ଆରମ୍ଭ ହେଲା ଆଦିତ୍ୟ ନାରାୟଣଙ୍କ ବିବାହର ପ୍ରସ୍ତୁତି, ସାମ୍ନାକୁ ଆସିଲା ନିର୍ବନ୍ଧର ଫୋଟ !

ନିକଟରେ ଅଭିନେତା ତଥା ଇଣ୍ଡିଆନ ଆଇଡଲ ର ହୋଷ୍ଟ ଆଦିତ୍ୟ ନାରାୟଣ ଘୋଷଣା କରିଥିଲେ ଯେ ସେ ଚଳିତ ବର୍ଷ ଡିସେମ୍ବର ମାସରେ ପ୍ରେମିକା ଶ୍ଵେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ମଧ୍ୟ ସେ ସୋସିଆଲ ମିଡ଼ିଆରୁ ବିରତି ନେଇଛନ୍ତି ।

ବିବାହ ଉତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଆଦିତ୍ୟ ନାରାୟଣଙ୍କର ଖୁସିର ସୀମା ନାହିଁ । ନିକଟରେ ଆଦିତ୍ୟ ଏବଂ ଶ୍ବେତାଙ୍କର ନିର୍ବନ୍ଧ ହୋଇଅଛି , ଯାହାର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫୋଟରେ ଆଦିତ୍ୟ ଏବଂ ଶ୍ଵେତା ଏକାଠି ବସିଥିବାର ଦେଖା ଯାଉଛନ୍ତି ଏବଂ ତାଙ୍କ ହାତରେ ନଡ଼ିଆ ଏବଂ ଅନ୍ୟାନ୍ୟ ଉପହାର ରହିଛି । ଏହା ସହିତ ଉଭୟଙ୍କର ପରିବାର ଲୋକେ ମଧ୍ୟ ଛିଡା ହୋଇଛନ୍ତି ।

୧୦ ବର୍ଷ ଧରି ଶ୍ଵେତାଙ୍କୁ ଡେଟ୍ କରୁଥିଲେ ଆଦିତ୍ୟ:-

କହିରଖୁଛୁ ଯେ ଶ୍ଵେତା ଏବଂ ଆଦିତ୍ୟ ଚଳଚ୍ଚିତ୍ର ‘ଶାପିତ’ ରେ ଏକାଠି କାମ କରିଥିଲେ ଏବଂ ସେଦିନ ଠାରୁ ସେମାନଙ୍କର ସମ୍ପର୍କ ଚର୍ଚ୍ଚାରେ ରହିଥିଲା । କିନ୍ତୁ କିଛିଦିନ ପୂର୍ବରୁ ଆଦିତ୍ୟ ଶ୍ଵେତାଙ୍କ ସହ ନିଜ ସମ୍ପର୍କ ବିଷୟରେ ଘୋଷଣା କରିଥିଲେ ଏବଂ ସେମାନେ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି ବୋଲି କହିଥିଲେ ।

ଚଳିତବର୍ଷ ଡିସେମ୍ବର ୧ ତାରିଖରେ ହେବ ବିବାହ:-

ଆଦିତ୍ୟ ଏବଂ ଶ୍ଵେତାଙ୍କର ବିବାହ ଡିସେମ୍ବର ୧ ତାରିଖରେ ହେବ । ବିବାହ ବିଷୟରେ ଘୋଷଣା କରି ଆଦିତ୍ୟ ନାରାୟଣ ଇନଷ୍ଟାଗ୍ରାମରେ ଶ୍ଵେତାଙ୍କ ସହ ଫୋଟ ସେୟାର କରିଥିଲେ ଏବଂ ଏହା ସହ ଲେଖିଥିଲେ ଯେ ‘ଆମେ ବିବାହ କରିବାକୁ ଯାଉଛୁ । ମୋ ଜୀବନରେ ଆଜକୁ ୧୧ ବର୍ଷ ପୂର୍ବରୁ ଶ୍ଵେତା ଆସିଥିଲେ ଏବଂ ତାଙ୍କୁ ପାଇ ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ଭାବୁଛି । ଶେଷରେ ଆମେ ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛୁ । ଆମେ ଦୁଇଜଣ ଅତ୍ୟନ୍ତ ବ୍ୟକ୍ତିଗତ ଲୋକ ଅଟୁ ଏବଂ କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନକୁ ଭଲ ଭାବରେ ବ୍ୟକ୍ତିଗତ ରଖିବା ଆବଶ୍ୟକ ଅଟେ ବୋଲି ଆମେ ବିବେଚନା କରିଥାଉ । ବିବାହର ପ୍ରସ୍ତୁତି ଯୋଗୁଁ ମୁଁ ସୋସିଆଲ ମିଡିଆରୁ ବିରତି ନେଉଅଛି । ସେ ଆଗକୁ ଆଉ ଏକ ଧାଡି ଲେଖିଥିଲେ , ଯାହା ଶ୍ଵେତାଙ୍କ ପାଇଁ ଅଟେ । ସେ ଲେଖିଥିଲେ , କହିଥିଲି ନା .. କେବେ ନା କେବେ ଦେଖାହେବି କେଉଁଠାରେ , ମୋର ବିଶ୍ୱାସ ରହିଛି ।

Be the first to comment

Leave a Reply

Your email address will not be published.


*