ଦୀପାବଳି ପୂର୍ବରୁ ବେସରକାରୀ କର୍ମଚାରୀ ମାନଙ୍କୁ ମୋଦୀ ସରକାରଙ୍କର ବଡ଼ ଉପହାର, କେନ୍ଦ୍ର ଦେଇଛି ଏହି ବିଶେଷ ସୁବିଧା !

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ବେସରକାରୀ କର୍ମଚାରୀଙ୍କୁ ଅର୍ଥାତ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ଗତକିଛି ଦିନ ପୂର୍ବରୁ କେନ୍ଦ୍ର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ କିଛି ସୁବିଧା ପ୍ରଦାନ କରିଥିଲା, ଯାହା ଏଲଟିସି(LTC) ଅଧୀନରେ ଥିଲା, ବର୍ତ୍ତମାନ କେନ୍ଦ୍ର ସରକାର ଏହି ସୁବିଧା ଗୁଡିକୁ ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କୁ ମଧ୍ୟ ପ୍ରଦାନ କରିବାପାଇଁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଏହି ପରିସରରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ (Finance Ministry) ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏଲଟିସି କ୍ୟାସ୍ ଭାଉଚର ସ୍କିମର(LTC Cash Voucher Scheme) ଲାଭ ବର୍ତ୍ତମାନ ସମସ୍ତ ବେସରକାରୀ କମ୍ପାନୀ ରାଜ୍ୟ ସରକାରଙ୍କର ସମସ୍ତ କର୍ମଚାରୀ ମାନେ ମଧ୍ୟ ଉଠାଇପାରିବେ । ଅର୍ଥ ମନ୍ତ୍ରାଳୟ ଏହା ସହିତ ଆହୁରିମଧ୍ୟ କହିଛି ଯେ ପୂର୍ବରୁ ଏହି ସୁବିଧା କେବଳ କେନ୍ଦ୍ରୀୟ କର୍ମଚାରୀଙ୍କ ପର୍ଯ୍ୟନ୍ତ ସୀମିତ ଥିଲା, ତେବେ ବର୍ତ୍ତମାନ ଏହାର ଲାଭ ଉଭୟ କେନ୍ଦ୍ରୀୟ ଏବଂ ବେସରକାରୀ କର୍ମଚାରୀ ମାନଙ୍କୁ ମିଳିବ । ଏହି ସୁବିଧା ଅଧୀନରେ ବର୍ତ୍ତମାନ ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କୁ ମଧ୍ୟ ସଠିକ ଏଲଟିସି ଫେୟରର ଆୟକରରେ ଛାଡ ମିଳିବ । କହିରଖୁଛୁ ଯେ ମୋଦୀ ସରକାର ବେସରକାରୀ କର୍ମଚାରୀ ମାନଙ୍କର ସର୍ବାଧିକ ୩୬ ହଜାର ଟଙ୍କା ଆୟକର ଛାଡ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବେସରକାରୀ-ସରକାରୀ କର୍ମଚାରୀମାନଙ୍କୁ ରଖିବାକୁ ହେବ ଏହି ଗୁରୁତ୍ୱପୂର୍ଣ୍ଣ କଥା ଗୁଡିକ ଉପରେ ଧ୍ୟାନ:-

– LTC ଅନୁଯାୟୀ ଘରୋଇ କ୍ଷେତ୍ରର କର୍ମଚାରୀମାନେ ଏହି ସୁବିଧାର ଲାଭ ୪ ବର୍ଷ ମଧ୍ୟରେ ପ୍ରାୟତଃ ୨ ଥର ହିଁ ଉଠାଇପାରିବେ । ଏଥିସହିତ ସରକାରୀ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଏହି ସମାନ ନିୟମ ଲାଗୁ ହୋଇଛି ।

– ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏହା ଲାଭଦାୟକ ପ୍ରମାଣିତ ହେବ ଯେ ସେମାନଙ୍କୁ LTCରେ ଟିକସ ଦେବାକୁ ପଡିବ ନାହିଁ ।

– କର୍ମଚାରୀମାନେ ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଥିଲେ, ସେମାନଙ୍କୁ ଏହି ସମୟ ମଧ୍ୟରେ LTCର ବିଲ୍ ମଧ୍ୟ ଉପସ୍ଥାପନ କରିବାକୁ ପଡିବ ।

– ଯେକୌଣସି ପ୍ରକାରର କ୍ରୟ ପାଇଁ ସମୟ ସୀମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ କ୍ରୟ କରିବା ଭଲ ହେବ ।

– ଯଦି କର୍ମଚାରୀମାନେ ଏହି ସୁବିଧାର ଲାଭ ଉଠାଉ ନାହାଁନ୍ତି, ତେବେ କମ୍ପାନୀ ସେମାନଙ୍କୁ ଟିକସ ଛାଡ଼ ପରେ ବାକି ଟଙ୍କା ପ୍ରଦାନ କରିବ ।

– ସରକାର କର୍ମଚାରୀମାନଙ୍କୁ ଏହି ସୁବିଧା ନିଶ୍ଚିତ ଭାବରେ ପ୍ରଦାନ କରିଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଏହି କଥା ବିଷୟରେ ଜାଣିନେବା ଉଚିତ ଯେ ଯେତେବେଳେ ଆପଣ ଏହି ନୂତନ ଯୋଜନା ଅଧୀନରେ ଛୁଟି ଇନକେଶମେଣ୍ଟ ଏବଂ LTC ଠାରୁ ତିନି ଗୁଣ ଅଧିକ ଖର୍ଚ୍ଚ କରିବାପାଇଁ ସକ୍ଷମ ହେବେ, ସେହିଭଳି ପରିସ୍ଥିତିରେ ଆପଣଙ୍କୁ ଟିକସ ଛାଡ ପ୍ରଦାନ କରାଯିବ ।

– ଏହାସହ ଆହୁରିମଧ୍ୟ ଜାଣିନିଅନ୍ତୁ ଯେ LTCରୁ ମିଳିଥିବା ଟଙ୍କାଦ୍ୱାରା ୩ ଗୁଣ ମୂଲ୍ୟର ସାମଗ୍ରୀ କିଣିବା ମଧ୍ୟ ଆପଣଙ୍କ ପାଇଁ କେବଳ ଆବଶ୍ୟକ ନୁହେଁ ବରଂ ବାଧ୍ୟତାମୂଳକ ହେବ ଏବଂ ଏହା ଉପରେ ଜିଏସ୍ଟି ହାର ୧୨ ପ୍ରତିଶତରୁ ଅଧିକ ହେବା ଉଚିତ ।

Be the first to comment

Leave a Reply

Your email address will not be published.


*