ଏଣିକି WhapsApp ମାଧ୍ୟମରେ ଟଙ୍କା ନେଣଦେଣ କରିପାରିବେ !

ନୂଆଦିଲ୍ଲୀ: ଆବାଳ ବୃଦ୍ଧ ବନିତା ପ୍ରାୟ ସମସ୍ତ ହ୍ଵାଟସ୍ ଆପ୍ ସହ ପରିଚିତ । WhatasAppର ଲୋକପ୍ରିୟତା ମଧ୍ୟ ସମଗ୍ର ବିଶ୍ଵରେ ବେଶ ଆଦୃତ । ବର୍ତ୍ତମାନ ଭାରତରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ଜରିଆରେ କେବଳ ମେସେଜ୍ କିମ୍ବା କଲ୍ଲ (Call) ନୁହେଁ ବରଂ ଟଙ୍କା ମଧ୍ୟ ହ୍ଵାଟସ୍ ଆପ୍ ମାଧ୍ୟମରେ ପଠାଇପାରିବା । କମ୍ପାନୀ ହ୍ଵାଟସ୍ ଆପ୍ ମାଧ୍ୟମରେ ଟଙ୍କା ପଠାଇବାର ସୁବିଧା ଉପଲବ୍ଧି କରିଛି । ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ବାଟସଆପକୁ ଅନୁମତି ଦେଇଛି । ଏହାକୁ କିପରି ବ୍ୟବହାର କରାଯିବ, ଆସନ୍ତୁ ଜାଣିବ ।

ଦୀର୍ଘ ସମୟ ଅପେକ୍ଷା ପରେ WhatasApp ମାଧ୍ୟମରେ ଟଙ୍କା ପଠାଇବାର feature ବା ବୈଶିଷ୍ଟ୍ୟ ଭାରତରେ ଉପଲବ୍ଧ ହୋଇଗଲା । ବର୍ତ୍ତମାନ ଆପଣ WhatasApp ମାଧ୍ୟମରେ ଟଙ୍କା କାରବାର ବା ନେଣଦେଣ କରିପାରିବେ । କମ୍ପାନୀ ଏକ ଟୁଇଟ୍‌ରେ କହିଛି ଯେ, ଆଜିଠାରୁ ଭାରତର ଉପଭୋକ୍ତାମାନେ ହ୍ଵାଟସ୍ ଆପ୍ ମାଧ୍ୟମରେ ଟଙ୍କା ପଠାଇ ପାରିବେ । ଏହା ଏକ ନିରାପଦ ଦେୟ ପଦ୍ଧତି ଏବଂ ଏଥିରୁ ଟଙ୍କା ପଠାଇବା ଏକ ବାର୍ତ୍ତା ପଠାଇବା ପରି ସହଜ ସାଧ୍ୟ ମଧ୍ୟ । ବାସ୍ତବରେ, ହ୍ଵାଟସ୍ ଆପ୍ କେବଳ ଭାରତରେ ଏହି ସେବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)ର ଅନୁମୋଦନକୁ ଅପେକ୍ଷା କରିଥିଲା, ଯାହା ଗୁରୁବାର ହ୍ବାଟସଆପକୁ ଅନୁମତି ମିଳିଛି ।

WhatsApp Pay କଣ ?

ଏହା UPI ଆଧାରିତ WhatsAppର ଏକ ପେମେଣ୍ଟ ସେବା, ଯାହା ଫେବୃଆରୀରୁ ଭାରତରେ ପ୍ରଚାଳନ କରିବା ପାଇଁ ବିଧିବଦ୍ଧ ଭାବରେ ପରୀକ୍ଷା କରୁଥିଲା । ବର୍ତ୍ତମାନ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି । ଏହା ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର UPI ସକ୍ଷମ (Enable) ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରିପାରିବେ ଏବଂ ହ୍ଵାଟସ୍ ଆପ୍ ମାଧ୍ୟମରେ ଟଙ୍କା ପଠାଇ ପାରିବେ । ହ୍ଵାଟସ୍ ଆପ୍ ସମସ୍ତ ଲୋକପ୍ରିୟ ବ୍ୟାଙ୍କ ଯେପରିକି HDFC, ICICI, SBI, Axis ବ୍ୟାଙ୍କ ଏବଂ Airtel paymentକୁ ସମର୍ଥନ କରେ ।

ଏହିପରି ଭାବରେ WhatsAppକୁ କରନ୍ତୁ ସେଟଅପ୍ :

