କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରେମ ଜୀବନର କିଛି ଏହିପରି ରହସ୍ୟ ଖୋଲିଲେ ଅକ୍ଷୟ କୁମାର, କହିଲେ ଏହି ସତ୍ୟ !

ବଲିଉଡରେ ଅଳ୍ପ ସମୟ ମଧ୍ୟରେ ନିଜର ଏକ ଶକ୍ତିଶାଳୀ ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ ଆଜି ବଲିଉଡର ଶ୍ରେଷ୍ଠ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣା ଯାଆନ୍ତି । ଅତୀତରେ ସାହିଦ କପୁରଙ୍କ ସହିତ ଫିଲ୍ମ ‘କବୀର ସିଂହ’ରେ ନିଜର ଚମତ୍କାର ଅଭିନୟ ଦ୍ଵାରା କେବଳ ଲକ୍ଷ ଲକ୍ଷ ହୃଦୟ ଜିତିନାହାଁନ୍ତି ବରଂ ବଲିଉଡରେ ନିଜ ସ୍ତରକୁ ଏକ ପରବର୍ତ୍ତୀ ସ୍ଥାନକୁ ନେଇଯିବାରେ ମଧ୍ୟ କିଆରା ସଫଳ ହୋଇଛନ୍ତି ଏବଂ ଆଜି ସେ ଏତେ ଲୋକପ୍ରିୟ ହୋଇସାରିଛନ୍ତି କି , ତାଙ୍କୁ ଏବେ ଫିଲ୍ମରେ ଅକ୍ଷୟ କୁମାର ଭଳି ବଲିଉଡର ବହୁଚର୍ଚ୍ଚିତ ଏବଂ ପ୍ରସିଦ୍ଧ ଅଭିନେତା ସହିତ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି ।

ଏହି କାରଣରୁ କିଆରା ଅଧିକ ଚର୍ଚ୍ଚାରେ ଦେଖାଯାଉଛନ୍ତି । ଅନ୍ୟପକ୍ଷରେ କିଆରା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଆଜିକାଲି ଅନେକ ଚର୍ଚ୍ଚାରେ ଦେଖିବାକୁ ମିଳୁଛନ୍ତି । ଆପଣ ମଧ୍ୟ କିଆରାଙ୍କ ସହ ଜଡିତ ଏହି ଖବର ଶୁଣିଥିବେ କି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ କିଆରାଙ୍କ ସମ୍ପର୍କ ଅଛି । ତେବେ ଏହି ଖବର କେତେ ସତ ଅଟେ ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟୀକରଣ ହୋଇପାରିନାହିଁ କିନ୍ତୁ ବର୍ତ୍ତମାନ କିଆରାଙ୍କ ସହିତ ତାଙ୍କର ବର୍ତ୍ତମାନ ଫିଲ୍ମରେ ନଜର ଆସୁଥିବା ଅଭିନେତା ଅକ୍ଷୟ କୁମାର କିଛି ଖୁଲାସା କରିଛନ୍ତି ।

ଅନେକଥର କିଆରା ଏବଂ ସିଦ୍ଧାର୍ଥଙ୍କୁ ଏକା ସହିତ ପାର୍ଟି ଉପଭୋଗ କରୁଥିବାର ଦେଖାଯାଇଛି, ଯାହାପରେ ଉଭୟଙ୍କର ଡେଟ୍ କଥା ସାମ୍ନାକୁ ଆସୁଅଛି । ତେବେ ଉଭୟ ଏହି କଥା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି କିନ୍ତୁ ଗତକିଛି ଦିନ ପୂର୍ବରୁ ଅକ୍ଷୟ ଏବଂ କିଆରା କପିଲ ଶର୍ମା ସେଟରେ ପହଞ୍ଚିଥିଲେ, ଯେଉଁଠାରେ କିଆରା କହିଥିଲେ ଯେ ବିବାହ ନ ହେବା ପର୍ଯ୍ୟନ୍ତ ସେ ତାଙ୍କ ପ୍ରେମ ଜୀବନ ବିଷୟରେ କୌଣସି ଖୁଲାସା କରିବେ ନାହିଁ । ଯାହାପରେ କପିଲ କହିଥିଲେ ଯେ କିଆରାଙ୍କ ବିବାହ ଯାହାଙ୍କ ସହ ହେବ, ତାଙ୍କ ପାଇଁ କରତାଳି ହେଉ ।

