ମୁମ୍ବାଇ ପୋଲିସ୍ HCକୁ କହିଛି ଯେ ସୁଶାନ୍ତଙ୍କ ମାନସିକ ଅବସ୍ଥା ଭଉଣୀ ମାନଙ୍କର ଔଷଧ ଦେବା ଦ୍ୱାରା ଖରାପ ହୋଇଥିଲା !

ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ବର୍ତ୍ତମାନ ମଧ୍ୟ ଚର୍ଚ୍ଚାରେ ରହିଛି । ଅଭିନେତାଙ୍କ ମୃତ୍ୟୁକୁ ୫ ମାସ ପୂରିବାକୁ ଯାଉଛି । ଗତ ଦିନରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଏବଂ ମିତୁ ସିଂହଙ୍କ ବିରୋଧରେ ରିୟା ଚକ୍ରବର୍ତ୍ତୀଙ୍କ ଦ୍ଵାରା ମାମଲା ଦାଖଲ କରାଯାଇଥିଲା । ପୋଲିସ୍ ରିପୋର୍ଟକୁ ବାତିଲ କରିବା ପାଇଁ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଛି । ଏହି ମାମଲାରେ ମୁମ୍ବାଇ ପୋଲିସ୍ ସୋମବାର ଦିନ ହାଇକୋର୍ଟରେ ଆଫିଡେଭିଟ ଫାଇଲ କରିଛି । ସୁଶାନ୍ତଙ୍କ ଭଉଣୀ ମାନଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରରେ ରିୟା ଜାଲିଆତି ଏବଂ ସୁଶାନ୍ତଙ୍କ ଡାକ୍ତରୀ ପ୍ରେସକ୍ରିପସନକୁ ଜାଲ୍ କରିବାର ଅଭିଯୋଗ ଲଗାଇଛନ୍ତି ।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ମୁମ୍ବାଇ ପୋଲିସ୍ ବମ୍ବେ ହାଇକୋର୍ଟରେ ଏକ ସମ୍ବେଦନଶୀଳ ଦାବି ଉପସ୍ଥାପନ କରିଛି , ଯେଉଁଥିରେ ସୁଶାନ୍ତଙ୍କ ମାନସିକ ଅବସ୍ଥା ତାଙ୍କ ଭଉଣୀମାନଙ୍କ ଦ୍ଵାରା ଦିଆଯାଇଥିବା ଔଷଧ ଯୋଗୁଁ ଖରାପ ହେବାର ସମ୍ଭାବନାକୁ ସ୍ପଷ୍ଟ କରାଯାଇଛି । ମୁମ୍ବାଇ ପୋଲିସ୍ ଏହି ଦାବି ହାଇକୋର୍ଟରେ ସୁଶାନ୍ତଙ୍କ ଭଉଣୀ ମାନଙ୍କ ବିରୋଧରେ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦାଖଲ କରା ଯାଇଥିବା ରିପୋର୍ଟର ଶୁଣାଣି ସମୟରେ ପ୍ରକାଶ କରିଛି ।

ବାନ୍ଦ୍ରା ପୋଲିସର ବରିଷ୍ଠ ନିରୀକ୍ଷକ ନିଖିଲ କାପସେଙ୍କ ଦ୍ଵାରା ଦାଖଲ ହୋଇଥିବା ଆଫିଡେଭିଟରେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଛି ଯେ ପୋଲିସ ଆବେଦନକାରୀ କିମ୍ବା କୌଣସି ମୃତ ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି । ଆଫିଡେଭିଟରେ କୁହାଯାଇଛି ଯେ ରାଜପୁତ ଭଉଣୀଙ୍କ ବିରୋଧରେ ଏଫଆଇଆର ଦାଖଲ କରି ପୋଲିସ୍ ସିବିଆଇ ଦ୍ୱାରା କରାଯାଉଥିବା ତଦନ୍ତକୁ ପ୍ରଭାବିତ କରିବାକୁ କିମ୍ବା ପଥକୁ ