ମାଧୁରୀ ଦିକ୍ସିତ ଡାକ୍ତର ଶ୍ରୀରାମ ନେନେଙ୍କ ପ୍ରେମରେ ଥିଲେ ଦିୱାନୀ, ବହୁତ ରୋମାଣ୍ଟିକ୍ ଅଟେ ଏମାନଙ୍କ ପ୍ରେମ କାହାଣୀ !

ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ହିନ୍ଦୀ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜ ସମୟର ସୁନ୍ଦରୀ ଓ ଉତ୍ତମ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ଦର୍ଶକ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ବଡ଼ ଉତ୍ସୁକ ରୁହନ୍ତି। ମାଧୁରୀ ଦୀକ୍ଷିତ ଏକ ଅଭିନେତ୍ରୀ ନୁହଁନ୍ତି ବରଂ ହିନ୍ଦୀ ସିନେମା ଜଗତର ଡ଼ାନସିଂ ଦିବା ମଧ୍ୟ ଅଟନ୍ତି । ସେ ନିଜ ଫିଲ୍ମୀ କ୍ୟାରିୟରରେ ଅନେକଗୁଡ଼ିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଯେଉଁ ଚଳଚ୍ଚିତ୍ରକୁ କି ଆଜି ଲୋକେ ଦେଖିବାକୁ ଖୁବ ପସନ୍ଦ କରନ୍ତି । ମାଧୁରୀ ଦୀକ୍ଷିତ ନିଜ ଅଭିନୟ ଓ ଷ୍ଟାଇଲରୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି । ଯେତେବେଳେ ମାଧୁରୀ ଦୀକ୍ଷିତ ନିଜ କ୍ୟାରିୟରର ଶୀର୍ଷରେ ଥିଲେ, ସେତେବେଳେ ହଠାତ ତାଙ୍କ ବିବାହର ନିଷ୍ପତ୍ତି ଶୁଣି ଖୁବ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ୯୦ ଦଶକର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଡାକ୍ତର ଶ୍ରୀରାମ ନେନେଙ୍କ ପ୍ରେମରେ ପାଗଳ ଥିଲେ, ଯାହା ଫଳରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ନିର୍ଣ୍ଣୟ ନେଇଥିଲେ ।

ଆପଣଙ୍କୁ ସୁଚାଇଦେଉକି ଯେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ୧୭ ଅକ୍ଟୋବର ୧୯୯୯ କୁ ଡାକ୍ତର ଶ୍ରୀରାମ ନେନେଙ୍କ ସହିତ ବିବାହ କରିଥିଲେ । ମାଧୁରୀ ଯେତେବେଳେ ଶ୍ରୀରାମ ନେନେଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ସେତେବେଳେ ତାଙ୍କ ଫ୍ୟାନ ମାନଙ୍କ ମନରେ ପ୍ରଶ୍ନ ଥିଲା ଯେ “ଧକ ଧକ ଗାର୍ଲ” ଓ ଡାକ୍ତର ଶ୍ରୀରାମ ନେନେଙ୍କ ସାକ୍ଷାତ କିଭଳି ହୋଇଥିଲା ? ଏବଂ ଦୁହେଁ କେବେ ପରସ୍ପର ସହିତ ଜୀବନ ଅତିବାହିତ କରିବେ ବୋଲି ନିଷ୍ପତ୍ତି ନେଲେ ? ଯଦି ଆପଣଙ୍କ ମନରେ ମଧ୍ୟ ଏପରି କିଛି ପ୍ରଶ୍ନ ଉଠୁଥିବ ତେବେ ଆଜି ଆମେ ଆପଣଙ୍କୁ ମାଧୁରୀ ଓ ଡାକ୍ତର ନେନେଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ।

