ଏହି ୫ଟି କାରଣରୁ କରୋନା ଭାଇରସ୍ ହୋଇଯାଇଛି ସାଂଘାତିକ, ଅଧିକ ଓଜନର ଲୋକ ରୁହନ୍ତୁ ସଚେତନ !

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଲୋକଙ୍କୁ ଖରାପ ଭାବରେ ପ୍ରଭାବିତ କରିଛି । ପୂର୍ବରୁ ମଧ୍ୟ ମଣିଷ ଆଗରେ ଭୂତାଣୁର ବିପଦ ଥିଲା । ପୂର୍ବରୁ ମଧ୍ୟ ମହାମାରୀ ବ୍ୟାପିଥିଲା, କିନ୍ତୁ ବିଶ୍ୱକୁ ପ୍ରତ୍ୟେକ ନୂତନ ସଂକ୍ରମଣ କିମ୍ବା ଫ୍ଲୁ ଠାରୁ ମୁକାବିଲା ପାଇଁ ଏହିପରି ରହିବାକୁ ପଡିନଥିଲା । ତେବେ ଏହି କରୋନା ଭୂତାଣୁରେ ଏପରି କ’ଣ ଅଛି ? ଏହାର ବାୟୋଲୋଜିରେ ଏପରି କ’ଣ ଅଛି ଯାହା ଆମ ଶରୀର ଏବଂ ଜୀବନ ପାଇଁ ବିପଦପୂର୍ଣ୍ଣ ହୋଇଯାଏ ।

* ଧୋକା ଦେବାରେ ମାହିର:-

ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ, କରୋନା ଭୂତାଣୁ ଆପଣଙ୍କ ଶରୀରକୁ ଧୋକା ଦେବାରେ ସକ୍ଷମ ହୋଇଯାଏ । କରୋନା ଭୂତାଣୁ ଆମ ଫୁସଫୁସ ଏବଂ ଶ୍ୱାସକ୍ରିୟାରେ ବହୁଳ ଭାବରେ ଉପସ୍ଥିତ ଥାନ୍ତି, କିନ୍ତୁ ଆମର ପ୍ରତିରକ୍ଷା ପ୍ରଣାଳୀକୁ ଲାଗେ ଯେ ସବୁକିଛି ଠିକ୍ ଅଛି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଫେସର ପଲ ଲେହନର କୁହନ୍ତି, ‘ଏହା ଏକ ଆଶ୍ଚର୍ଯ୍ୟଜନକ ଭୂତାଣୁ । ଏହା ଆପଣଙ୍କ ନାକରେ ଭାଇରସର କାରଖାନା ତିଆରି କରିଦିଏ ଏବଂ ଆପଣଙ୍କୁ ଲାଗେ ଯେ ଆପଣ ଭଲ ଅଛନ୍ତି ।’

ଆମ ଶରୀରର କୋଷଗୁଡ଼ିକ ଇଣ୍ଟରଫେର୍ନୋ ନାମକ ରାସାୟନିକ ପଦାର୍ଥ ରିଲିଜ କରିଥାଏ । ଯେତେବେଳେ ଏହି ରାସାୟନିକ ପଦାର୍ଥରେ କୌଣସି ଭାଇରସ୍ ଦଖଲ କରିଥାଏ, ସେତେବେଳେ ଆମ ଶରୀର ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ଭୁତାଣୁର ଉପସ୍ଥିତିର ଚେତାବନୀ ମିଳିବାକୁ ଲାଗିଥାଏ । କିନ୍ତୁ, କରୋନା ଭୂତାଣୁର ଏହି ଚେତାବନୀକୁ ରୋକିବାର ‘ମହାନ ଦକ୍ଷତା’ ଅଛି । ପ୍ରଫେସର ଲେହେନର କୁହନ୍ତି, ‘ଏହି କାମକୁ ଭୂତାଣୁ ଏତେ ଭଲ ଭାବରେ କରେ ଯେ ଆପଣଙ୍କୁ ଜଣାପଡେ ନାହିଁ ଯେ ଆପଣ ଅସୁସ୍ଥ ଅଟନ୍ତି ।’ ସେ କୁହନ୍ତି ଯେ ଯେତେବେଳେ ଆପଣ ସଂକ୍ରମିତ କୋଷଗୁଡ଼ିକୁ ଲ୍ୟାବରେ ଦେଖନ୍ତି, ସେତେବେଳେ ସେମାନେ ଆଦୌ ସଂକ୍ରମିତ ଲାଗନ୍ତି ନାହିଁ, କିନ୍ତୁ ଯେତେବେଳେ ଆପଣ ପରୀକ୍ଷା କରନ୍ତି, ସେତେବେଳେ ଜଣାପଡେ ଯେ ସେମାନଙ୍କ ମଧ୍ୟରେ ବହୁତ ସମସ୍ତ ଭୂତାଣୁ ଅଛନ୍ତି ।

