ଐଶ୍ଚର୍ଯ୍ୟା ରାୟଙ୍କ ଜୟାଙ୍କ ସହିତ ସମ୍ପର୍କ ଭଲ ନାହିଁ, ଜଲସା ଛାଡ଼ିବାକୁ କରି ନେଇଥିଲେ ନିଷ୍ପତ୍ତି, ଜାଣନ୍ତୁ ନଣନ୍ଦଙ୍କ ସହିତ କିପରି ରହିଛି ସମ୍ପର୍କ !

ସୁନ୍ଦରୀ ନାମରେ ଜଣାଶୁଣା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ଅଧିକାଂଶ ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ରୁହନ୍ତି ଏବଂ ଯେତେବେଳେ ଐଶ୍ଚର୍ଯ୍ୟା ଅଭିଷେକଙ୍କୁ ବିବାହ କରି ବଚ୍ଚନ ପରିବାରରେ ବୋହୂ ହୋଇଥିଲେ ସେତେବେଳେ ମଧ୍ୟ ସେ ଖବରରେ ଛାଇ ରହିଥିଲେ । କୁହାଯାଏ ଯେ ଜୟା ବଚ୍ଚନ ପୁଅ ଅଭିଷେକଙ୍କ ବିବାହ ପାଇଁ ଅନେକ ଝିଅକୁ ନାପସନ୍ଦ କରିଥିଲେ ଯେଉଁଥିରେ ରାନୀ ମୁଖାର୍ଜୀ ଓ କରିଶ୍ମା କପୂରଙ୍କ ନାମ ମଧ୍ୟ ଆସେ ଏବଂ ଆଜି ଐଶ୍ଚର୍ଯ୍ୟା ବଚ୍ଚନ ପରିବାରର ବୋହୂ ଅଟନ୍ତି ।

ସୁଚାଇଦେଉଛୁ ଯେତେବେଳେ ଐଶ୍ଚର୍ଯ୍ୟାଙ୍କ ବିବାହ ଅଭିଷେକ ବଚ୍ଚନଙ୍କ ସହିତ ହୋଇଥିଲା । ସେତେବେଳେ ଐଶ୍ଚର୍ଯ୍ୟାଙ୍କୁ ଅଭିଷେକଙ୍କ ପରିବାର ଲୋକଙ୍କୁ ଗ୍ରହଣ କରିବା ପାଇଁ ଟିକିଏ ସମୟ ଲାଗିଥିଲା । ଯେଉଁଠି ମଧ୍ୟ ଐଶ୍ଚର୍ଯ୍ୟା ନିଜ ଶାଶୁ ଜୟାଙ୍କ ସହ ନଜର ଆସନ୍ତି ଦୁହିଁଙ୍କ ମଧ୍ୟରେ ଏକ ମଧୁର ସମ୍ବନ୍ଧ ଦେଖିବାକୁ ମିଳେ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏକ ସମୟରେ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ଆସି ଯାଇଥିଲା ଏବଂ କଥାଟି ଏତେ ବଢ଼ି ଯାଇଥିଲା ଯେ ଐଶ୍ଚର୍ଯ୍ୟା ଅମିତାଭଙ୍କ ଜଳସା ଛାଡ଼ି ଦେବାକୁ ସ୍ଥିର କରି ନେଇଥିଲେ ଏବଂ ଏପରି ମଧ୍ୟ କୁହାଯାଏ ଯେ ଐଶ୍ଚର୍ଯ୍ୟା ଓ ତାଙ୍କ ନଣନ୍ଦ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସମ୍ପର୍କ ମଧ୍ୟ ଭଲ ନାହିଁ ।

ଆପଣଙ୍କୁ ସୁଚାଇଦେଉଛୁ ଯେପରି ଭାବରେ ଆମ ଦେଶର ସମସ୍ତ ପରିବାରରେ ଚାରି ଲୋକ ରହିଲେ କିଛି ନା କିଛି ଝଗଡା ନିଶ୍ଚିତ ଭାବରେ ହୋଇଥାଏ ସେପକ୍ଷରେ ପରିବାର ଲୋକମାନେ ସାଥିରେ ପର୍ବପର୍ବାଣି ମଧ୍ୟ ପାଳନ କରନ୍ତି ଓ ଉତ୍ସବ ମଧ୍ୟ ପାଳନ୍ତି । ସୁଚାଇଦେଉଛୁ ଐଶ୍ଚର୍ଯ୍ୟା ରାୟଙ୍କ ବିଷୟରେ କୁହାଯାଏ ଯେ ସେ ଏକ ସଂସ୍କାରି ବୋହୂ ଅଟନ୍ତି ଏବଂ ଏହା ମଧ୍ୟ ସଠିକ୍ କଥା ଅଟେ । କିନ୍ତୁ ଐଶ୍ଚର୍ଯ୍ୟା ରାୟଙ୍କ ଶାଶୁ ଅର୍ଥାତ ଜୟା ବଚ୍ଚନ ଟିକିଏ କଠୋର ଅଟନ୍ତି ଓ ବେଳେବେଳେ ଶାଶୁ ବୋହୂ ମଧ୍ୟରେ କୁହାକୁହି ହୋଇଯାଏ ।

