ବିବାହ ପରେ ସ୍ୱାମୀଙ୍କ ସହିତ ରୋମାଣ୍ଟିକ୍ ଢଙ୍ଗରେ ଫୋଟ ସେୟାର କରିଲେ କାଜଲ ଅଗ୍ରୱାଲ !

କାଜଲ ଏବଂ ଗୌତମଙ୍କ ଯୋଡ଼ି ଉପରୁ ଉଠିବନି ନଜର :-

ଅଭିନେତ୍ରୀ କାଜଲ ଅଗ୍ରୱାଲ ସ୍ବାମୀ ଗୌତମ୍ କିଚଲୁଙ୍କ ସହିତ ନିଜର ସୁନ୍ଦର ଫୋଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କାଜଲ ଅଗ୍ରୱାଲଙ୍କର ଏହି ଫୋଟ ପ୍ରୀ ୱେଡିଂ ଫଂକ୍ସନର । ଯେଉଁଥିରେ ସେ ସୁନ୍ଦର ଢଙ୍ଗରେ ନଜର ଆସିଛନ୍ତି । ପୁଣି ସେଥିରେ ତାଙ୍କ ସ୍ବାମୀ ମଧ୍ୟ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ଏହି ଫୋଟରେ ଦୁହେଁ ରୋମାଣ୍ଟିକ୍ ପୋଜରେ ମଧ୍ୟ ନଜର ଆସିଛନ୍ତି ।

ମନିଷ ମଲ୍ହୋତ୍ରାଙ୍କୁ ଧନ୍ୟବାଦ :-

କାଜଲ ଅଗ୍ରୱାଲ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହା କହିଛନ୍ତି ଯେ ତାଙ୍କ ଶାଢ଼ୀ ମନିଷ ମାଲ୍ହୋତ୍ରା ଡିଜାଇନ୍ କରିଛନ୍ତି । ସେ ମନିଷ ମଲ୍ହୋତ୍ରାଙ୍କୁ ଏହି ଉପହାର ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ଶାଢ଼ୀକୁ ଜୁନ୍ ମାସରେ ଲୋକଡାଉନ ସମୟରେ ଡିଜାଇନ କରାଯାଇଛି । ପୁଣି ତାହା ସେତେବେଳେ ଯେତେବେଳେ ଏହା ସମ୍ଭବ ନଥିଲା । କାଜଲ ଅଗ୍ରୱାଲ କହିଛନ୍ତି ଯେ ସେ ହୃଦୟରୁ ମନିଷ ମଲ୍ହୋତ୍ରାଙ୍କୁ ଧନ୍ୟବାଦ ଜଣାଉଛନ୍ତି ଏବଂ ତାଙ୍କ କଠିନ ପରିଶ୍ରମ ଏବଂ କାମର ପ୍ରଶଂସା କରୁଛନ୍ତି ।

ଅକ୍ଟୋବର ୩୦ରେ ହୋଇଥିଲା କାଜଲ ଏବଂ ଗୌତମଙ୍କ ବିବାହ :-

କାଜଲ ଅଗ୍ରୱାଲ ଏବଂ ଗୌତମ୍ କିଚଲୁଙ୍କ ବିବାହ ଗତ ଅକ୍ଟୋବର ୩୦ରେ ମୁମ୍ବାଇର ଏକ ହୋଟେଲରେ ହୋଇଥିଲା । କରନା ଭୂତାଣୁ କାରଣରୁ ବିବାହରେ କାଜଲ ଏବଂ ଗୌତମଙ୍କ ପରିବାରର ସଦସ୍ୟ ମାନେ ଏବଂ ଖୁବ୍ ଅନ୍ତରଙ୍ଗ ବନ୍ଧୁ ବାନ୍ଧବ କେବଳ ସାମିଲ ହୋଇଥିଲେ ।

ବିବାହରେ କରାଗଲା କୋଭିଡ୍ ପ୍ରୋଟୋକଲର ପାଳନ :-

କାଜଲ ଅଗ୍ରୱାଲ କହିଛନ୍ତି ଯେ ତାଙ୍କ ବିବାହରେ କୋଭିଡ ପ୍ରୋଟୋକଲର ପାଳନ କରାଯାଇଛି । ତାଙ୍କ ବିବାହ ଛୋଟ ଥିଲା, ସେଥିପାଇଁ ସମସ୍ତ ବନ୍ଧୁ ବର୍ଗଙ୍କୁ ଟେଷ୍ଟ କରାଯାଇଥିଲା ।

ବିବାହରେ ଆସିଥିବା ଲୋକଙ୍କୁ ଜଣାଇଛନ୍ତି ଧନ୍ୟବାଦ :-

କାଜଲ ଅଗ୍ରୱାଲ ବିବାହରେ ସାମିଲ ହୋଇଥିବା ଲୋକୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ପ୍ରକୃତ ପକ୍ଷେ ତାଙ୍କ ବିବାହରେ ସାମିଲ ହୋଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫୋଟ :-

କାଜଲ ଅଗ୍ରୱାଲଙ୍କ ବିବାହ ଉତ୍ସବ ବ୍ୟତୀତ ଅନ୍ୟ ସବୁ ରୀତି ପ୍ରଥାର ଅନେକ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଇଣ୍ଡୋଷ୍ଟ୍ରିର କଳାକାର ମାନେ ଜଣାଇଲେ ଶୁଭେଚ୍ଛା :-

କାଜଲ ଅଗ୍ରୱାଲଙ୍କ ବିବାହରେ ହୁଏତ ଇଣ୍ଡୋଷ୍ଟ୍ରୀର କଳାକାର ସାମିଲ ହୋଇପାରି ନଥିଲେ କିନ୍ତୁ ତଥାପି ସେମାନେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଣ୍ଟରପ୍ରେନ୍ୟୋର୍ ଅଟନ୍ତି ଗୌତମ୍ କିଚଲୁ :-

ଗୌତମ୍ କିଚଲୁ ଜଣେ ଏଣ୍ଟରପ୍ରେନ୍ୟୋର୍ ଏବଂ ଡିସର ଲିଭିଂର ଫାଉଣ୍ଡର ଏବଂ ଏଣ୍ଟିରୀୟର ଡିଜାଇନର ଅଟନ୍ତି । ହାଉସ୍ ଡିଜାଇନ ବ୍ୟତୀତ ତାଙ୍କ କୋମ୍ପାନି ଫର୍ଣିଚର୍, ସାଜସଜ୍ଜା ଜିନିଷ, ପେଣ୍ଟିଙ୍ଗ ଏବଂ ଅନ୍ୟ ଘରକରଣା ଜିନିଷ ରପ୍ତାନି କରନ୍ତି ।

Be the first to comment

Leave a Reply

Your email address will not be published.


*