୯୦ ଦଶକର ଉଚ୍ଚସ୍ତରୀୟ ଅଭିନେତ୍ରୀଙ୍କ ମଧ୍ୟରେ ମାଧୁରୀ ଦୀକ୍ଷିତଙ୍କ ନାମ ମଧ୍ୟ ଆସେ । ଏପରି କୁହାଯାଏ ଯେ ଯେତେବେଳେ ମାଧୁରୀ ଦିକ୍ଷୀତ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ ସେତେବେଳେ ସେହି ସମୟରେ ସେମାନେ କ୍ୟାରିୟରର ଶୀର୍ଷରେ ପହଞ୍ଚି ଯାଇଥିଲେ କିନ୍ତୁ ଡାକ୍ତର ଶ୍ରୀରାମ ନେନେଙ୍କ ପ୍ରେମରେ ଏତେ ପାଗଳ ହୋଇଥିଲେ ଯେ ସେ ନିଜ କ୍ୟାରିୟର ବିଷୟରେ ମଧ୍ୟ ଚିନ୍ତା କଲେ ନାହିଁ । ଖବର ଅନୁଯାୟୀ ଏପରି କୁହାଯାଏ ଯେ ମାଧୁରୀ ଦୀକ୍ଷିତ ଓ ଡାକ୍ତର ଶ୍ରୀରାମ ନେନେଙ୍କ ପ୍ରଥମ ଦେଖା ଭାଇଙ୍କ ପାର୍ଟି ଲାଞ୍ଚ ଏଞ୍ଜଲିସରେ ସଂଯୋଗ ଯୋଗୁଁ ହୋଇଥିଲା । ମାଧୁରୀ ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ “ଯେତେବେଳେ ଆମେ ପ୍ରଥମେ ଥର ପାଇଁ ଦେଖା କରିଥିଲୁ ସେତେବେଳେ ଡାକ୍ତର ନେନେ ଜାଣିନଥିଲେ ଯେ ମୁଁ ଏକ ଅଭିନେତ୍ରୀ । ମୁଁ ହିନ୍ଦୀ ସିନେମାରେ ଅଭିନୟ କରେ । ମାଧୁରୀ ଆଗକୁ କହିଲେ ଯେ ପ୍ରଥମ ସାକ୍ଷାତରେ ହିଁ ଡାକ୍ତର ନେନେ ମୋତେ କହିଥିଲେ ଯେ ଆପଣ କଣ ମୋ ସହ ପାହାଡ଼କୁ ବାଇକ ରାଇଣ୍ଡିଂରେ ଯିବ । କିନ୍ତୁ ଯେତେବେଳେ ମୁଁ ପାହାଡରେ ପହଞ୍ଚିଲି ସେତେବେଳେ ମୋତେ ଏହା ଅନୁଭବ ହୋଇଥିଲା ଯେ ଏହା ଖୁବ କଷ୍ଟକର ଅଟେ ।”

ଅଭିନେତ୍ରୀ ମାଧୁରୀ ଆଗକୁ କହିଛନ୍ତି ଯେ ” ଏକ ସମୟ ପରେ ମୁଁ ଶ୍ରୀରାମଙ୍କୁ କହିଲି ଯେ ମୁଁ ଏହା କରିପାରିବି ନାହିଁ । ସେ ମୋତେ ପଚାରିଲେ ଯେ କଣ ଆପଣ ପାହାଡ଼ରେ ବାଇକ ଚଳାଇବା ଜାଣନ୍ତି ନାହିଁ ? ଇଣ୍ଟରଭିୟୁ ସମୟରେ ଯେତେବେଳେ ମାଧୁରୀ ଦୀକ୍ଷିତ ଏହି ପ୍ରଶ୍ନ ପଚରାଗଲା ଯେ ଆପଣ କ୍ୟାରିୟରର ଶୀର୍ଷରେ ପହଞ୍ଚିଥିଲେ ତେବେ ଆପଣ ବିବାହ କରିବା ନିଷ୍ପତ୍ତି ନେଲେ କାହିଁକି ? ସେତେବେଳେ ଏହି ପ୍ରଶ୍ନର ଉତ୍ତରରେ ମାଧୁରୀ କହିଥିଲେ ଯେ ମୁଁ ସେତେବେଳେ ପ୍ରେମରେ ପାଗଳ ଥିଲି ।

Be the first to comment

Leave a Reply

Your email address will not be published.


*