* ହିଟ୍ ଏବଂ ରନ୍ ଭଳି ଭୁତାଣୁ:-

ଯେତେବେଳେ ଆମ ଶରୀରରେ ଉପସ୍ଥିତ ଭୂତାଣୁ ‘ଲୋଡ୍ ଶିଖର’ରେ ପହଁଞ୍ଚିଯାଏ, ସେତେବେଳେ ଆମେ ଅସୁସ୍ଥ ହୋଇଯାଉ ଏବଂ ଲକ୍ଷଣଗୁଡ଼ିକ ଦେଖାଯିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଲକ୍ଷଣ ନଦେଖାଗଲେ ମଧ୍ୟ ଭୁତାଣୁ ଶରୀରରେ ଉପସ୍ଥିତ ଥାଏ ଏବଂ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିପାରେ । ରୋଗୀର ଡାକ୍ତରଖାନାରେ ଭର୍ତ୍ତି ହେବ ସ୍ଥିତି ପଯ୍ୟନ୍ତ ପହଁଞ୍ଚାଇବାରେ ଭାଇରସ୍ ଲୋଡ଼କୁ ପ୍ରାୟ ଏକ ସପ୍ତାହର ସମୟ ଲାଗିଥାଏ ।

ପ୍ରଫେସର ଲେହନର କୁହନ୍ତି, ‘ଏହା ନିଜର ବିକାଶର ଏକ ଉତ୍ତମ ଉପାୟ ଅଟେ । ଏହା ରୋଗୀକୁ ତୁରନ୍ତ ଡାକ୍ତରଖାନାକୁ ଆଣି ନଥାଏ ବରଂ ଭଲ ଅନୁଭବ କରାଇଥାଏ, ଭଲରେ ବାହାରକୁ ବୁଲିବାକୁ ଦେଇଥାଏ ଯାହା ଦ୍ଵାରା ଭୂତାଣୁ ଆହୁରି ବିସ୍ତାର ହୋଇପାରିବ ।’ ଏଥିପାଇଁ କରୋନା ଭାଇରସ୍ ସେହି ଡ୍ରାଇଭର ପରି ଅଟେ, ଯିଏକି ଦୁର୍ଘଟଣା କରି ତୁରନ୍ତ ପଳାଇଥାଏ । ଭୂତାଣୁ ମଧ୍ୟ କୌଣସି ସଂକ୍ରମିତ ବ୍ୟକ୍ତିର ସୁସ୍ଥ ହେବା କିମ୍ବା ମରିବା ପୂର୍ବରୁ ତୁରନ୍ତ ଅନ୍ୟ ବ୍ୟକ୍ତି ଭିତରକୁ ମଧ୍ୟ ଚାଲିଯାଇଥାଏ ।

୨୦୦୨ର ମୂଳ ସାର୍ସ-କରୋନା ଭୂତାଣୁ ଏବଂ ବିଦ୍ୟମାନ କରୋନା ଭୂତାଣୁ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ଅଛି । ମୂଳ ସାର୍ସ-କରୋନା ଭୂତାଣୁରେ ଲୋକମାନଙ୍କ ଅସୁସ୍ଥ ହେବାର କିମ୍ବା ଲକ୍ଷଣ ଦେଖାଯିବା ପରେ ସଂକ୍ରମଣର ବିପଦ ସବୁଠାରୁ ଅଧିକ ହେଉଥିଲା , ଯେଉଁଥିରେ ସେମାନଙ୍କୁ ଆଇସୋଲେଟ କରିବା ସହଜ ହେଉଥିଲା ।