ତା’ପରେ ଅକ୍ଷୟ ଏହି କଥାରେ କହିଥିଲେ ଯେ କିଆରା ‘ସିଦ୍ଧାର୍ଥ’ଙ୍କର ଅଟନ୍ତି , ଯାହାପରେ କିଆରା ଲାଜେଇ ଯାଇଥିଲେ ଏବଂ ଅନ୍ୟ ଲୋକମାନେ ମଧ୍ୟ ଏହିକଥାରେ ହସିଥିଲେ । ଯେଉଁଠାରେ ମଜା ମଜାରେ ହିଁ ଅକ୍ଷୟ କିଆରାଙ୍କ ସମ୍ପର୍କ ସିଦ୍ଧାର୍ଥଙ୍କ ସହ ନିଶ୍ଚିତ କରି ଦେଇଥିଲେ । ଅନେକ ଦିନ ଧରି ଏମାନଙ୍କ ମଧ୍ୟରେ ନିକଟତରତା ବଢ଼ୁଥିବାର ଦେଖା ଯାଇଥିଲା ଏବଂ ପ୍ରାୟତଃ କାର୍ଯ୍ୟକ୍ରମ କିମ୍ବା ପାର୍ଟିରେ ଏମାନଙ୍କୁ ଏକାସହିତ ଦେଖାଯାଉଥିଲା । ଏଥିସହିତ କିଛିଦିନ ପୂର୍ବରୁ କିଆରା ସିଦ୍ଧାର୍ଥଙ୍କ ପରିବାରକୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ, ଯେଉଁଠାରେ ଉଭୟ ପରିବାରର ମଧ୍ୟ ସାକ୍ଷାତ ହୋଇ ଯାଇଥିଲା । ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ନିଶ୍ଚିତକରଣ ସାମ୍ନାକୁ ଆସିନାହିଁ ।

ଏଥସହିତ ସିଦ୍ଧାର୍ଥ ନିଜ ଆଗାମୀ ଚଳଚ୍ଚିତ୍ର ଶେରଶାହାରେ କିଆରାଙ୍କ ସହ ନଜର ଆସିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ବିଷୟବସ୍ତୁ ଉପରେ କହିବାକୁ ଗଲେ, ଏହା ଏକ କାରଗିଲ ହିରୋ କ୍ୟାପ୍ଟେନ୍ ବିକ୍ରମ ବାବାଙ୍କ ବାୟୋପିକ ଉପରେ ଆଧାରିତ ଅଟେ । ଏବଂ ସିଦ୍ଧାର୍ଥ ଏଥିରେ ବିକ୍ରମ ଏବଂ ତାଙ୍କର ଯାଆଁଳା ଭାଇ ବିଶାଳ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିସହିତ କିଆରାଙ୍କ ବିଷୟରେ କହିବାକୁ ଗଲେ, ଆସନ୍ତା କିଛିଦିନ ମଧ୍ୟରେ ଅକ୍ଷୟ କୁମାରଙ୍କ ସହ ତାଙ୍କର ଆସନ୍ତା ଚଳଚ୍ଚିତ୍ର ଲକ୍ଷ୍ମୀ ମଧ୍ୟ ରିଲିଜ ହେବାକୁ ଯାଉଛି । ଯାହା କରୋନାର ବିପଦକୁ ଦୃଷ୍ଟିରେ ରଖି ହଟଷ୍ଟାରରେ ନଜର ଆସିବାକୁ ଯାଉଛି ।

ଏହାସହିତ କିଆରାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କୁ ପ୍ରଥମଥର ପାଇଁ ବଲିଉଡର ସୁପରଷ୍ଟାର ଖିଲାଡି ଭାଇଙ୍କ ସହ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏବଂ କିଆରାଙ୍କ ପାଇଁ ମଧ୍ୟ ଏହି ଚଳଚ୍ଚିତ୍ର ଏକ ନିର୍ଣ୍ଣୟ କରିବା ଭଳି ଚଳଚ୍ଚିତ୍ର ଅଟେ ।

Be the first to comment

Leave a Reply

Your email address will not be published.


*