୧୪ ବର୍ଷ ବୟସରେ ହେଲା ଆମୀର ଖାନଙ୍କ ଝିଅଙ୍କ ଯୌନ ଶୋଷଣ, ୬ ବର୍ଷରେ ଟିବି, ୧୭ ବର୍ଷ ବୟସ ପରେ କାନ୍ଦିବା ଆରମ୍ଭ…..

ବଲିଉଡ଼ ଏପରି ଏକ ଜଗତ ଅଟେ ଯେଉଁଠାରେ କେବଳ ବଲିଉଡ଼ କଳାକାର ନୁହଁନ୍ତି ବରଂ ତାଙ୍କ ସନ୍ତାନ ମାନଙ୍କୁ ମଧ୍ୟ ଫ୍ୟାନ୍ସ ମାନେ ଜାଣନ୍ତି ଏବଂ ବାରମ୍ବାର ବଲିଉଡ଼ କଳାକାରଙ୍କ ସହିତ ତାଙ୍କ ସନ୍ତାନ ଓ ପରିବାର ବିଷୟରେ ଜାଣିବା ପାଇଁ ଲୋକମାନେ ଉତ୍ସୁକ ରୁହନ୍ତି । ଏହିପରି ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ନାମ ମଧ୍ୟ ସାମିଲ ଅଛି । ଇରା ଖାନ୍ ପ୍ରତିଦିନ ସୋସିଆଲ ମିଡ଼ିଆରେ ନିଜ ପୋଷ୍ଟ ଦ୍ୱାରା ଫ୍ୟାନ୍ସ ମାନଙ୍କ ଧ୍ୟାନ ଆକର୍ଷକ କରନ୍ତି । ଇରା ଖାନ୍ ସୋସିଆଲ ମିଡ଼ିଆରେ ଅଧିକ ସମୟ ସକ୍ରିୟ ରୁହନ୍ତି ଏବଂ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଷ୍ଟାର କିଡ୍ସ ମଧ୍ୟରୁ ଜଣେ ଅଟନ୍ତି । ଗତ ଦିନରେ ସେ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ ସେ ଡିପ୍ରେସନର ଶିକାର ହୋଇଛନ୍ତି, ବର୍ତ୍ତମାନ ସେ ନୂତନ ପୋଷ୍ଟ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି, ଏଥିରୁ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ଇରା ଖାନ୍ ସୋସିଆଲ ମିଡ଼ିଆ ନୂତନ ପୋଷ୍ଟ ମାଧ୍ୟମରେ ବହୁତ ବଡ଼ ଖୁଲାସା କରିଛନ୍ତି ।

୧୪ ବର୍ଷ ବୟସରେ ହୋଇଥିଲା ଯୌନ ଶୋଷଣ……

ଆମୀର ଖାନଙ୍କ ଝିଅ ଇରା ଖାନ୍ ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ୯ ମିନିଟରୁ ଅଧିକ ଦୀର୍ଘ ସମୟର ଭିଡ଼ିଓ ପୋଷ୍ଟ କରି ନିଜ ସହିତ ହୋଇଥିବା ଯୌନ ଶୋଷଣର ବଡ଼ ଖୁଲାସା କରିଛନ୍ତି । ସେ ନିଜ ସହିତ ହୋଇଥିବା ଯୌନ ଶୋଷଣକୁ ନେଇ କହିଛନ୍ତି ଯେ, “ଯେତେବେଳେ ମୁଁ ୧୪ ବର୍ଷ ବୟସ୍କା ଥିଲି ସେତେବେଳେ ମୋର ଯୌନ ଶୋଷଣ ହୋଇଥିଲା । ସେତେବେଳେ ମୋତେ ଜଣା ନଥିଲା ଯେ କଣ ହେଉଛି, କିନ୍ତୁ ଯେତେବେଳେ ମୋତେ ଜଣାପଡ଼ିଲା ସେତେବେଳେ ମୁଁ ଏଠାରୁ ଦୂରେଇ ଗଲି । ମୋତେ ଖରାପ ଲାଗିଲା ଯେ ମୁଁ ନିଜ ସହିତ ଏପରି ହେବା ପାଇଁ କାହିଁକି ଦେଲି, କିନ୍ତୁ ଏହା ମଧ୍ୟ ଏପରି ବଡ଼ ଘଟଣା ନଥିଲା ଯେ ମୁଁ ଜୀବନସାରା ଡିପ୍ରେସନରେ ଚାଲିଯିବି । ମୋତେ ଅଣନିଃଶ୍ବାସୀ ଲାଗି ଯାଉଛି, ମୁଁ କାନ୍ଦୁଛି, ମୁଁ ଏହା ମୋର ବନ୍ଧୁ ଓ ମାତାପିତାଙ୍କୁ କହିପାରିବି, କିନ୍ତୁ କଣ କହିବି ? ସେମାନେ ମୋତେ ପଚାରିବେ ? ସେତେବେଳେ ମୁଁ କଣ ଉତ୍ତର ଦେବି । ମୋ ସହ କିଛି ଖରାପ ହୋଇ ନାହିଁ ଯେପରିକି ମୁଁ ଅନୁଭବ କରୁଛି । ଏହି ଚିନ୍ତାଧାରା ମୋତେ ସେମାନଙ୍କ ସହିତ କଥାବାର୍ତ୍ତା କରିବାରୁ ଅଟକାଇ ଦେଲା ।’