* ଶରୀର ପାଇଁ ଅଜଣା ଭୁତାଣୁ:-

ପୂର୍ବ ମହାମାରୀକୁ ମନେ ପକାନ୍ତୁ ? ୨୦୦୯ ମସିହାରେ ଏଚ୧ଏନ୧ ଅର୍ଥାତ ସ୍ୱାଇନ ଫ୍ଲୁକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଭୟ ଥିଲା । ତେବେ ଏହା ସେତେ ମଧ୍ୟ ମାରାତ୍ମକ ବାହାରିଲା ନାହିଁ, ଯେତିକି ଚିନ୍ତା କରା ଯାଉଥିଲା । ଏହାର କାରଣ ଥିଲା ଯେ ବୟସ୍କ ମାନଙ୍କ ମଧ୍ୟରେ ଏହି ଭୁତାଣୁ ସହିତ ଲଢ଼ିବାର କ୍ଷମତା କିଛି ମାତ୍ରାରେ ପୂର୍ବରୁ ହିଁ ଉପସ୍ଥିତ ଥିଲା, କାରଣ ଏହି ପ୍ରକାରର ଭୁତାଣୁ ପୂର୍ବରୁ ମଧ୍ୟ ବ୍ୟାପି ସାରିଥିଲା । ଏହିଭଳି ଆହୁରି ଚାରୋଟି ମାନବ କରୋନା ଭୁତାଣୁ ଅଛନ୍ତି, ଯେଉଁଥିରୁ ଥଣ୍ଡା ପରି ଲକ୍ଷଣ ସାମ୍ନାକୁ ଆସିଥାଏ । ୟୁନିଭର୍ସିଟି ଅଫ ମେନଚେଷ୍ଟରରୁ ପ୍ରଫେସର ଟ୍ରେସୀ ହସଲ କହିଛନ୍ତି ଯେ, ଏହା ନୂତନ ପ୍ରକାରର ଭୁତାଣୁ ଅଟେ, ସେଥିପାଇଁ ଏହା ସହିତ ଲଢ଼ିବା ପାଇଁ ଲୋକଙ୍କ ମଧ୍ୟରେ ପୂର୍ବରୁ ପ୍ରତିରୋଧକ ଶକ୍ତି ନାହିଁ । ଏହାର ନୂତନ ପ୍ରଭାବ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଆଘାତ ଭାବରେ ପ୍ରମାଣିତ ହୋଇଥାଏ ।

ଏହାର ତୁଳନା ୟୁରୋପରେ ହୋଇଥିବା ସ୍ମଲପକ୍ସ ଅର୍ଥାତ ବସନ୍ତ ସହିତ କରାଯାଇପାରେ । ଏଥିପାଇଁ ମଧ୍ୟ ଲୋକଙ୍କ ନିକଟରେ ପୂର୍ବରୁ ରୋଗ ପ୍ରତିରୋଧକ ଶକ୍ତି ନଥିଲା, ଯାହାର ବହୁତ ଘାତକ ଫଳାଫଳ ବାହାରିଥିଲା । କୌଣସି ଭୁତାଣୁ ସହିତ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବରେ ନୂତନ ପ୍ରତିରୋଧକ ଶକ୍ତି ତିଆରି କରିପାରିବା ବୟସ୍କଙ୍କ ପାଇଁ ବହୁତ ବଡ ସମସ୍ୟା ଅଟେ, କାରଣ ସେମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଇ ଥାଏ ।