* ସର୍ବପ୍ରଥମେ, ଆପଣ ହ୍ଵାଟସ୍ ଅପ୍ ଅପଡେଟ୍ କରିବାକୁ ପଡିବ । ଅପଡେଟ୍ ପରେ ହ୍ଵାଟସ୍ ଆପ୍ Open କରନ୍ତୁ ।

* ବର୍ତ୍ତମାନ ମେନ୍ୟୁ କିମ୍ବା ଡାହାଣ ପାର୍ଶ୍ୱରେ ଥିବା ତିନୋଟି ଡଟ୍ ଆଇକନ୍ ଉପରେ ଟ୍ୟାପ୍ ବା ଟଚ୍ କରନ୍ତୁ । ଏଠାରେ ଆପଣ Payment ସମ୍ବନ୍ଧିତ ଏକ ନୂତନ ବିକଳ୍ପ ଦେଖିପାରିବେ ।

* ପେମେଣ୍ଟକୁ Optionକୁ ଯିବା ପରେ ଆପଣଙ୍କୁ Add Payment ପଦ୍ଧତି (Method)କୁ ଟ୍ୟାପ୍ କରିବାକୁ ପଡିବ ।

* ବର୍ତ୍ତମାନ Accept and Continue ଉପରେ ଟ୍ୟାପ୍ କରନ୍ତୁ । ବର୍ତ୍ତମାନ ଆପଣ ବ୍ୟାଙ୍କଗୁଡିକର ଏକ ତାଲିକା ପାଇବେ ।

* ବ୍ୟାଙ୍କ ଚୟନ (Select) କରିବା ପରେ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରନ୍ତୁ ଏବଂ Verify ବା ଯାଞ୍ଚ ହେବ ।

* Verify କରିବା ସମୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଥିବା ଫୋନ ନମ୍ବରକୁ ଏକ SMS ଆସିବ । ତେଣୁ ଏଠାରେ ଗୋଟିଏ କଥା ମନେରଖନ୍ତୁ ଯେ ଆପଣଙ୍କର ହ୍ଵାଟସ୍ ଆପ୍ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଦେଇଥିବା ନମ୍ବର ସମାନ ରହିବାକୁ ପଡିବ ଆର୍ଥତ ହ୍ଵାଟସ୍ ଆପ୍ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ରହିଥିବା ଦରକାର ।

* Verification (ଯାଞ୍ଚ) ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣଙ୍କୁ ଏକ UPI PIN ସେଟ୍ କରିବାକୁ ପଡିବ, ଯାହାଦ୍ଵାରା ଆପଣ କୌଣସି Payment କରିବା ସମୟରେ UPI PIN ବ୍ୟବହାର କରି payment କରିପାରିବେ ।

WhatsAppରେ କିପରି ପଠାଇବା ଟଙ୍କା ?

ହ୍ଵାଟସ୍ ଆପ୍ ମାଧ୍ୟମରେ ଟଙ୍କା ପଠାଇବା ଏକ SMS କିମ୍ବା କୌଣସି ଫଟୋ ପଠାଇବା ପରି ଅତି ସହଜ ଅଟେ ।

ତେଣୁ ହ୍ଵାଟସ୍ ଆପ୍ ଖୋଲନ୍ତୁ ଏବଂ ଆପଣ ଯେଉଁ ବ୍ୟକ୍ତିଙ୍କୁ ଟଙ୍କା ପଠାଇବାକୁ ଚାହୁଁଥିବେ ସେହି ବ୍ୟକ୍ତିର Contact ବା ସମ୍ପର୍କକୁ ଯାଆନ୍ତୁ ।

ବର୍ତ୍ତମାନ ଯେତେବେଳେ ଆପଣ ନିମ୍ନରେ ସଂଲଗ୍ନ ଆଇକନ୍ ଉପରେ ଟ୍ୟାପ୍ କରିବେ, ଗ୍ୟାଲେରୀ ଏବଂ ଡକ୍ୟୁମେଣ୍ଟ୍ ସହିତ Paymentର Option (ବିକଳ୍ପ) ମଧ୍ୟ ଦେଖାଯିବ ।

ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ଟଙ୍କା ଟାଇପ୍ କରନ୍ତୁ । ଏହା ସହିତ ଆପଣ ନିଜର ମନ୍ତବ୍ୟ ବା ବାର୍ତ୍ତା ମଧ୍ୟ ଲେଖିପାରିବେ ।

ବର୍ତ୍ତମାନ UPI PINରେ Enter କରିବା ପରେ ଟଙ୍କା ଚାଲିଯିବ ।

Be the first to comment

Leave a Reply

Your email address will not be published.


*