୬ ବର୍ଷ ବୟସରେ ହୋଇଥିଲା ଟିବି……

ଆମୀର ଖାନଙ୍କ ଝିଅ ଇରା ଏହି ଭିଡ଼ିଓ ମାଧ୍ୟମରେ ନିଜ ଜୀବନ ସହ ଜଡ଼ିତ କିଛି ରହସ୍ୟ ଉନ୍ମୋଚନ କରିଛନ୍ତି । ସେ ଏହି ସମୟରେ ନିଜକୁ ଛୋଟ ବୟସରେ ହିଁ ଟିବି ହୋଇଥିବା ଖୁଲାସା କରିଛନ୍ତି । ଭିଡ଼ିଓରେ ଇରା କହିଛନ୍ତି ଯେ, “ଯେତେବେଳେ ମୁଁ ଛୋଟ ଥିଲି ମୋ ମାତାପିତାଙ୍କ ଛାଡ଼ପତ୍ର ହୋଇଗଲା କିନ୍ତୁ ତାକୁ ନେଇ ମୋତେ ବେଶୀ କିଛି ଆଘାତ ଲାଗିନଥିଲା, ତେଣୁ ଏପରି କିଛି ହେଲା ନାହିଁ । ମୋର ମାତାପିତା ବର୍ତ୍ତମାନ ମଧ୍ୟ ବହୁତ ଭଲ ସାଙ୍ଗ ଅଟନ୍ତି, କୌଣସି ଛିନ୍ନ ହୋଇଯାଇଥିବା ପରିବାର ନୁହେଁ । ଯେତେବେଳେ ମୁଁ ୬ ବର୍ଷର ହୋଇଥିଲି ସେତେବେଳେ ମୋତେ ଟିବି ହୋଇଥିଲା । ଟିବି ମଧ୍ୟ ମୋ ପାଇଁ ଏତେ ଖରାପ ନଥିଲା କି ମୁଁ ଦୁଃଖିତ ହେବି ।”

ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା ବନ୍ଦ, ନିଜର ଯତ୍ନ ମଧ୍ୟ ରଖିପାରିଲି ନାହିଁ……

ଇରା ଯେତେବେଳେ ନିଜ ଜୀବନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିଲେ ସେତେବେଳେ ସେ ନିଜ ସାଙ୍ଗସାଥି ମାନଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରି ଦେଇଥିଲେ । ସେହି ସମୟରେ ତାଙ୍କୁ କିଛି ମଧ୍ୟ ଭଲ୍ ଲାଗୁନଥିଲା । ସେ ଏହି ଆଘାତ ଯୋଗୁଁ ନିଜକୁ ପୁରାପୁରି ଭୁଲି ଯାଇଥିଲେ । ସେ ଭିଡ଼ିଓରେ କହିଛନ୍ତି ଯେ, “ମୁଁ ନିଜର ଯତ୍ନ ମଧ୍ୟ ରଖୁନଥିଲି । ମୁଁ ଅଧିକ ସମୟ ଶୋଇବାକୁ ଲାଗିଲି । ନିଜ ଜୀବନ ନବଞ୍ଚିବା ପାଇଁ ମୁଁ ଅଧିକ ସମୟ ଶୋଇବାରେ ଅତିବାହିତ କରୁଥିଲି । ଆଗରୁ ମୁଁ ବହୁତ ବ୍ୟସ୍ତ ରହୁଥିଲି ପରେ ଧୀରେ ଧୀରେ ଖଟରୁ ଉଠିପାରିଲି ନାହିଁ । ଭିନ୍ନ ଭିନ୍ନ କ୍ଷେତ୍ରରେ ଭାଗ ନେଉଥିଲି ଓ କଥା ଦେଉଥିଲି ଯେ ମୁଁ ଆସିବି କିନ୍ତୁ ମୁଁ ଯାଇପାରୁନଥିଲି । ପରେ ପରେ ମୁଁ କୌଣସି କ୍ଷେତ୍ରରେ ଭାଗ ନେବା ମଧ୍ୟ ବନ୍ଦ କରି ଦେଲି । ପରେ ମୁଁ ନିଜେ ସାଙ୍ଗସାଥି ମାନଙ୍କ ସହ କଥାବାର୍ତ୍ତା କରିବା ମଧ୍ୟ ବନ୍ଦ କରଦେଲି ।”

