ସତରେ “ପ୍ରେମ ଅନ୍ଧ ହୋଇଥାଏ”, ଟେଲିଭିଜନ ଜଗତର ଏହି ୫ଟି ଯୋଡ଼ିକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ ହେବେ !

ଏହି ଦୁନିଆରେ ପ୍ରେମର ସମ୍ପର୍କ ସବୁଠାରୁ ମୂଲ୍ୟବାନ ସମ୍ପର୍କ ଭାବରେ ବିବେଚନା କରାଯାଇଥାଏ ଏବଂ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ହୋଇଯାଇଥାଏ ସେତେବେଳେ ସେ ନିଜ ସାଥୀଙ୍କ ବୟସ, ଜାତି, ସ୍ଥିତି କିମ୍ବା ଶାରୀରିକ ଗଠନ ଏହି ସମସ୍ତ ଜନିଷକୁ ଧ୍ୟାନ ଦିଅନ୍ତି ନାହିଁ, କାରଣ ସେ ତାଙ୍କ ସାଥୀଙ୍କୁ ହୃଦୟର ସହିତ ଭଲପାଇଥାନ୍ତି ଏବଂ ତାଙ୍କୁ ନିଜର କରିବାକୁ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି ଏବଂ ଆଜି ଆମେ ଆପଣଙ୍କୁ ଏହିପରି ହିଁ କିଛି ଟେଲିଭିଜନ ଜଗତର କିଛି ପ୍ରସିଦ୍ଧ କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଧର୍ମ, ବୟସ ଏବଂ ରଙ୍ଗ-ରୂପ ସବୁଠାରୁ ଉର୍ଦ୍ଧ୍ୱରେ ନିଜ ଜୀବନ ସାଥୀକୁ ବାଛିଛନ୍ତି । ତେବେ ଆସନ୍ତୁ ଜାଣିବା ଏଥିରେ କେଉଁ କେଉଁ କଳାକାରମାନଙ୍କ ନାମ ସାମିଲ ଅଛି ।

କୃଷ୍ଣା ପ୍ରିୟା ଏବଂ ଏଟଲୀ କୁମାର

ସାଉଥ ଚଳଚ୍ଚିତ୍ର ମାନଙ୍କରେ ନଜର ଆସୁଥିବା ଅଭିନେତ୍ରୀ କୃଷ୍ଣା ପ୍ରିୟା ରୂପରେ ବହୁତ ସୁନ୍ଦର ଅଟନ୍ତି ଏବଂ କୃଷ୍ଣ ପ୍ରିୟା ୨୦୧୪ ମସିହାରେ ତାଙ୍କ ପ୍ରେମିକ ଏଟଲୀ କୁମାରଙ୍କୁ ବିବାହ କରିଥିଲେ । ଏଟଲୀ ଦେଖିବାକୁ ସାବନ ବର୍ଣ୍ଣର ଅଟନ୍ତି କିନ୍ତୁ ଉଭୟଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି । ଦୁହେଁ ନିଜ ବୈବାହିକ ଜୀବନକୁ ନେଇ ବହୁତ ଖୁସିରେ ଅଛନ୍ତି ।

ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧରୀ

ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧରୀଙ୍କ ଯୋଡି ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଟେ । କହିରଖୁଛୁ କି ଦୁହେଁ ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଶୋ’ “ବିଗ୍ ବୋସ”ରେ ଏକାଠି ନଜର ଆସିଥିଲେ । ଏହି ଶୋ’ଠାରୁ ଦୁହିଁଙ୍କ ମଧ୍ୟରେ ନିକଟତର ବଢିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ପରସ୍ପରକୁ ବିବାହ କରିଥିଲେ । ଆପଣଙ୍କୁ କହିରଖୁଛୁ କି ଏହି ଯୋଡିରେ ୟୁବିକା ପ୍ରିନ୍ସ ନିରୁଲାଙ୍କ ଠାରୁ ୭ ବର୍ଷ ବଡ ଅଟନ୍ତି । ଏହା ସତ୍ତ୍ୱେ ମଧ୍ୟ ଉଭୟଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି ଏବଂ ଦୁହେଁ ନିଜ ଦାମ୍ପତ୍ୟ ଜୀବନରେ ବହୁତ ଖୁସିରେ ଅଛନ୍ତି ।

