ଯଦି ଜାତକର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଚହୁଁଛନ୍ତି, ତେବେ କରନ୍ତୁ ଦିନ ଅନୁସାରେ ଏହି ଉପାୟ…

ମନୁଷ୍ୟର ଜୀବନ ବହୁତ ଜଟିଳ ବୋଲି କୁହାଯାଏ । କାରଣ ମନୁଷ୍ୟ ନିଜ ଜୀବନରେ ଅନେକ ଉତ୍ଥାନ ପତନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମନୁଷ୍ୟ ଜୀବନରେ ଭଲ ସମୟ ମଧ୍ୟ ଆସେ ଓ ଖରାପ ସମୟ ମଧ୍ୟ ଆସେ । ସମୟ ସଙ୍ଗେ ସଙ୍ଗେ ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଲାଗି ରହିଥାଏ । ଅନେକ ଥର ଏପରି ହୁଏ ଯେ, ଆମ ଜୀବନରେ ସବୁକିଛି ଠିକ ଚାଲେ କିନ୍ତୁ ଯଦି ଆମ ଗ୍ରହ ନକ୍ଷେତ୍ର ଆମ ବିପକ୍ଷରେ ରହିଥିବା ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଜୀବନରେ କୌଣସି ନା କୌଣସି ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରି ଅସୁବିଧା ଏଥିପାଇଁ ହୁଏ, କାରଣ ଭୁଲ ସ୍ଥାନରେ ଥିବା ଗ୍ରହ ନକ୍ଷେତ୍ର କାରଣରୁ ଜାତକରେ ଗ୍ରହ ଦୋଷ ଲାଗିଥାଏ । ଯଦି ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଗ୍ରହ ଦୋଷ ରହିଅଛି, ତେବେ ଆପଣ ନିଜ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ, ତେବେ ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ କୁଣ୍ଡଳୀରେ ଏହି ଦୋଷରୁ ମୁକ୍ତି ପାଇବା ପାଇଁ ଚାହଁନ୍ତି, ତେବେ ଆପଣ କେବଳ ମଥାରେ ତିଳକ ଲଗାନ୍ତି; ତେବେ ଆପଣଙ୍କ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ଆପଣଙ୍କ ମନରେ ସକାରାତ୍ମକ ଭାବ ମଧ୍ୟ ଆସିଥାଏ ! ସପ୍ତାହରେ ୭ ଦିନ କୌଣସି ନା କୌଣସି ଗ୍ରହର ଦିନ ଅଟେ ଏବଂ ଏହି ସମସ୍ତ ଦିନ କୌଣସି ନା କୌଣସି ଗ୍ରହ ପାଇଁ ହୋଇଥାଏ ବୋଲି ଧରାଯାଏ । ଠିକ୍ ଏପରି ଭାବରେ ସାତଦିନ ଭିନ୍ନ ଭିନ୍ନ ଗ୍ରହ ଅନୁସାରେ ମଥାରେ ସିନ୍ଦୂର ଟୀକା ଲଗାନ୍ତି; ତେବେ ଗ୍ରହ ଦୋଷରୁ ମୁକ୍ତି ମିଳିପାରିବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କେଉଁ ଦିନ କେଉଁ ତିଳକ ଲଗାଇବା ଉଚିତ ଏହାର ସୂଚନା ଦେବାକୁ ଯାଉଛୁ ।

ଆସନ୍ତୁ ଜାଣିବା କେଉଁ ଦିନ କେଉଁ ତିଳକ ଲଗାଇବା ଉଚିତ :

ସୋମବାର :

ସୋମବାର ଦିନ, ଚନ୍ଦ୍ର ଗ୍ରହ ସହ ସମ୍ବନ୍ଧୀୟ ରହିଥାଏ ଏବଂ ଏହି ଦିନ ଭଗବାନ ଶିବଙ୍କ ଦିନ ବୋଲି ମଧ୍ୟ କୁହାଯାଏ । ସୋମବାର ଦିନ ଆପଣ ସକାଳ ସମୟରେ ସ୍ନାନ ସାରି ଶ୍ୱେତ ଚନ୍ଦନର ତିଳକ ଲଗାନ୍ତୁ । ଯଦି ଆପଣ ଏଭଳି କରନ୍ତି ତେବେ ଏଥିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବ ଓ ଆପଣଙ୍କ ମନରେ ଏକାଗ୍ରତା ଭାବନା ଜାଗ୍ରତ ହେବ ।

