ବନ୍ଦ ହେବାକୁ ଯାଉଛି ଏହି ୬ଟି ପ୍ରସିଦ୍ଧ ଟିଭି ଶୋ, ଦେଖନ୍ତୁ କଣ ଆପଣଙ୍କର ପ୍ରିୟ ସିରିଏଲ ମଧ୍ୟ ସାମିଲ ଅଛି କି ?

ବଲିଉଡ ଏବଂ ଟିଭି ଦୁନିଆ ପାଇଁ ଏହି ବର୍ଷ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି । କରୋନା ଏବଂ ଲକଡାଉନ ହେତୁ ଅନେକ ସିରିଏଲ ବନ୍ଦ ହୋଇଯାଇଛି କିମ୍ବା ସେମାନଙ୍କର ଟିଆରପି ମୂଲ୍ୟ ହ୍ରାସ ହେବା କାରଣରୁ ନିର୍ମାତାମାନଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ଯଦିଓ କିଛି ଶୋ ଲକଡାଉନ ପରେ ଆରମ୍ଭ ହୋଇଥିଲା, କିନ୍ତୁ ସେଗୁଡିକ ଦର୍ଶକଙ୍କୁ ବାନ୍ଧିବାରେ ଅସମର୍ଥ ହୋଇଛି ଏବଂ ସେହି ଶୋ ବନ୍ଦ କରିବା ପାଇଁ ନିର୍ମାତା ମାନେ ନିଷ୍ପତି ନେଇଛନ୍ତି । ମୋଟ ଉପରେ, ଏହି ମହାମାରୀ ଟିଭି ଜଗତ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି, ଯେଉଁ କାରଣରୁ ଅନେକ ଜଣାଶୁଣା ଶୋ ବନ୍ଦ ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଏପରି ୬ଟି ସିରିଏଲ ବିଷୟରେ କହିବୁ ଯାହା ଆଗାମୀ ଦିନରେ ବନ୍ଦ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କଣ ଆପଣଙ୍କ ପ୍ରିୟ ଶୋ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ଭୂକ୍ତ ହୋଇଛି କି ?

ଶୁଭାରମ୍ଭ

ସର୍ବପ୍ରଥମେ, ଏହି ଶୋ ବନ୍ଦ ହେବାର ଖବର ଆସିଛି । ନିକଟରେ ଏହି ଶୋ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଶୋ ଗତ ଡିସେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଏହାର ଶେଷ ଏପିସୋଡର ସୁଟିଂ ସରିଛି । ଏଭଳି ପରିସ୍ଥିତିରେ ଏହି ଶୋ’ର ପ୍ରଶଂସକମାନେ ହତାଶ ହେବାକୁ ଯାଉଛନ୍ତି ।

ଆକବର କା ବଲ – ବୀରବଲ

ଲକଡାଉନ ପରେ ଅଗଷ୍ଟରେ ଶୋ ‘ ଆକବର କା ବଲ – ବିରବଲ ‘ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଏହି ଶୋ ବନ୍ଦ ହେବାକୁ ଯାଉଛି । କମ୍ ଟିଆରପି ଯୋଗୁଁ ଏହି ଶୋ ବନ୍ଦ ହେଉଛି । ଅଭିନେତ୍ରୀ ଚାରୁ ଆସୋପାଙ୍କ ଅନୁଯାୟୀ ତାଙ୍କୁ ମଧ୍ୟ କିଛି ଦିନ ପୂର୍ବରୁ ଶୋ ବନ୍ଦ ହେବାର ଖବର ଦିଆଯାଇଥିଲା । ଏହି ଶୋକୁ ଦୁଇମାସ ମଧ୍ୟ ପୁରିନାହିଁ ଏଭଳି ପରିସ୍ଥିତିରେ ଏହା ଏକ ମହଙ୍ଗା ନିଷ୍ପତ୍ତି ପ୍ରମାଣିତ ହୋଇପାରେ ।

ଗ୍ୟାଙ୍ଗ୍ସ ଅଫ ଫିଲ୍ମିସ୍ତାନ

ଅଗଷ୍ଟରେ ‘ ଗ୍ୟାଙ୍ଗ୍ସ ଅଫ ଫିଲ୍ମିସ୍ତାନ ‘ ଆରମ୍ଭ ହୋଇଥିଲା କିନ୍ତୁ ଏହାର ଶେଷ ଏପିଷୋଡ଼ର ଶୁଟିଂ ଅକ୍ଟୋବର ୨୪ରେ ହିଁ ସାରିଯାଇଛି । ଶୋ ନିର୍ମାତା ପ୍ରୀତି ସିମୋସଙ୍କ ଅନୁଯାୟୀ ,ଏହି ଶୋ ୫୦ଟି ଏପିସୋଡ ପାଇଁ ଶୁଟିଂ ହେବାର ଚୁକ୍ତିନାମା ଥିଲା ତେଣୁ ଶୋ ବନ୍ଦ ହେତୁ ସେମାନେ କୌଣସି ପ୍ରକାରର କ୍ଷତି ସହିନାହାନ୍ତି । ଏହି ଶୋକୁ ମଧ୍ୟ କମ୍ ଟିଆରପି ଯୋଗୁଁ ବନ୍ଦ କରିଦିଆଯାଇଛି ।

