ରେଖାଙ୍କ କାରଣରୁ ସମସ୍ତଙ୍କ ସାମ୍ନାରେ ଶାହରୁଖଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଅମିତାଭ, କହିଲେ ପୁଣିଥରେ କ୍ଷମା ମାଗିନେବେ !

ମହାନାୟକ ଅମିତାଭ ବଚ୍ଚନ ବର୍ତ୍ତମାନ ପ୍ରସିଦ୍ଧ ଟିଭି ଶୋ ” କୌନ୍ ବନେଗା କରୋଡ଼ପତି “ରେ ଦର୍ଶକଙ୍କ ମନରଞ୍ଜନ କରିବାରେ ନଜର ଆସୁଛନ୍ତି । ଅମିତାଭ ବଚ୍ଚନଙ୍କର ଏହି ଶୋ ପ୍ରାୟ ସବୁବେଳେ ହିଁ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ଭାବରେ ରହିଥାଏ । ଅମିତାଭ ବଚ୍ଚନଙ୍କର ଏହି ଶୋ ମନୁ ସ୍ମୃତିକୁ ନେଇ ପ୍ରଶ୍ନ କରାଯାଇଥିବା ବିବାଦିତ ପ୍ରଶ୍ନ କାରଣରୁ ଚର୍ଚ୍ଚାରେ ରହିଥାଏ । ଶୋ’ରେ ଜଣେ ପ୍ରତିଯୋଗୀଙ୍କୁ ଅମିତାଭ ମନୁ ସ୍ମୃତି ସମ୍ବନ୍ଧରେ ଏକ ପ୍ରଶ୍ନ କରିଥିଲେ ଯେଉଁ କାରଣରୁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ବର୍ତ୍ତମାନ ଅମିତାଭ ଏବଂ ତାଙ୍କ ଶୋ ଅନ୍ୟ କିଛି କାରଣରୁ ଚର୍ଚ୍ଚାରେ ରହିଛି । ଏଥର ରେଖା ରାଣୀ ନାମକ ପ୍ରତିଯୋଗୀ ଅମିତାଭଙ୍କୁ ଶାହରୁଖ ଖାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଛନ୍ତି । ତେଣୁ ଚାଲନ୍ତୁ ପ୍ରକୃତ ଘଟଣା ଜାଣିନେବା ।

ପ୍ରକୃତରେ କୌନ୍ ବନେଗା କରୋଡ଼ପତିର ୧୨ ତମ ସିଜନର ଏକ ଏପିଷୋଡ଼ର ହୋଟ୍ ସିଟରେ ରେଖା ରାନୀ ନାମକ ପ୍ରତିଯୋଗୀ ରହିଥିଲେ । ଖେଳ ସହିତ ରେଖା ନିଜର ପ୍ରତିଭା ଦ୍ଵାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ । ଖେଳ ସମୟରେ ରେଖା ଏହା ମଧ୍ୟ କହିଛନ୍ତି ଯେ ସେ ଶାହରୁଖ ଖାନଙ୍କର ଜଣେ ବଡ଼ ଫ୍ୟାନ୍ ଅଟନ୍ତି ଏବଂ ସେ କୌଣସି କଥାକୁ ନେଇ ଦୁଃଖୀ ଅଛନ୍ତି । ତେଣୁ ଅମିତାଭ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ରେଖା ରାଣୀଙ୍କ ଠାରୁ ଏହା ପଛର କାରଣ ବିଷୟରେ ଜାଣିବାକୁ ଚାହିଁଥିଲେ ।