ଥରେ ଯେତେବେଳେ ଐଶ୍ଚର୍ଯ୍ୟା ନିଜ ଶାଶୁ ଉପରେ ଏତେ ରାଗି ଯାଇଥିଲେ ଯେ ଆରଧ୍ୟା ଓ ଅଭିଷେ ବଚ୍ଚନଙ୍କ ସହିତ ନିଜ ଘର ଜଳସା ଛାଡ଼ି ଦେବାକୁ ଚାହୁଁଥିଲେ । ବାସ୍ତବରେ କଥାଟି ଏପରି କି ଥରେ ଜୟା ଐଶ୍ଚର୍ଯ୍ୟାଙ୍କ ସହିତ ଏକ ଇଂଭେଣ୍ଟରେ ପହଞ୍ଚିଥିଲେ । ଯେଉଁଠାରେ ସେ କେହି ଜଣେ ଏଶ୍ଚର୍ଯ୍ୟାଙ୍କୁ ଏଶ ବୋଲି ସମ୍ବୋଧନ କରିଥିଲେ ଏହା ଶୁଣି ଜୟାଙ୍କୁ ଏତେ କ୍ରୋଧ ଲାଗିଲା ଯେ ସେ ମିଡ଼ିଆ ଉପରେ ଏହାର କ୍ରୋଧ ପ୍ରକାଶ କରିଦେଲେ ଏବଂ ସର୍ବସାଧାରଣ ସ୍ଥାନରେ ନିଜ ଶାଶୁଙ୍କ କ୍ରୋଧ ଦେଖି ଐଶର୍ଯ୍ୟା ମଧ୍ୟ ଖୁବ୍ କ୍ରୋଧିତ ଓ ଦୁଃଖିତ ହୋଇଯାଇଥିଲେ ସେତେବେଳେ ଐଶ୍ଚର୍ଯ୍ୟା କ୍ରୋଧରେ ଆସି ଘର ଛାଡ଼ିବାକୁ ସ୍ଥିର କରି ନେଇଥିଲେ ଯେ ସେ ଯଲସାରେ ଆଉ ରହିବେ ନାହିଁ ଏବଂ ସ୍ୱାମୀ ଓ ଝିଅଙ୍କ ସହିତ ଅଲଗା ରହିବେ ।

ସେପଟେ ଯଦି ଅଭିଷେକ ବିଷୟରେ ଆଲୋଚନା କରିବା ତେବେଅଭିଷେକ ସ୍ତ୍ରୀ ଐଶ୍ଚର୍ଯ୍ୟାଙ୍କୁ ଖୁବ୍ ଭଲ ପାଆନ୍ତି ଏବଂ ସର୍ବଦା ତାଙ୍କୁ ସହଯୋଗ କରନ୍ତି ଏବଂ ତାଙ୍କର ସମସ୍ତ ନିଷ୍ପତ୍ତିରେ ତାଙ୍କ ସାଥିରେ ରୁହନ୍ତି । ସେପକ୍ଷରେ ଯଦି ବିଗ୍ ବି ବିଷୟରେ ଆଲୋଚନା କରିବା ତେବେ ଅମିତାଭ ମଧ୍ୟ ବୋହୂ ଐଶ୍ଚର୍ଯ୍ୟାଙ୍କୁ ଖୁବ୍ ଭଲ ପାଆନ୍ତି ଏବଂ ତାଙ୍କୁ ନିଜ ଝିଅ ଭଳି ସ୍ନେହ କରନ୍ତି ଯଦି ଏଶଙ୍କ ନଣନ୍ଦ ବିଷୟରେ ଜାଣିବା ତେବେ ଏଶ୍ ଓ ତାଙ୍କର ଟିକିଏ ଭଲ ସମ୍ପର୍କ ନାହିଁ କିନ୍ତୁ ମିଡ଼ିଆ ସମ୍ମୁଖରେ ଐଶ୍ଚର୍ଯ୍ୟା ଏହା ପ୍ରକାଶ ହେବାକୁ ଦିଅନ୍ତି ନାହିଁ ଓ ସବୁବେଳେ ନିଜର ପୁରା ପରିବାରକୁ ଯୋଡ଼ି ରଖନ୍ତି । ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ସମସ୍ତଙ୍କ ଖୁସିର ଧ୍ୟାନ ରଖନ୍ତି ।

Be the first to comment

Leave a Reply

Your email address will not be published.


*