ୟେ ଯାଦୁ ହେ ଜିନ୍ କା


ଷ୍ଟାର ପ୍ଲସ୍ ଶୋ ‘ ୟେ ଜାଦୁ ହେ ଜିନ୍ କା ‘ ଏକ ବହୁତ ଲୋକପ୍ରିୟ ଶୋ । ଏହି ଶୋ ଅଳ୍ପ ସମୟ ମଧ୍ୟରେ ଖୁବ୍ ପ୍ରଶଂସା ସାଉଁଟିଥିଲା କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ଏହାକୁ ନଭେମ୍ବରରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶୋ ଗତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିଲା କିନ୍ତୁ ବାରମ୍ବାର ଟିଆରପି କମିବା ହେତୁ ଶୋ’ର ନିର୍ମାତା ଗୁଲ୍ ଖାନ୍ ଏହା ବଦଳରେ ଏକ ନୂଆଁ ଶୋ ‘ ଇମଲି ‘ର ପ୍ରସାରଣ ପାଇଁ ଚିନ୍ତା କରିଛନ୍ତି ।

ପ୍ୟାର୍ କି ଲୁକ୍କାଛୁପି

ଗତ ଡିସେମ୍ବରରେ, ‘ ପ୍ୟାର୍ କି ଲୁକ୍କାଛୁପି ‘ ନାମକ ଏକ ଶୋ ଆରମ୍ଭ ହୋଇଥିଲା ଯାହା ବେଶ ଲୋକପ୍ରିୟ ହୋଇଥିଲା । କିନ୍ତୁ ଏହି ଶୋ’କୁ ହଠାତ ୬ ସେପ୍ଟେମ୍ବର ୨୦୨୦ରେ ବନ୍ଦ କରିଦିଆଯାଇଥିଲା । ଶୋ ହଠାତ ବନ୍ଦ ହେବାପରେ ଏହାର କଳାକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି ଏହାର ନାୟକ ରାହୁଲ ଶର୍ମା କହିଛନ୍ତି, ଶୋ ବନ୍ଦ ହେବା ବିଷୟରେ ମୋର କୌଣସି ଧାରଣା ନଥିଲା କାରଣ ଲୋକମାନେ ଏହି ଶୋ’କୁ ପସନ୍ଦ କରୁଥିଲେ କିନ୍ତୁ ସବୁକିଛି ଆମ ହାତରେ ନାହିଁ । ନିର୍ମାତା ମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମେରେ ଡାଡ୍ କି ଦୁଲହନ୍

ସୋନି ଟିଭିର ଶୋ ‘ ମେରେ ଡାଡ୍ କି ଦୁଲହନ୍ ‘ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଶ୍ୱେତା ତିୱାରୀ ଏବଂ ବରୁଣ ବାଡୋଲା ନଜର ଆସିଥିଲେ । ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ଶୋ’ର ଶେଷ ଏପିସୋଡ ଏହି ନଭେମ୍ବରରେ ପ୍ରସାରିତ ହେବ । ଶୋ ନିର୍ମାତାଙ୍କ ଅନୁଯାୟୀ, ପ୍ରତ୍ୟେକ ଶୋ’ର ଏକ ଅବଧି ଅଛି ଯାହା ପରେ ସୋ ବନ୍ଦ କରିବାକୁ ପଡିଥାଏ । ଏହି ଶୋ’ର କାହାଣୀ ବର୍ତ୍ତମାନ ସମାପ୍ତ ହୋଇଛି ଏବଂ ଏହାକୁ ଆଉ ଟାଣିବାରେ କୌଣସି ଲାଭ ନାହିଁ । ଟାଇଟଲ ଅନୁଯାୟୀ ବାପା କନ୍ୟା ପାଇସାରିଛନ୍ତି ତେଣୁ ଶୋ ଶୀଘ୍ର ବନ୍ଦ ହୋଇଯିବ ।

Be the first to comment

Leave a Reply

Your email address will not be published.


*