ଅର୍ଣ୍ଣବଙ୍କ ଗିରଫ ଉପରେ ଅମିତ ଶାହାଙ୍କ ବିବୃତ୍ତି, କହିଲେ କଂଗ୍ରେସ କରିଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ !

ରିପବ୍ଲିକ୍ ମିଡିଆ ନେଟୱାର୍କର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗତକାଲି ସକାଳେ ମୁମ୍ବାଇ ପୋଲିସ୍ ଗିରଫ କରିନେଇଛି । କହିରଖୁଛୁ ଯେ ମୁମ୍ବାଇ ପୋଲିସର ଅନେକ ଅଧିକାରୀ ସକାଳେ ସକାଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରି ନେଇଥିଲେ । ଏକ ପୁରୁଣା ଆତ୍ମହତ୍ୟା ମାମଲାରେ ଏହି ଗିରଫ କରାଯାଇଛି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏହି ପ୍ରକାରର ଗିରଫ କରାଯିବାକୁ ନେଇ ଅନେକ ଲୋକ ମହାରାଷ୍ଟ୍ର ସରକାର ଏବଂ ପୋଲିସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ନିକଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଲକ୍ଷ୍ୟ କରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି । ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରିଦେଇଛି । ଅର୍ଣ୍ଣବ ଗୋସ୍ୱାମୀଙ୍କର ଏହି ଗିରଫ ସିଧାସଳଖ ଭାବରେ ଗଣତନ୍ତ୍ର ଉପରେ ଆକ୍ରମଣ ଅଟେ । କହିରଖୁଛୁ ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ପରେ ଅମିତ ଶାହା ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ନିଜର ଭାବନାକୁ ପରିପ୍ରକାଶ କରିଛନ୍ତି । ଅମିତ ଶାହାଙ୍କ ଏହି ଟ୍ୱିଟକୁ ସମର୍ଥନ କରି ଅନେକ ଲୋକ କଂଗ୍ରେସ ଏବଂ ମହାରାଷ୍ଟ୍ର ସରକାରଙ୍କୁ ବିରୋଧ କରୁଛନ୍ତି ।

ରାଜ୍ୟର ଶକ୍ତିର କରାଯାଇଛି ଅପବ୍ୟବହାର:-

ଗୃହମନ୍ତ୍ରୀ ଅମିତ ଶାହା ନିଜ ଟ୍ୱିଟରେ କଂଗ୍ରେସ ଉପରେ ରାଜ୍ୟର ଶକ୍ତି ମିଳିବା ପରେ ତାହାର ଅପବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, କଂଗ୍ରେସ ଏବଂ ସେମାନଙ୍କର ସହଯୋଗୀମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରି ଦେଇଛନ୍ତି । କଂଗ୍ରେସ ମହାରାଷ୍ଟ୍ରରେ ନିଜର ଶକ୍ତିର ଅପବ୍ୟବହାର କରୁଛି । ରିପବ୍ଲିକ୍ ମିଡିଆ ନେଟୱାର୍କ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ତାଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏକ ବଡ଼ ଆକ୍ରମଣ ଅଟେ । ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କର ଏହି କାର୍ଯ୍ୟ ତାଙ୍କୁ ଜରୁରୀକାଳୀନ ପରିସ୍ଥିତି ବିଷୟରେ ମନେ ପକାଇଥାଏ । ତାଙ୍କର କହିବା ଅନୁଯାୟୀ ସ୍ୱତନ୍ତ୍ର ପ୍ରେସ ଉପରେ ଯେଉଁ ଆକ୍ରମଣ କରାଯାଇଛି, ତାହାର ବିରୋଧ ହେବା ଉଚିତ । ସେହି ସମସ୍ତ ଲୋକ ମଧ୍ୟ ଏହାର ବିରୋଧ କରିବେ । ଅମିତ ଶାହାଙ୍କ ଏହି ଟ୍ୱିଟ୍ ପରେ ଅନେକ ଲୋକ କଂଗ୍ରେସର ଏହି ପ୍ରକାରର କାର୍ଯ୍ୟକଳାପକୁ ନିନ୍ଦା କରୁଛନ୍ତି । କହିରଖୁଛୁ ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୨୦୧୮ ମସିହାରେ ହୋଇଥିବା ଜଣେ ଇଣ୍ଟିରିୟର ଡିଜାଇନର ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଛି ।

ଡିଜାଇନର ଏବଂ ତାଙ୍କ ମାଁ କରିଥିଲେ ଆତ୍ମହତ୍ୟା:-

କହିରଖୁଛୁ ଯେ ଅର୍ଣ୍ଣବ ଗୋସ୍ବାମୀଙ୍କର ଗତକାଲି ସକାଳେ ହୋଇଥିବା ଗିରଫର କାରଣ ଆଜିରୁ ଦୁଇ ବର୍ଷ ପୂର୍ବେ ଜଣେ ଡିଜାଇନର ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ଅଟେ । ୫୩ ବର୍ଷୀୟ ଇଣ୍ଟିରିୟର ଡିଜାଇନର ଅନ୍ୟୟ ନାୟକ ଏବଂ ତାଙ୍କ ମାଁ କୁମୁଦ ନାୟକ ମଇ ୨୦୧୮ ମସିହାରେ ଅଲିବାଗରେ ଆତ୍ମହତ୍ୟା କରି ଦେଇଥିଲେ । ଯେତେବେଳେ ପୋଲିସ ଘଟଣାସ୍ଥଳର ଅନୁସନ୍ଧାନ କରିଥିଲା, ସେତେବେଳେ ତାକୁ ଅନ୍ୟୟ ନାୟକଙ୍କ ଦ୍ୱାରା ଲିଖିତ ଆତ୍ମହତ୍ୟା ନୋଟ୍ ମିଳିଥିଲା । ଆତ୍ମହତ୍ୟା ନୋଟରେ ଲେଖା ଯାଇଥିଲା ଯେ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣ ଲୋକ ତାଙ୍କର ୫.୪୦ କୋଟି ଟଙ୍କା ଦେଇ ନାହାଁନ୍ତି । ଯେଉଁ କାରଣରୁ ତାଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଅଛି କିନ୍ତୁ ବର୍ତ୍ତମାନ ସେ ଏହାର ସାମ୍ନା କରିବାକୁ ସକ୍ଷମ ନୁହଁନ୍ତି, ସେଥିପାଇଁ ତାଙ୍କୁ ଏହି ପଦକ୍ଷେପ ଗ୍ରହଣ କରିବାକୁ ପଡୁଅଛି । ଏହି ଘଟଣାରେ ଗତକାଲି ସକାଳେ ମୁମ୍ବାଇ ପୋଲିସ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରେ ଚଢ଼ାଉ କରିଥିଲା । କୁହାଯାଉଛି ଯେ ଅର୍ଣ୍ଣବଙ୍କୁ ଅଲିବାଗକୁ ନିଆଯାଉଛି ।

Be the first to comment

Leave a Reply

Your email address will not be published.


*