୍ରାସ କରିବାର ଚେଷ୍ଟା ନ କରାଯାଏ, ତେବେ ୨୧ତମ ଶତାବ୍ଦୀ ମଧ୍ୟରେ ହିଁ ମହାପ୍ରଳୟର ପରିସ୍ଥିତି ସୃଷ୍ଟି ହୋଇଯିବ । ଏବଂ ଯୁଦ୍ଧ ଯଦି ବଢିବାକୁ ଲାଗିଲା, ତେବେ ପରିବେଶକୁ କେହି ମଧ୍ୟ ରକ୍ଷା କରିପାରିବେ ନାହିଁ । ତା’ପରେ ଏହି ବିନାଶ ଆହୁରି ଶୀଘ୍ର ହେବ ।

ବିନାଶର କୂଳରେ ମାନବତା:-

କେବଳ ଅପରମ୍ପରାଗତ ଏବଂ ଭୟଙ୍କର ଅସ୍ତ୍ରଶସ୍ତ୍ରର ବ୍ୟବହାର ମାନବତାକୁ ବିନାଶର କୂଳରେ ଆଣି ଠିଆ କରିନାହିଁ ବରଂ ଏହାର ପ୍ରଭାବ ଦ୍ୱାରା ପରିବେଶର ଖରାପ ସନ୍ତୁଳନ ମଧ୍ୟ ମାନବତାକୁ ମହାବିନାଶର ଗାତରେ ଖସିବା ପାଇଁ ବାଧ୍ୟ କରୁଛି । ଯାହାକୁ ରୋକିବାପାଇଁ ଅପରମ୍ପରାଗତ ଅସ୍ତ୍ରଶସ୍ତ୍ରର ପରିବେଶ ଉପରେ ପ୍ରତିକୂଳ ପ୍ରଭାବକୁ ଅଟକାଇବା ପାଇଁ ବର୍ତ୍ତମାନର ଆବଶ୍ୟକତା ରହିଛି ।

ପରିବେଶ ପ୍ରକୃତିର ଅନୁଶାସନ ଅଟେ । ଯେତେବେଳେ ଏହି ଅନୁଶାସନ ଖରାପ ହୋଇଯାଏ, ସେତେବେଳେ ପ୍ରାକୃତିକ ସନ୍ତୁଳନ ମଧ୍ୟ ଅସନ୍ତୁଳିତ ହୋଇଯାଏ । ଯାହାଦ୍ୱାରା ପ୍ରଦୂଷଣ ବଢିବାର ପ୍ରଭାବ ଆହୁରି ଅଧିକ ବୃଦ୍ଧି ପାଇଯାଏ ।

ନାଭିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରର ପ୍ରଭାବ କଣ ହେବ:-

ବୈଜ୍ଞାନିକ ପ୍ରମାଣ ଉପଲବ୍ଧ ରହିଛି, ଯାହା ଏହା କହିଥାଏ ଯେ ଯଦି ବଡ଼ ପରିମାଣରେ ନାଭିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଗଲା, ତେବେ ତାହାଦ୍ୱାରା ବିଶ୍ୱର ପରିବେଶ କେବଳ ପ୍ରଭାବିତ ହେବ ନାହିଁ ବରଂ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଯିବ । ସମ୍ଭାବ୍ୟ ପ୍ରଭାବ ହେବ, ଯେପରିକି ଧୂଳି, ଧୂଆଁ ଏବଂ କଳଙ୍କି ଲାଗିଯିବା କାରଣରୁ ସୂର୍ଯ୍ୟରୁ ପୃଥିବୀକୁ ଆସୁଥିବା ଖରା ଏବଂ ଗରମ କମ୍ ହୋଇଯିବ । ହଠାତ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହାଦ୍ୱାରା ମାନବ ସଭ୍ୟତା ସହ ପ୍ରକୃତିକୁ ମଧ୍ୟ ଭାରି ଆଘାତ ଲାଗିବ । ଯାହାଦ୍ୱାରା ଜୀବଜନ୍ତୁ ସହ ପ୍ରାକୃତିକ ସମ୍ପଦ ଗୁଡିକ ମଧ୍ୟ ନଷ୍ଟ ହୋଇଯିବ ।

ଯୁଦ୍ଧ କ୍ଷତିରେ ମୃତ ସେନା ଏବଂ ନାଗରିକ ସଂଖ୍ୟା, ନଷ୍ଟ ହୋଇଥିବା ଜୀବିକା ଏବଂ ସହର ସଂଖ୍ୟା ପର୍ଯ୍ୟନ୍ତ ଗଣନା କରାଯାଏ କିନ୍ତୁ ଯୁଦ୍ଧ କାରଣରୁ ଅନେକ ଥର ସାମରିକ ଲାଭ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କୁଅଁ ଜଳ, ଫସଲ, ଜଙ୍ଗଲ, ମାଟିର ଉର୍ବରତାକୁ କ୍ଷତି ପହଞ୍ଚା ଯାଇଥାଏ ।

