ପ୍ରାଚୀନ ସମୟରେ ରାଜମାନଙ୍କୁ ଆକର୍ଷିତ କରିବା ପାଇଁ ରାଣୀ ମାନେ କରୁଥିଲେ ଏହିପରି ଅଜବ କାମ !

ରାଜା ମହାରାଜାଙ୍କ ଯୁଗରେ ମହିଳାମାନେ ନିଜକୁ ସୁନ୍ଦର, ଆକର୍ଷଣୀୟ ଏବଂ ଯୁବା ରଖିବା ପାଇଁ କୌଣସି ବ୍ୟୁଟି ପାର୍ଲରର ବ୍ୟବସ୍ଥା ନଥିଲା । ବର୍ତ୍ତମାନ ସମୟରେ ପ୍ରଚଳିତ ହେଉଥିବା କୌଣସି କ୍ରିମ୍, ସାବୁନ୍, ସାମ୍ପୁ ମଧ୍ୟ ନଥିଲା ।

ଏହା ସତ୍ତ୍ୱେ ମଧ୍ୟ ପୁରାତନ ସମୟର ରାଣୀମାନେ ବହୁତ ସୁନ୍ଦର ଥିଲେ, ଏହିପରିକି କେବଳ ରାଣୀମାନଙ୍କୁ ହିଁ ହାସଲ କରିବା ପାଇଁ ପ୍ରାଚୀନ କାଳରେ ଅନେକ ଯୁଦ୍ଧ ମଧ୍ୟ ହୋଇଛି । ପୁରାତନ ସମୟରେ ଅର୍ଥାତ ଯେତେବେଳେ ରାଜା ମହାରାଜାଙ୍କ ଶାସନ ଜାରି ରହିଥିଲା, ସେତେବେଳେ ରାଣୀମାନେ ନିଜକୁ ସୁନ୍ଦର ଏବଂ ଆକର୍ଷଣୀୟ ରଖିବା ପାଇଁ କଠିନ ପରିଶ୍ରମ କରିବାକୁ ପଡୁଥିଲା କାରଣ ଜଣେ ରାଜାଙ୍କର ଅନେକ ରାଣୀ ଥିଲେ ଏବଂ ଯେଉଁ ରାଣୀ ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି, ରାଜା ସେହି ରାଣୀଙ୍କ ସହିତ ଅଧିକ ସମୟ ଅତିବାହିତ କରୁଥିଲେ ଏବଂ ସବୁଠାରୁ ଅଧିକ ଧନ ଦୌଲତ ଉପରେ ସେହି ରାଣୀଙ୍କର ହିଁ ଅଧିକାର ଥିଲା ।

ପୁରାତନ ସମୟର ରାଣୀମାନେ ନିଜକୁ ସୁନ୍ଦର ରଖିବା ପାଇଁ କେବଳ ପ୍ରାକୃତିକ ଉପାୟର ହିଁ ବ୍ୟବହାର କରୁଥିଲେ । ଯେପରିକି ସେମାନେ ସ୍ନାନ କରିବା ପାଣିରେ କ୍ଷୀର ଏବଂ ଗୋଲାପ ଫୁଲ ପକାଇ ସ୍ନାନ କରୁଥିଲେ । ଯାହା ଦ୍ୱାରା ତାଙ୍କ ଶରୀର କୋମଳ ଏବଂ ସୁନ୍ଦର ରହୁଥିଲା ଏବଂ ଚର୍ମରୁ ଗୋଲାପର ସୁଗନ୍ଧ ବାସୁଥିଲା ।

ରାଣୀମାନେ ବେଳେବେଳେ ଗଧ କ୍ଷୀରରେ ଓଲିଭ ଏବଂ ମହୁ ଇତ୍ୟାଦିକୁ ମିଶ୍ରଣ କରି ମଧ୍ୟ ସ୍ନାନ କରୁଥିଲେ । ଏହି କାରଣରୁ ସେମାନଙ୍କର ଚର୍ମ ଯୁବା ପରି ନଜର ଆସୁଥିଲା । ଏହା ବ୍ୟତୀତ ରାଣୀମାନେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ବ୍ୟାୟାମ ମଧ୍ୟ କରୁଥିଲେ ଏବଂ ଏହା ସହିତ ଅସ୍ତ୍ର ଚାଳନା ମଧ୍ୟ କରୁଥିଲେ ।


ପ୍ରାଚୀନ କାଳର ରାଣୀମାନଙ୍କର ଚର୍ମ ବହୁତ ଚମକପୂର୍ଣ୍ଣ ରହୁଥିଲା, ଏଥିପାଇଁ ସେମାନେ ସୁରାରେ ଅଣ୍ଡାର ଧଳା ଅଂଶକୁ ମିଶାଇ ନିଜ ଚେହେରା ଲଗାଉଥିଲେ । ଯାହାଦ୍ୱାରା ସେମାନଙ୍କ ଚେହେରା ଚମକପୂର୍ଣ୍ଣ ଏବଂ ନରମ ରହୁଥିଲା । ରାଣୀ ମାନଙ୍କ ସ୍ନାନ କରିବା ପାଣିରେ ଚନ୍ଦନ ଚୂର୍ଣ୍ଣ, କେଶର, କ୍ଷୀର, ଗୋଲାପ ଜଳ ଏବଂ ଅନେକ ଜଡ଼ିବୁଟି ମିଶ୍ରଣ କରାଯାଉଥିଲା ଯାହାଦ୍ୱାରା ସେମାନଙ୍କର ଚର୍ମ ଜଣେ ଶିଶୁ ପରି ନରମ ରହୁଥିଲା ।

Be the first to comment

Leave a Reply

Your email address will not be published.


*