DMଙ୍କ ପତ୍ନୀ କହିଲେ ତାଙ୍କ ସ୍ୱାମୀଙ୍କ ଲଜ୍ଜାଜନକ କାର୍ଯ୍ୟ ବିଷୟରେ ଏବଂ କରିଛନ୍ତି ଗମ୍ଭୀର ଅଭିଯୋଗ !

ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରୁ କୋୖଣସି ଖବର, ଭିଡିଓ କିମ୍ବା ଫୋଟୋ ଖୁବ୍ ଶୀଘ୍ର ଭାଇରାଲ ହୁଏ । ଆପଣ ଜାଣନ୍ତି, ଏଠାରେ ଅନେକ ଭିଡିଓ ଭାଇରାଲ ହୋଇଛି, କିନ୍ତୁ ଆଜି ଆମେ ଯେଉଁ ଭିଡିଓ ବିଷୟରେ କହୁଛୁ ତାହା ଉତ୍ତରପ୍ରଦେଶର ଲଲିତପୁରର ଡିଏମ ସହିତ ଜଡିତ । ଏହି ଭିଡିଓଟି ଲଲିତପୁର ଡିଏମ ଅନ୍ନାବି ଦୀନେଶ କୁମାରଙ୍କ ପତ୍ନୀ ରାଜକୁମାରୀଙ୍କର ଅଟେ ।

ସ୍ୱାମୀଙ୍କ ଉପରେ ଲଗାଇଲେ ଅଭିଯୋଗ

ଭିଡିଓରେ ଡିଏମଙ୍କ ପତ୍ନୀ ରାଜକୁମାରୀ ତାଙ୍କ ସ୍ୱାମୀ ଏବଂ ଶାଶୁ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି ଏବଂ ଏହି ଭିଡିଓରେ ସେ କାନ୍ଦିକାନ୍ଦି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି । ଭିଡିଓରେ ସେ ତାଙ୍କ ସ୍ୱାମୀ ବିଷୟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଆଉ କାହାକୁ ବିବାହ କରିବାକୁ ଚାହୁଁଛନ୍ତି, ତେଣୁ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରିଛନ୍ତି । ଏହି ଭିଡିଓରେ ରାଜକୁମାରୀ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ ଏବଂ ଶାଶୁ, ତାଙ୍କୁ ଏକ କୋଠରୀରେ ତାଲା ପକାଇ ତାଙ୍କୁ ନିର୍ଯାତନା ଦେଉଛନ୍ତି । ଏହି ଭିଡିଓ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଭିଡିଓ ସେୟାର କରି ଲଲିତପୁରର ଡିଏମଙ୍କ ପତ୍ନୀଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

ଦ୍ୱିତୀୟ ଭିଡିଓରେ କହିଲେ ରାଗରେ ଦେଲି ବୟାନ

ସୂଚନାଯୋଗ୍ୟ ଯେ ଏହି ଭିଡିଓ ପରେ ରାଜକୁମାରୀ ଆଉ ଏକ ଭିଡିଓ ଅପଲୋଡ କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ୱାମୀ ଆନ୍ନାଭି ଦୀନେଶ କୁମାରଙ୍କ ସହ ବସିଥିବାର ନଜର ଆସିଛନ୍ତି । ସେ ସେହିଦିନ ସନ୍ଧ୍ୟାରେ ଆଉଏକ ଦ୍ୱିତୀୟ ଭିଡିଓପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରାଜକୁମାରୀ ତାଙ୍କ ସ୍ୱାମୀଙ୍କ ସହ ବସିଥିବାର ନଜର ଆସିଛନ୍ତି ଏବଂ ତାଙ୍କ ଅଭିଯୋଗକୁ ନେଇ ତାଙ୍କ ସ୍ୱାମୀଙ୍କ ସହ ସଫାଇ ଦେଉଛନ୍ତି ।

କେବଳ ଏତିକି ନୁହେଁ ରାଜକୁମାରୀ ଏହି ଦ୍ୱିତୀୟ ଭିଡିଓରେ କହିଛନ୍ତି ଯେ ସେ ଯାହା କହିଛନ୍ତି ତାହା କ୍ରୋଧରେ କହିଛନ୍ତି ଏବଂ ସେ ଜାଣନ୍ତି ନାହିଁ ଯେ ଏହି ଭିଡିଓ କିପରି ଭାଇରାଲ ହେଲା । ଏହା ସେମାନଙ୍କର ବ୍ୟକ୍ତିଗତ ବିଷୟ । ସେ କହିଥିଲେ ଯେ ଶନିବାର ରାତିରେ ସେ ଅତ୍ୟନ୍ତ ଟେନସନ ହେବା ସହିତ ଡିପ୍ରେସନରେ ଥିଲେ ତେଣୁ ସେ ପ୍ରଥମ ଭିଡିଓରେ ଏପରି କହିଥିଲେ କିନ୍ତୁ ଏହି ଭିଡିଓ କିପରି ଭାଇରାଲ ହେଲା ଏବିଷୟରେ ସେ କିଛି ଜାଣିନାହାନ୍ତି ।

Be the first to comment

Leave a Reply

Your email address will not be published.


*