ଆର୍ନବଙ୍କ ଗିରଫଦାରୀ ପରେ ପୁଣି ବଢ଼ିଲା ଅଧିକ ଅସୁବିଧା, ମୃତକଙ୍କ ପତ୍ନୀ ଲଗାଇଲେ ଗମ୍ଭୀର ଆରୋପ !

ଦେଶର ଜଣାଶୁଣା ପତ୍ରକାର ଏବଂ ରିପବ୍ଲିକ୍ ଟିଭି ଏଡିଟର – ଇନ୍ ଚିଫ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ୨୦୧୮ ସହିତ ଜଡ଼ିତ ଏକ ମାମଲାରେ ବୁଧବାର ଦିନ ସକାଳେ ପୋଲିସ୍ ତାଙ୍କ ଆବାସରୁ ଗିରଫ କରିଛି । ବରିଷ୍ଠ ପତ୍ରକାର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ କଥିତ ରୂପରେ ଏକ ଇଣ୍ଟିରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବାର ଅଭିଯୋଗ ରହିଛି ଏବଂ ଏହି ଘଟଣାର ତଦନ୍ତ କରି ପୋଲିସ୍ ଆଜି ସକାଳେ ଏହି ବଡ଼ ବଡ଼ ଘଟଣାର ପର୍ଦାଫାସ୍ କରିଛି । ବର୍ତ୍ତମାନ ଏହି ମାମଲାରେ ମୃତକ ଇଣ୍ଟିରିୟର ଡିଜାଇନର ଅନ୍ବୟ ନାଇକଙ୍କ ପତ୍ନୀ ଅକ୍ଷତା ନାଇକ ଅର୍ଣ୍ଣବଙ୍କ ସମସ୍ୟା ଅଧିକ ବଢ଼ାଇ ଦେଇଛନ୍ତି । ଅକ୍ଷତା ନାଇକ ଅର୍ଣ୍ଣବଙ୍କ ଉପରେ ଅନେକ ଗଭୀର ଆରୋପ ଲଗାଇଛନ୍ତି । ‘ ମାୟାନଗରୀ ‘ ମୁମ୍ବାଇରେ ଅକ୍ଷତା ନାଇକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ଅର୍ଣ୍ଣବଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି ଏବଂ ଏହି ସମୟରେ ତାଙ୍କ ଝିଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଦୁହେଁ ମୁମ୍ବାଇ ପୋଲିସକୁ ଏହି ବିଷୟରେ ବର୍ଣ୍ଣନା କରିଛନ୍ତି ।

ଅର୍ଣ୍ଣବଙ୍କ ପାଇଁ ସମସ୍ୟା ବଢ଼ାଇଲେ ଅକ୍ଷତା……..

ମୁମ୍ବାଇରେ ପ୍ରେସ୍ କନଫେରେନ୍ସ ସମୟରେ ମୃତକ ଅନ୍ବୟ ନାଇକଙ୍କ ପତ୍ନୀ ଅକ୍ଷତା ନାଇକ ଅର୍ଣ୍ଣବଙ୍କ ଉପରେ ଆରୋପ ଲଗାଇଛନ୍ତି । ସେ ଅର୍ଣ୍ଣବଙ୍କ ଉପରେ ଅନେକ ଗଭୀର ଆରୋପ ଲଗାଇ କହିଛନ୍ତି ଯେ ” ମୋ ସ୍ୱାମୀ ସୁଇସାଇଡ଼ ନୋଟ୍ ଛାଡ଼ିଥିଲେ, ତାହା ସତ୍ତ୍ୱେ ମଧ୍ୟ କୌଣସି ପ୍ରକାରର ତଦନ୍ତ କରାଯାଇନାହିଁ । ଏହି ସୁଇସାଇଡ଼ ନୋଟରେ ଫିରୋଜ ଶେଖ, ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ସ୍ପଷ୍ଟ ଭାବରେ ରହିଛି । ” ଅକ୍ଷତା ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଠି ଅର୍ଣ୍ଣବଙ୍କ ଉପରେ ୮୩ ଲକ୍ଷ ଟଙ୍କା ବାକି ରହିଛି ସେଠାରେ ଫିରୋଜ ଉପରେ ୪ କୋଟି ଟଙ୍କା ବାକି ରହିଛି । ” ଏହି କାରଣରୁ ମୃତକ ଇଣ୍ଟିରିୟାର ଡିଜାଇନରଙ୍କ ପତ୍ନୀ ଅର୍ଣ୍ଣବଙ୍କ ଷ୍ଟେଟମେଣ୍ଟକୁ ଜ୍ୱାଇଁଟ ସିପି ଅଫିସରେ ମଧ୍ୟ ଜମା କରାଇବା ସମ୍ବନ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହା ଉପରେ ମୃତକଙ୍କ ପତ୍ନୀଙ୍କ କହିବା କଥା ଯେ, ” ଅର୍ଣ୍ଣବଙ୍କୁ ଅଲୀବାଗ ଆସି ଷ୍ଟେଟମେଣ୍ଟ ରେକର୍ଡ଼ କରିବାର ଥିଲା, କିନ୍ତୁ ଏଥିପ୍ରତି ଦୃଷ୍ଟି ଦିଆଗଲା ନାହିଁ ।