ଏକ ନୂତନ ଭୁତାଣୁ ସହିତ ଲଢ଼ିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଅନେକ ପରିବର୍ତ୍ତନ ଦେଇ ଗତି କରିବାକୁ ପଡିଥାଏ । ଯେପରିକି ଆମେ କୌଣସି ନୂତନ ସମସ୍ୟାର ସମାଧାନ ପାଇଁ ଅନେକ ଉପାୟ ଗ୍ରହଣ କରିଥାଉ, ଏଗୁଡିକ ମଧ୍ୟରୁ କେତେକ ଉପାୟ ସଫଳ ହୋଇଥାଏ, କେତେକ ଅସଫଳ ହୋଇଥାଏ ଏବଂ କେତେକରେ ପରିବର୍ତ୍ତନ ମଧ୍ୟ କରିବାକୁ ପଡିଥାଏ । ଏହିଭଳି ମଧ୍ୟ ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟ କରିଥାଏ, କିନ୍ତୁ ଅଧିକ ବୟସରେ ପ୍ରତିରକ୍ଷା ପ୍ରଣାଳୀର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଉଥିବା ଟି-କୋଷଗୁଡ଼ିକ ବହୁତ କମ୍ ଗଠିତ ହୋଇଥାଏ । ତେଣୁ ନୂତନ ପ୍ରତିରକ୍ଷା ଗଠନ ହେବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।

* ସମ୍ପୂର୍ଣ୍ଣ ଶରୀର ପର୍ଯ୍ୟନ୍ତ ପହଞ୍ଚେ:-

କରୋନା ଭୁତାଣୁ ଫୁସଫୁସକୁ ପ୍ରଭାବିତ କରି ସମ୍ପୂର୍ଣ୍ଣ ଶରୀରରେ ବ୍ୟାପି ଯାଇଥାଏ । କିଙ୍ଗ୍ସ କଲେଜ ଲଣ୍ଡନର ପ୍ରଫେସର ମାରୋ ଗାକା କହିଛନ୍ତି ଯେ କରୋନାର ଅନେକ ଲକ୍ଷଣ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ଏହା ଅନ୍ୟ ଭୁତାଣୁଜନିତ ରୋଗଠାରୁ ଭିନ୍ନ ଅଟେ । ସେ କହିଛନ୍ତି ଯେ ଏହା କେବଳ ଫୁସଫୁସରେ ଥିବା କୋଷଗୁଡ଼ିକୁ ମାରି ନଥାଏ ବରଂ ସେମାନଙ୍କୁ ଖରାପ କରି ଦେଇଥାଏ । ଏହାଦ୍ବାରା ଖରାପ ହୋଇ ଯାଇଥିବା କୋଷଗୁଡ଼ିକ ସେମାନଙ୍କ ଆଖପାଖରେ ଥିବା ସୁସ୍ଥ କୋଷଗୁଡ଼ିକ ସହିତ ଜଡିତ ହୋଇ ସେମାନଙ୍କୁ ମଧ୍ୟ ଅସୁସ୍ଥ କରି ଏକ ବଡ଼ ରୂପ ଧାରଣ କରିଥାଏ ।

ପ୍ରଫେସର ଗାକା କହିଛନ୍ତି ଯେ ଫ୍ଲୁ ପରେ ଆପଣଙ୍କ ଫୁସଫୁସ ଆଉଥରେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରେ, କିନ୍ତୁ କରୋନା କ୍ଷେତ୍ରରେ ସେଭଳି ହୁଏନାହିଁ । ଏହା ଏକ ଅଦ୍ଭୁତ ପ୍ରକାରର ସଂକ୍ରମଣ ଅଟେ । ଏହାଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ । ଅନେକ ଥର ଡାକ୍ତରମାନଙ୍କୁ ରକ୍ତ ଜମାଟ କାରଣରୁ ରୋଗୀମାନଙ୍କଠାରେ ଶିରା ଖୋଜିବା ପାଇଁ ଅସୁବିଧା ହୋଇଥାଏ ।

କିଙ୍ଗ୍ସ କଲେଜ ଲଣ୍ଡନର ପ୍ରଫେସର ବେବରଲୀ ହଣ୍ଟ କହିଛନ୍ତି ଯେ କରୋନା ର କେତେକ ରୋଗୀଙ୍କଠାରେ ରକ୍ତ ଜମାଟ କରାଉଥିବା ରାସାୟନିକ ପଦାର୍ଥ ୨୦୦, ୩୦୦, ୪୦୦ର ଗୁଣ ଅଧିକ ଥିବା ଜଣାପଡିଛି । ସେ ଇନସାଇଡ ହେଲ୍ଥକୁ କହିଥିଲେ ଯେ ମୁଁ ସଚ୍ଚୋଟତାର ସହ କହିବାକୁ ଚାହୁଁଛି ଯେ ମୋ କ୍ୟାରିୟରରେ ମୁଁ ପୂର୍ବରୁ ଏତେ ଗାଢ଼ ରକ୍ତର ରୋଗୀଙ୍କୁ ଦେଖି ନାହିଁ ।