ସଂଯୁକ୍ତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଅନୁଯାୟୀ, ଗତ ୬୦ ବର୍ଷ ମଧ୍ୟରେ ୪୦ ପ୍ରତିଶତ ବିଦ୍ରୋହ ଯୋଗୁଁ ପ୍ରାକୃତିକ ସମ୍ଭଳ ଗୁଡିକ ଭାରି କ୍ଷତି ହୋଇଛି । ଏହାର ଅତିରିକ୍ତରେ ଏହି ବିଦ୍ରୋହରେ କାଠ, ହୀରା, ସୁନା, ତେଲ ଭଳି ଉଚ୍ଚ ମୁଲ୍ୟର ସମ୍ବଳ ଏବଂ ଉର୍ବର ଓ ଜଳ ଭଳି ସୀମିତ ସମ୍ବଳ ମଧ୍ୟ ଭାରି କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ବିପଦରେ ପଡ଼ିଯାଏ ମାନବ ସମାଜର ଅସ୍ତିତ୍ୱ:-

ଯୁଦ୍ଧ ପରିସ୍ଥିତିରେ କୌଣସି କ୍ଷେତ୍ରର ପରିବେଶିକ ସନ୍ତୁଳନ ଖରାପ ହୋଇଗଲେ ତାହାର ବ୍ୟାପକ ପ୍ରଭାବ ଏତେ ଅଧିକ ହୋଇଯାଏ ଯେ ସମଗ୍ର ମାନବ ସମାଜର ଅସ୍ତିତ୍ୱ ବିପଦରେ ପଡ଼ିଯାଏ ।

ଆନୁବଂଶିକ ପ୍ରଭାବ:-

ଯେକୌଣସି ଜୀବର ଶାରୀରିକ ଏବଂ ଶରୀର-ତନ୍ତ୍ରର ଗୁଣକୁ ନିର୍ଦ୍ଧାରିତ କରିଥାଏ । ପିତାମାତାଙ୍କ ଅସମାନତା ଆନୁବଂଶିକ ରୋଗ ରୂପରେ ମାତାପିତାଙ୍କ ଠାରୁ ପିଲାମାନଙ୍କୁ ସ୍ଥାନାନ୍ତରିତ ହୋଇଥାଏ । ଆଲର୍ଜି, ରକ୍ତଚାପ, ମଧୁମେହ ଇତ୍ୟାଦି ପୂର୍ଣ୍ଣ ରୂପରେ ଜିନ ସମ୍ବନ୍ଧୀୟ ନୁହେଁ । ତଥାପି, ଏହି ଜିନଗୁଡିକର ବାତାବରଣ ଦ୍ଵାରା ପାରସ୍ପରିକ କ୍ରିୟା ହେତୁ ଏହି ରୋଗ ହୋଇଥାଏ । ପୋଷଣ, ଚାପ, ହରମୋନ, ଔଷଧ ଏବଂ ଅନ୍ୟ ପରିବେଶ ଆଚରଣ ଦ୍ୱାରା ସେଗୁଡିକ ଅଧିକ ପ୍ରୋତ୍ସାହିତ ହୋଇଯାଆନ୍ତି ।

ବ୍ୟବହାରିକ ପ୍ରଭାବ:-

ମଦ୍ୟପାନ, ଧୂମପାନ, ଔଷଧର ବ୍ୟବହାର, ତମାଖୁ ନିଶା ଏବଂ ଭୋଜନର ଅନିୟମିତ ଅଭ୍ୟାସ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ ।

ପରିବେଶ ପ୍ରଭାବ:-

ପରିବେଶର ଅନେକ ଉପାଦାନ ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାଵ ପକେଇଥାନ୍ତି । ସେମାନଙ୍କୁ ଭୌତିକ, ରାସାୟନିକ, ଜୈବିକ, ସାମାଜିକ ଏବଂ ମାନସିକ ଗୋଷ୍ଟିରେ ବିଭକ୍ତ କରାଯାଇପାରେ । ଏଥିପାଇଁ ପରିବେଶରୁ ହିଁ ମାନବ ଜୀବନ ଅଟେ । ଆମେ ଏହାକୁ ଧ୍ୟାନରେ ରଖି ପରିବେଶକୁ ବଞ୍ଚେଇବାକୁ ହେବ ।

Be the first to comment

Leave a Reply

Your email address will not be published.


*