ବାବା କା ଢ଼ାବା : ଯିଏ ସମଗ୍ର ଦେଶରେ କରାଇଲା ପ୍ରସିଦ୍ଧ, ସେ ହିଁ ଲୁଟିନେଲା ବାବାଙ୍କୁ, ଥାନାରେ ପହଞ୍ଚିଲା କାନ୍ତା ପ୍ରସାଦ !

ସୋସିଆଲ ମିଡିଆ ବର୍ତ୍ତମାନର ସମୟରେ ଏପରି ଏକ ସାଧନ ଅଟେ, ଯିଏ କ୍ଷଣିକ ମଧ୍ୟରେ ଯେକୌଣସି ବ୍ୟକ୍ତିଙ୍କୁ ଚଟାଣରୁ ଛାତକୁ ପହଞ୍ଚାଇବାର କ୍ଷମତା ରଖିଛି । ଗତକିଛି ଦିନରେ ଭାରତରେ ସୋସିଆଲ ମିଡିଆର ଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ​​। ଯେଉଁଠାରେ ଦିଲ୍ଲୀର ‘ବାବା କା ଢାବା’ ଚଳାଉଥିବା ଦମ୍ପତ୍ତି ଏହାର ସ୍ୱାଦ ଚାଖିଥିଲେ, କିନ୍ତୁ ବର୍ତ୍ତମାନ ହଠାତ ସେମାନଙ୍କ ଦିନ ପରିବର୍ତ୍ତନ ହେବାରେ ଲାଗିଛି । ସୋସିଆଲ ମିଡିଆ ସାହାଯ୍ୟରେ ପ୍ରସିଦ୍ଧ ହୋଇଥିବା ଏହି ଦମ୍ପତ୍ତିଙ୍କ ସହିତ ହଠାତ ଅସୁବିଧାଜନକ ଘଟଣା ଘଟିଛି ଏବଂ ଏହାକୁ କେହି ମଧ୍ୟ ଆଶା କରିନଥିଲେ । କହିରଖୁଛୁ ଯେ ଯେଉଁ ଗୌରବ ଭାସନ ନାମକ ବ୍ୟକ୍ତି ‘ବାବା କା ଢ଼ାବା’ର ଭିଡିଓ କରି ସୋସିଆଲ ମିଡିଆରେ ଲୋକ ମାନଙ୍କୁ ସେମାନଙ୍କ ହିତ ପାଇଁ ହାତ ଉଠାଇବା କଥା କହିଥିଲେ, ତାଙ୍କ ବିରୁଦ୍ଧରେ ହିଁ ଶନିବାର ଦିନ ଢାବା ମାଲିକ କାନ୍ତା ପ୍ରସାଦ ଅଭିଯୋଗ ଦାଖଲ କରିଛନ୍ତି ।

ଦିଲ୍ଲୀର ମାଲଭିୟ ନଗର ଠାରେ ଅବସ୍ଥିତ ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ସାହାଯ୍ୟ ପାଇଁ ସଂଗୃହୀତ ଟଙ୍କାକୁ ନେଇ ଗୌରବଙ୍କ ଉପରେ କଥିତ ରୂପରେ ଧୋକା ଏବଂ ଠକେଇ ଅଭିଯୋଗ କରିଛନ୍ତି । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ବାବା କା ଢ଼ାବାର ଏକ ଭିଡିଓ କରି ଗୌରବ ଭାସନ ଅକ୍ଟୋବର ୭ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ, ଯେଉଁଠାରେ କାନ୍ତା ପ୍ରସାଦ ନିଜର କରୁଣ କାହାଣୀ ବିଷୟରେ କହିଥିଲେ ଏବଂ ଏହି ଭିଡିଓ ବହୁତ ଭାଇରାଲ ହୋଇଥିଲା । ବଲିଉଡର ଅନେକ କଳାକାର ମଧ୍ୟ ଏହି ଭିଡିଓକୁ ଦେଖିଥିଲେ ଏବଂ ଲୋକମାନଙ୍କୁ ଏହି ଦମ୍ପତ୍ତିଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଢାବାରେ ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଏବଂ ଦମ୍ପତ୍ତିଙ୍କର ଭଲ ଜୀବନ ପାଇଁ ଲୋକମାନେ ସେମାନଙ୍କୁ ଆର୍ଥିକ ଦାନ ମଧ୍ୟ ପ୍ରଦାନ କରିଥିଲେ ।

ଏକ ମାସ ମଧ୍ୟରେ ସବୁକିଛି ପରିବର୍ତ୍ତନ ହୋଇଯାଇଛି:-

ଭିଡିଓ ଭାଇରାଲ ହେବା କାରଣରୁ ଢାବା ଚଲାଉଥିବା ଦମ୍ପତ୍ତିଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା, କିନ୍ତୁ ବର୍ତ୍ତମାନ ଏକ ମାସ ମଧ୍ୟରେ ହିଁ ସବୁକିଛି ପରିବର୍ତ୍ତନ ହୋଇଯାଇଛି । ଗୋୖରବଙ୍କ ବିରୋଧରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଠକେଇ, ବଦମାଶୀ, ବିଶ୍ୱାସର ଅପରାଧିକ ଉଲ୍ଲଂଘନ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । କାନ୍ତା ପ୍ରସାଦ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗୋୖରବଙ୍କ ଦ୍ୱାରା ଜାଣିଶୁଣି ନିଜ ପାରିବାରିକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରଖାଯାଇଛି ।

ଗୋୖରବ ବ୍ୟାଙ୍କ ବିବୃତ୍ତି ଅନୁଯାୟୀ ସ୍ପଷ୍ଟୀକରଣ ଦେଇଛନ୍ତି:-

ଅନ୍ୟପକ୍ଷରେ ଗୋୖରବ ଭାସନ ମଧ୍ୟ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ବ୍ୟାଙ୍କ ବିବୃତ୍ତି ଜାରି କରି କାନ୍ତା ପ୍ରସାଦଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ପ୍ରସଙ୍ଗରେ ଗୋୖରବ କହିଛନ୍ତି ଯେ ସେ ସମସ୍ତ ଟଙ୍କା କାନ୍ତା ପ୍ରସାଦଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରି ଦେଇଛନ୍ତି । ସେ ଫେସବୁକରେ କାରବାରର ତିନୋଟି ରସିଦ୍ ମଧ୍ୟ ସେୟାର କରିଛନ୍ତି, ଯାହା ଅକ୍ଟୋବର ୨୭ ତାରିଖର ଅଟେ । ୧,୦୦,୦୦ ଟଙ୍କା ଏବଂ ୨,୩୩,୦୦୦ ଟଙ୍କାର ଦୁଇଟି ଚେକ୍ ଏବଂ ୪୫,୦୦୦ ଟଙ୍କାର ବ୍ୟାଙ୍କ ପ୍ୟାମେଣ୍ଟର ଗୋଟିଏ ରସିଦ୍ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ତିନି ଦିନ ମଧ୍ୟରେ ଏକତ୍ରିତ ଟଙ୍କା ଥିଲା । ଭାସନ ଫେସବୁକରେ ଏକ ବ୍ୟାଙ୍କ ବିବୃତ୍ତି ଅନୁଯାୟୀ ତିନିଦିନରେ ଜମା ମୋଟ ଟଙ୍କା ପ୍ରାୟତଃ ୩.୫ ଲକ୍ଷ ଟଙ୍କା ମଧ୍ୟ ଦର୍ଶାଇଛନ୍ତି ।

Be the first to comment

Leave a Reply

Your email address will not be published.


*