ବିସ୍ଫୋରଣରେ ଦୋହଲିଲା ଗୁଜୁରାଟ : ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି ରହିଛି !

ପର୍ବପର୍ବାଣୀର ଏହି ସମୟରେ ଗୁଜୁରାଟର ଅହମ୍ମଦାବାଦରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଚ୍ଚି । ବୁଧବାର ଏଠାରେ ଥିବା ଏକ ପୋଷାକ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ପ୍ରଚଣ୍ଡ ବିସ୍ଫୋରଣ ହେତୁ କୋଠାର ଛାତ ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକଙ୍କୁ ବିଲ୍ଡିଂର ଧ୍ୱଂସାବଶେଷ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାର ସୂଚନା ମିଳିଛି ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି :

ମିଳିଥିବା ସୂଚନା ଅନୁଯାୟୀ ଚାରି ଜଣଙ୍କ ବିଲ୍ଡିଂର ଆବର୍ଜନା ତଳେ ପୋତି ହୋଇଥିବାର ଜଣାପଡିଛି । ଏଥି ସହିତ ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ଅଗ୍ନିଶମ ଦମକଳ ଗାଡିଗୁଡ଼ିକ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଥିସହିତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି । ବିସ୍ପୋରଣ ପରେ ଧ୍ଵଂସ ହୋଇଥିବା ବିଲ୍ଡିଂରେ ପୋତି ହୋଇଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ନଅ ଜଣଙ୍କ ମୃତ୍ୟୁ ପ୍ରଶାସନ ଦ୍ୱାରା ନିଶ୍ଚିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ : ଭୁଲରେ ମଧ୍ୟ ଏହି ବ୍ୟାଙ୍କିଙ୍ଗ ଆପ୍ କରନ୍ତୁ ନାହିଁ ଡାଉନଲୋଡ ନଚେତ୍ ଚୁଟକିରେ ଟଙ୍କା ହୋଇଯିବ ଗାଏବ !

ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି :

କୁହାଯାଉଛି ଯେ ନାନୁକାକା ଇଷ୍ଟେଟରେ ଅବସ୍ଥିତ ପୋଷାକ ଗୋଦାମରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ପରେ କୋଠାଟି ବିସ୍ଫୋରଣ ହୋଇ ଛାତ ଭୁଶୁଡି ପଡିଥିଲା । ଏହି ଅବସରରେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଏଥିସହ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ : ମୁମ୍ବାଇ ପୋଲିସ୍ HCକୁ କହିଛି ଯେ ସୁଶାନ୍ତଙ୍କ ମାନସିକ ଅବସ୍ଥା ଭଉଣୀ ମାନଙ୍କର ଔଷଧ ଦେବା ଦ୍ୱାରା ଖରାପ ହୋଇଥିଲା !

ଅଗ୍ନିକାଣ୍ଡର କାରଣ କଣ ଥିଲା ?

ଏହି ଘଟଣା ବିଷୟରେ ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ ପୋଷାକ ଗୋଦାମ ପାଖରେ ଥିବା ଏକ ବୋୟେଲର୍ (Boiler) ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କୁ ଛଅ (୬) ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି । ସେଥିମଧ୍ୟରୁ ଗୋଟିଏର ଅବସ୍ଥା ଭଲ ଥିବା କୁହାଯାଉଛି । କିନ୍ତୁ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଅଟେ । ଘଟଣାସ୍ଥଳରେ ବାରଟି ଫାୟାର ଇଞ୍ଜିନ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।

Be the first to comment

Leave a Reply

Your email address will not be published.


*