ଚଳିତ ମାସର ଏହି ଦିନ ଆରମ୍ଭ ହେବ ଦଶମରୁ ଦ୍ଵାଦଶ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଠପଢା କାର୍ଯ୍ୟକ୍ରମ !

ଭୁବନେଶ୍ୱର : କରୋନା ମହାମାରୀ କାରଣରୁ ଦୀର୍ଘ ୮ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢା ବନ୍ଦ ଥିଲା । ଭିନ୍ନ ଭିନ୍ନ ତାରିଖରେ ସ୍କୁଲ ଖୋଲିବା ପାଇଁ ତାରିଖ ଘୋଷଣା କରୁଥିଲେ ସରକାର କିନ୍ତୁ କରୋନା ସଂକ୍ରମଣର ଭୟ କାରଣରୁ ସ୍କୁଲ, କଲେଜ ବନ୍ଦ କରିବାକୁ ସରକରା ବାଧ୍ୟ ହୋଇଥିଲେ । ଯେପରି ଆର୍ଥିକ ମେରୁଦଣ୍ଡ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି ଠିକ ସେହିପରି ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ହେବାକୁ ଲାଗିଛି । ଅନ୍-ଲକ୍ ୫ରେ ଓଡିଶା ରାଜ୍ୟ ଦଶହରା ଛୁଟି ପରବର୍ତ୍ତୀ ସମୟ ଅର୍ଥାତ ଅନ୍-ଲକ୍ ୬ରେ ସ୍କୁଲ କଲେଜ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଏପରି ତାରିଖ ମଧ୍ୟ ଘୋଷଣା କରିଥିଲେ । ବର୍ତ୍ତମାନ ଅନ୍-ଲକ୍ ୬ ଗାଇଡଇନ୍ ଘୋଷଣା ହୋଇଯାଇଛି ଏବଂ ଦଶହରା ଛୁଟି ମଧ୍ୟ ସରିଛି ।

ପୂର୍ବରୁ ଘୋଷଣା ହୋଇଥିଲା ଯେ, ପ୍ରଥମ ପର୍ଯ୍ୟାୟରେ ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ଖୋଲାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଶ୍ରେଣୀର ବିଦ୍ୟାର୍ଥୀଙ୍କ ବିଷୟରେ ଚିନ୍ତା କରାଯିବ ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ମାସରେ ନବମରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ନିମନ୍ତେ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ । ଚଳିତ ମାସର ତୃତୀୟ ସପ୍ତାହରେ ସ୍କୁଲ୍ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ଏହି ନିମନ୍ତେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅଂଶୀଦାରଙ୍କ ସହ ଗଣଶିକ୍ଷା ବିଭାଗ ଆଲୋଚନା କରି ଯଥାଶୀଘ୍ର ଏସ୍ଓପି ଜାରି କରିବ । ଅନ୍ୟପଟେ ଗାଇଡଲାଇନ୍ ପାଳନ କରି ସ୍କୁଲ୍ ଖୋଲିବାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଥିବାବେଳେ ଅଭିଭାବକ ଓ ଶିକ୍ଷକଙ୍କ ଭିତରେ ଆଶଙ୍କା ପ୍ରକାଶ ପାଇଛି ।

Be the first to comment

Leave a Reply

Your email address will not be published.


*