ରେଖା ରାଣୀ ଏହି ବିଷୟକୁ ଜଣାଇବାକୁ ଯାଇ ମୋହବ୍ବତେ ଫିଲ୍ମର ଏକ ଅଂଶ ସେୟାର କରିଥିଲେ । ରେଖା ଅମିତାଭ ବଚ୍ଚନଙ୍କୁ କହିଥିଲେ ଯେ ଯେତେବେଳେ ଅମିତାଭ ବଚ୍ଚନ ଶାହରୁଖ ଖାନଙ୍କୁ ମୋହବ୍ବତେ ଫିଲ୍ମ ସମୟରେ ଗାଳି କରିଥିଲେ ସେତେବେଳେ ରେଖାଙ୍କୁ ଖୁବ୍ ଖରାପ ଲାଗିଥିଲା । ଏହି ବିଷୟରେ ଯେତେବେଳେ ଅମିତାଭ ବଚ୍ଚନ କହିବା ଆରମ୍ଭ କରିଲେ ସେତେବେଳେ ଦିଲ୍ଲୀରୁ ଆସିଥିବା ପ୍ରତିଯୋଗୀ ରେଖା ରାଣୀ କଭୀ ଖୁଶି କଭୀ ଗମ୍ ଫିଲ୍ମ ବିଷୟରେ ମଧ୍ୟ କହିଥିଲେ । ଏହି ବିଷୟରେ ରେଖା ବ୍ୟାଖ୍ୟା କରି କହିଥିଲେ ଯେ ଫିଲ୍ମରେ ଅମିତାଭ ଶାହରୁଖ ଖାନଙ୍କୁ ଘରୁ ବାହାର କରିଦେଇଥିଲେ । ପ୍ରତଯୋଗୀ ଜଣକ ନିଜ ପିଲା ଦିନର କଥା ସେୟାର କରି କହିଥିଲେ ଯେ, ମୁଁ ମୋହବ୍ବତେ ଫିଲ୍ମ ଦେଖିଥିଲି କିନ୍ତୁ ସେତେବେଳେ ମୁଁ ଖୁବ୍ ଛୋଟ ଥିଲି । ଯେତେବେଳେ ଆପଣ ଫିଲ୍ମରେ ଶାହରୁଖ ଖାନଙ୍କୁ ଘରୁ ବାହାର କରିଦେଇଥିଲେ ସେତେବେଳେ ମୁଁ ଖୁବ୍ କାନ୍ଦିଥିଲି । ତେଣୁ ଏହି ବିଷୟରେ ଅମିତାଭ ନିଜର ମତ ଦେଇଥିଲେ ଯେ ଏହା ସ୍କ୍ରିଫ୍ଟ ଅନୁଯାୟୀ ଥିଲା ।

ଶାହରୁଖଙ୍କୁ କ୍ଷମା ମାଗିଲେ :-

ଯେତେବେଳେ ଅମିତାଭଙ୍କୁ ଏହି ସ୍ଥିତି ନିୟନ୍ତ୍ରଣ ନହେବାର ଅନୁମାନ ହେଲା ସେତେବେଳେ ସେ ଏହି ସ୍ଥିତିକୁ ଶେଷ କରିବାକୁ ପ୍ରୟାସ କରିଥିଲେ । ଶେଷରେ ସେ ପ୍ରତଯୋଗୀଙ୍କୁ କହିଛନ୍ତି ଯେ ସେ ଖୁବ୍ ଦୁଃଖିତ କାରଣ ସେ ରେଖାଙ୍କ ମନରେ କଷ୍ଟ ଦେଇଛନ୍ତି । ଏହାପରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ଶାହରୁଖ ଖାନଙ୍କୁ ହାତ ଯୋଡ଼ି କ୍ଷମା ମାଗିବାର ଦେଖାଯାଇଛି । କେବଳ ଏତିକି ନୁହେଁ ଅମିତାଭ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଶାହରୁଖ ଖାନଙ୍କୁ ଦେଖା କରିବେ ସେତେବେଳେ ପୁଣିଥରେ ତାଙ୍କୁ କ୍ଷମା ମାଗିନେବେ । ଅମିତାଭ ଙ୍କର ଏତେ କିଛି କହିବା ପରେ ଯାଇ ପ୍ରତଯୋଗୀ ଶାନ୍ତ ହେବାର ଦେଖାଯାଇଛି ।

ଅମିତାଭଙ୍କୁ ଖୁବ୍ ସମ୍ମାନ କରନ୍ତି ଶାହରୁଖ :-

ଶୋ’ରେ ପୁଣିଥରେ ଅମିତାଭ ବଚ୍ଚନ ନିଜର ମହାନତାର ଦୃଶ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ବାସ୍ତବ ଜୀବନରେ ଶାହରୁଖ ଖାନ ଅମିତାଭଙ୍କୁ ଖୁବ୍ ସମ୍ମାନ କରନ୍ତି । ଶାହରୁଖ ଖାନ୍ ଅନେକଥର କହି ସାରିଛନ୍ତି ଯେ ସେ ଅମିତାଭ ବଚ୍ଚନଙ୍କୁ ଖୁବ୍ ସମ୍ମାନ ଦିଅନ୍ତି ଏବଂ ତାଙ୍କ ଦ୍ୱାରା ଖୁବ୍ ପ୍ରଭାବିତ ମଧ୍ୟ । ଶାହରୁଖ ଖାନ୍ ମଧ୍ୟ ଅନେକଥର ଅତିଥି ଭାବରେ ଅମିତାଭଙ୍କ ଶୋ’କୁ ଆସିଛନ୍ତି ଏବଂ ଶୋ’ରେ ଶାହରୁଖ ଖାନ୍ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଛୋଟ ଥିଲେ ସେତେବେଳେ ସେ ଅମିତାଭ ବଚ୍ଚନ ଙ୍କ ଫିଲ୍ମ ଦେଖୁଥିଲେ ଏବଂ ଅମିତାଭ ଙ୍କ ଠାରୁ ହିଁ ତାଙ୍କୁ ଅଭିନୟ ର ପ୍ରେରଣା ମିଳିଥିଲା ।

Be the first to comment

Leave a Reply

Your email address will not be published.


*