୧୭ ବର୍ଷ ବୟସ ପରେ କନ୍ଦ୍ରନ ଆରମ୍ଭ……

ଏହି ଘଟଣା କାରଣରୁ ଇରାକୁ ଶାରୀରିକ ଓ ମାନସିକ ଉଭୟ ରୂପେ ଲଢ଼ିବାକୁ ପଡୁଥିଲା । ସେ କହିଛନ୍ତି ଯେ, “ମୋର ମନ ପ୍ରତିଦିନ ଖରାପ ହୋଇ ଯାଉଥିଲା । ମୁଁ ସଙ୍ଗୀତ ମଧ୍ୟ ଶୁଣି ପାରୁନଥିଲି କାରଣ ସେଥିରେ ମଧ୍ୟ ଆପଣଙ୍କୁ ମନ ଲଗାଇବାକୁ ପଡ଼ିଥାଏ । ସେତେବେଳେ ମୋତେ ଟିଭି ଦେଖିବାକୁ ପଡ଼ୁଥିଲା କାରଣ ମୁଁ ନିଜକୁ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କରୁଥିଲି ଯାହା ଫଳରେ କି ମୋତେ କାନ୍ଦ ନ ଲାଗୁ । ମୋର ଡିପ୍ରେସନ ସମୟରେ ମୁଁ ଖୁବ୍ କାନ୍ଦୁଥିଲି କାରଣ ମୁଁ ଏପରି ମନୁଷ୍ୟ ନୁହେଁ ଯିଏକି ଖୁବଶୀଘ୍ର କାନ୍ଦି ଦିଅନ୍ତି । ୧୭ ବର୍ଷ ପରେ ମୋର କାନ୍ଦିବା ଆରମ୍ଭ ହୋଇଯାଇଥିଲା । ଧୀରେ ଧୀରେ କ୍ରନ୍ଦନ ବଢିବାକୁ ଲାଗିଲା, ଯେଉଁ ସମୟରେ ମଧ୍ୟ ବିନା କାରଣରେ କାନ୍ଦିବାକୁ ଇଚ୍ଛା ହେଉନଥିଲା । ମୋତେ ଜଣାନଥିଲା ଯେ ମୁଁ କଣ କରିବି ଏଥିପାଇଁ ମୁଁ ବାଥରୁମକୁ ପଶି ଯାଉଥିଲି । ମୋତେ ମଧ୍ୟ ଜଣାନଥିଲା ଯେ ମୁଁ କାନ୍ଦୁଛି କାହିଁକି ।”

ଡିପ୍ରେସଡ଼ କାହିଁକି ? ଏହାର ଉତ୍ତର ନାହିଁ….

ଇଂଷ୍ଟାଗ୍ରାମରେ ସେୟାର କରିଥିବା ଭିଡ଼ିଓରେ ଇରା ଖାନ୍ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ ଚିନ୍ତାରେ ରହିଥିବା କାରଣ ପଚାରିଲେ କିନ୍ତୁ ଲୋକଙ୍କ ପ୍ରଶ୍ନର ତାଙ୍କ ନିକଟରେ କୌଣସି ଉତ୍ତର ନଥିଲା । ଇରା ଖାନ୍ କହିଛନ୍ତି ଯେ, ” ଅନେକ ଲୋକ ମୋତେ ପଚାରିଲେ ଯେ ମୁଁ ଡିପ୍ରେସ୍ କାହିଁକି ଅଛି ଓ ଏହାର ଉତ୍ତର ମୁଁ ମଧ୍ୟ ଦେଇପାରିବି ନାହିଁ କାରଣ ମୋତେ ମଧ୍ୟ ଏହା ଜଣାନାହିଁ । ଗତ କିଛି ବର୍ଷରୁ ମୁଁ ଏହାକୁ ବୁଝିବା ପାଇଁ ଚେଷ୍ଟା କରୁଛି କିନ୍ତୁ ଏହାର କୌଣସି ସିଧାସଳଖ ଉତ୍ତର ନାହିଁ । ଆଜି ମୁଁ ଆପଣଙ୍କୁ ମୋର ସହଜ ଓ ସରଳ ଜୀବନ ବିଷୟରେ କହିବାକୁ ଯାଉଛି । ଟଙ୍କାକୁ ନେଇ ମୋତେ କେବେମଧ୍ୟ ଅସୁବିଧା ହୋଇ ନାହିଁ । ମୋ ନିକଟରେ ଏକ ସପୋର୍ଟ ସିଷ୍ଟମ୍ ଅଛନ୍ତି । ମୋ ମାତାପିତା, ମୋ ବନ୍ଧୁ ସେମାନେ ମୋତେ କୌଣସି ପ୍ରକାର ଉତ୍ତର ଦେଇ ନାହାଁନ୍ତି । ମୋତେ ଜଣାଥିଲା ଯେ ଯଦି ମୋ ଜୀବନରେ କିଛି ହେବ ତେବେ ମୁଁ ମୋ ମାତାପିତାଙ୍କ ନିକଟକୁ ଯାଇ ତାଙ୍କ ସହିତ କଥାବାର୍ତ୍ତା କରିପାରିବି ।”

Be the first to comment

Leave a Reply

Your email address will not be published.


*