ମଙ୍ଗଳବାର :

ମଙ୍ଗଳବାର, ମଙ୍ଗଳ ଗ୍ରହ ସହିତ ସମ୍ବନ୍ଧୀୟ ଅଟେ ଏବଂ ଏହି ଦିନକୁ ମହାବଳୀ ପ୍ରଭୁ ହନୁମାନଙ୍କ ଦିନ ବୋଲି କୁହାଯାଏ । ଆପଣ ମଙ୍ଗଳବାର ଦିନ ଯେକୌଣସି ହନୁମାନ ମନ୍ଦିରକୁ ଯାଇ ନିଜ ମଥାରେ ନାଲି ରଙ୍ଗର ତିଳକ ଲଗାନ୍ତୁ ଯଦି ଆପଣ ଏପରି କରନ୍ତି; ତେବେ ଏଥିରୁ ମଙ୍ଗଳ ଦୋଷର ପ୍ରଭାବ ଦୂର ହୋଇଥାଏ ।

ବୁଧବାର :

ବୁଧବାର, ବୁଧ ଗ୍ରହ ସହ ସମ୍ବନ୍ଧୀୟ ଅଟେ ଏବଂ ଏହି ଦିନକୁ ଭଗବାନ ଗଣେଶଙ୍କ ଦିନ ରୂପେ ଧରାଯାଏ । ବୁଧବାର ଦିନ ଆପଣ ସୁପାରୀ (ଗୁଆ)କୁ ଘଷି ଏହାର ତିଳକ ନିଜ ମଥାରେ ଲଗାନ୍ତୁ; ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବ ।

ଗୁରୁବାର :

ଗୁରୁବାର, ଗୁରୁ ଗ୍ରହ ସହ ସମ୍ବନ୍ଧୀୟ ଅଟେ ଏବଂ ଏହି ଦିନ ଭଗବାନ ବିଷ୍ଣୁଙ୍କ ଦିନ ଅଟେ । ଆପଣ ଏହି ଦିନରେ ସକାଳ ସମୟରେ ନିର୍ମଳ ମନରେ କେଶର ଚନ୍ଦନ କିମ୍ବା ହଳଦୀର ତିଳକ ନିଜ କପାଳରେ ଲଗାନ୍ତୁ; ଯଦି ଆପଣ ଏପରି କରନ୍ତି ତେବେ ଗୁରୁ ଗ୍ରହର ସମସ୍ତ ଦୋଷ ସମାପ୍ତ ହୋଇଥାଏ ।

ଶୁକ୍ରବାର :

ଶୁକ୍ରବାର ଦିନକୁ ଧନର ଦେବୀ ମହାଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ । ଆପଣ ଏହି ଦିନ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ପରେ କସ୍ତୁରୀରେ ତିଳକ ନିଜ ମଥାରେ ଲଗାନ୍ତୁ; ଯଦି ଆପଣ ଏପରି କରନ୍ତି ତେବେ ଏଥିରୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଶନିବାର :

ଶନିବାର, ଶନି ଗ୍ରହ ସମ୍ବନ୍ଧୀୟ ଅଟେ ଏବଂ ଏହି ଦିନ ଶନି ମହାରାଜଙ୍କ ଦିନ ବୋଲି କୁହାଯାଏ । ଏହି ବିଷୟରେ ଏପରି କୁହାଯାଏ ଯେ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ମୂଳରେ ଦୀପ ଜାଳି ବିଭୂତିର ତିଳକ ନିଜ ମଥାରେ ଲଗାଇବା ଉଚିତ ଯଦି ଏପରି କରିବେ; ତେବେ ଏଥିରୁ କୁଣ୍ଡଳୀରେ ଥିବା ଶନି ଦୋଷ ଦୂର ହୋଇଥାଏ ।

ରବିବାର :

ରବିବାର ଦିନ ସୂର୍ଯ୍ୟଦେବଙ୍କ ଦିନ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ନାଲି ରଙ୍ଗର ଚନ୍ଦନ କିମ୍ବା ସିନ୍ଦୂରର ତିଳକ ନିଜ ମଥାରେ ଲଗାଇବା ଉଚିତ । ଏପରି କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ ।

Be the first to comment

Leave a Reply

Your email address will not be published.


*