କେ କେ ଗୋସ୍ୱାମୀ ଏବଂ ପିଙ୍କୁ ଗୋସ୍ୱାମୀ

ଟେଲିଭିଜନ ଦୁନିଆରେ ବୌନେଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା କେ କେ ଗୋସ୍ୱାମୀ ଛୋଟ ପରଦାରେ ବହୁତ ନାମ ଅର୍ଜନ କରିଛନ୍ତି ଏବଂ ସେ ନିଜର ଶାରୀରିକ ଦୁର୍ବଳତାକୁ ହିଁ ନିଜର ଶକ୍ତିରେ ପରିଣତ କରିଛନ୍ତି ଏବଂ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି । କହିରଖୁଛୁ କି କେ କେ ଗୋସ୍ୱାମୀ ପିଙ୍କୁ ଗୋସ୍ୱାମୀଙ୍କୁ ବିବାହ କରିଛନ୍ତି, ଯିଏ ରୂପରେ ବହୁତ ସୁନ୍ଦର ଏବଂ ତାଙ୍କର ଉଚ୍ଚତା କେ.କେ ଗୋସ୍ୱାମୀଙ୍କ ଠାରୁ ଦୁଇଗୁଣା ଅଟେ । ସେମାନଙ୍କ ଯୋଡି ଦେଖିବା ପରେ ଯେ କେହି ହେଲେ ମଧ୍ୟ ବିଶ୍ୱାସ କରନ୍ତି କି ପ୍ରକୃତରେ ପ୍ରେମ ଅନ୍ଧ ଅଟେ ।

ଆମନା ଶରୀଫ ଏବଂ ଅମିତ କପୂର

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଅମନା ସରିଫ ମୁସଲମାନ ଧର୍ମର ଅଟନ୍ତି ଏବଂ ସେ ଛୋଟ ପରଦାରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି । କହିରଖୁଛୁ କି ଅମନା ୨୦୧୩ ମସିହାରେ ଅମିତ କପୂର ନାମକ ଜଣେ ହିନ୍ଦୁ ପୁଅଙ୍କୁ ବିବାହ କରିଛନ୍ତି । ଦୁହେଁ ଧର୍ମରୁ ଉପରକୁ ଉଠି ପରସ୍ପରଙ୍କୁ ଆପଣାଇ ଥିଲେ ଏବଂ ବର୍ତ୍ତମାନ ସେମାନେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । କହିରଖୁଛୁ କି ଆମନା ବିବାହ ପରେ ନିଜର ଉଜ୍ଜ୍ୱଳମୟ ଭବିଷ୍ୟତକୁ ମଧ୍ୟ ଛାଡିଦେଇଛନ୍ତି ।

ଦୀପିକା କକ୍କଡ଼ ଏବଂ ଶୋଏବ ଇବ୍ରାହିମ୍

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଦୀପିକା କକ୍କଡ଼ଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । କହିରଖୁଛୁ କି ବର୍ତ୍ତମାନ ସମୟରେ ଦୀପିକା ନିଜ ଅଭିନୟରେ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି ଏବଂ “ଶଶୁରାଲ ସିମରକା” ଧାରାବାହିକ ଠାରୁ ସେ ଏକ ଭିନ୍ନ ପରିଚୟର ହକଦାରୀ ହୋଇପାରିଛନ୍ତି । କହିରଖୁଛୁ କି ଦୀପିକା ହିନ୍ଦୁ ଧର୍ମର ହେବା ସତ୍ତ୍ୱେ ମଧ୍ୟ ମୁସଲମାନ ଅଭିନେତା ଶୋଏବ ଇବ୍ରାହିମଙ୍କୁ ୨୦୧୮ ମସିହାରେ ନିଜ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ । ବର୍ତ୍ତମାନ ସମୟରେ ଏହି ଦମ୍ପତିଙ୍କ ଯୋଡ଼ି ଟେଲିଭିଜନର ସର୍ବୋତ୍ତମ ରୋମାଣ୍ଟିକ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ ।

Be the first to comment

Leave a Reply

Your email address will not be published.


*