ସମଗ୍ର ଶରୀର ଉପରେ କରୋନା ଭୁତାଣୁର ପ୍ରଭାବ ପକାଇବା ପଛର କାରଣ ଏହା ଯେ, ଶରୀରରେ ଥିବା ଏସିଇ୨ ରିସେପ୍ଟର ଯାହା ମାଧ୍ୟମରେ ଭୁତାଣୁ କୋଷକୁ ସଂକ୍ରମିତ କରିଥାଏ । ଏସିଇ୨ ରିସେପ୍ଟର ଏକ ପ୍ରକାରର ପ୍ରୋଟିନ୍ ଅଟେ , ଯାହା ରକ୍ତ କଣିକା, ଫୁସଫୁସ, ଯକୃତ ଏବଂ କିଡନୀ ସହିତ ସମ୍ପୂର୍ଣ୍ଣ ଶରୀରରେ ମିଳିଥାଏ । ଏଥିପାଇଁ କରୋନା ଭୁତାଣୁ ପ୍ରତ୍ୟେକ ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚି ପାରିଥାଏ ।

* ଚର୍ବି ଅଟେ କ୍ଷତିକାରକ:-

ଯଦି ଆପଣଙ୍କ ଓଜନ ଅଧିକ ଅଟେ, ତେବେ କରୋନା ଆପଣଙ୍କୁ ଅଧିକ କ୍ଷତି ପହଞ୍ଚାଇ ପାରେ । ୟୁନିଭର୍ସିଟି ଅଫ କେମ୍ବ୍ରିଜର ପ୍ରଫେସର ଷ୍ଟିଫେନ ଓ ରେହଲି କହିଛନ୍ତି ଯେ ଏହାର ମେଦବହୁଳତା ସହିତ ଗଭୀର ସଂଯୋଗ ଅଛି, ଯାହାକୁ ଆମେ ଅନ୍ୟ ଭୁତାଣୁ ସଂକ୍ରମଣରେ ଦେଖିବାକୁ ପାଇନାହୁଁ । ଫୁସଫୁସରେ ହେଉଥିବା ଅନ୍ୟ ସମସ୍ୟାରେ ମୋଟା ଲୋକ ମାନଙ୍କୁ ଅଧିକ ଭଲ ଫଳାଫଳ ମିଳିଥାଏ ।

ବାସ୍ତବରେ, ସମଗ୍ର ଶରୀରରେ ଥିବା ଚର୍ବି ଦ୍ୱାରା ମେଟାବୋଲିଜିମରେ ବାଧା ସୃଷ୍ଟି ହୋଇଥାଏ, ଯାହା କରୋନା ଭୁତାଣୁ ସହିତ ଜଡିତ ହୋଇ ଆହୁରି ଖରାପ ପ୍ରଭାବ ପକାଇଥାଏ । କରୋନା ଭୁତାଣୁ ଏବଂ ଏହାର ପ୍ରଭାବ ସହିତ ଜଡିତ ଅନେକ ଅଜଣା ଜିନିଷ ସମୟ ସହିତ ସାମ୍ନାକୁ ଆସିପାରେ । ଯେଉଁ ଭଳି ଭାବରେ ଏହା ସହିତ ଜଡିତ ସମସ୍ୟା ଖୋଲିଯିବ, ସେହିଭଳି ଭାବରେ ମାନବ ଶରୀର ମଧ୍ୟ ଏହା ସହିତ ଲଢ଼ିବାପାଇଁ ନିଜକୁ ପ୍ରସ୍ତୁତ କରିପାରିବ ।

Be the first to comment

Leave a Reply

Your email address will not be published.


*