ଧମକର ଆରୋପ ….. :-

ଅକ୍ଷତା ନାଇକ ରିପବ୍ଲିକ୍ ଟିଭିର ଏଡିଟର – ଇନ୍ ଚିଫ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଧମକ୍ ଦେବାର ଗମ୍ଭୀର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ଅର୍ଣ୍ଣବଙ୍କ ତରଫରୁ ତାଙ୍କୁ ଅନେକଥର ଧମକ୍ ମଧ୍ୟ ମିଳିଛି । ଯେତେବେଳେ ଟଙ୍କା ମାଗିଛନ୍ତି ସେତେବେଳେ ଏହା ଶୁଣିବାକୁ ପଡ଼ିଛି ଯେ, ” ତୁମ ଝିଅର କ୍ୟାରିଅର ବର୍ବାଦ କରିଦେବି, ଘରକୁ କୋଲରେ ଧମକ୍ ଆସୁଥିଲା ଏବଂ ଯିବା ଆସିବାରେ କେହି ପିଛା ମଧ୍ୟ କରୁଥିଲେ ।

ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା ….. :-

ମାମଲାଟି ୨୦୧୮ ସହିତ ଜଡ଼ିତ । ଅର୍ଣ୍ଣବଙ୍କ ଉପରେ କଥିତ ରୁପରେ ଏହି ଆରୋପ ରହିଛି ଯେ ସେ ମୃତକ ଇଣ୍ଟିରିୟର ଡିଜାଇନର ଅନ୍ୟୟ ନାଇକ ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ । ଅଲୀବାଗରେ ନିଜ ଘରେ ମେ ୨୦୧୮ ରେ ଅନ୍ୟୟ ଏବଂ ତାଙ୍କ ମା ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ଅନ୍ବୟ ଏକ ସୁଇସାଇଡ଼ ନୋଟ୍ ମଧ୍ୟ ଲେଖିଥିଲେ ଏବଂ ସେଥିରେ ସେ ଆତ୍ମହତ୍ୟା ପାଇଁ ଅର୍ଣ୍ଣବଙ୍କ ସହିତ ଆଉ ତିନି ଜଣଙ୍କୁ ଦାୟୀ କରିଛନ୍ତି । ସୁଇସାଇଡ଼ ନୋଟରେ ଏହା ମିଳିଥିଲା ଯେ ଅର୍ଣ୍ଣବ ଅନ୍ବୟଙ୍କୁ ତାଙ୍କ କାମରେ ୮୩ ଲକ୍ଷ ଟଙ୍କା ସୁଝି ନଥିଲେ । କୁହାଯାଇଛି ଯେ ଅନ୍ବୟ ନାଇକ ଅର୍ଣ୍ଣବଙ୍କ ଅଫିସ୍ କାମ କରିଥିଲେ । ପୋଲିସ୍ ଏହି, ମାମଲାକୁ ହାତକୁ ନେଇଥିଲା, କିନ୍ତୁ ସୁଇସାଇଡ଼ ନୋଟରେ ଲେଖାଥିବା ନାମ ଉପରେ କୌଣସି ତଦନ୍ତ କରାଯାଇନଥିଲା କିନ୍ତୁ ମୃତକଙ୍କ ପତ୍ନୀ ଅକ୍ଷତା ହାର ମାନି ନଥିଲେ ଏବଂ ତାଙ୍କ ପରିଶ୍ରମ କାରଣରୁ ଆଜି ପୋଲିସ୍ ଅର୍ଣ୍ଣବ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Be the first to comment

Leave a Reply

Your email address will not be published.


*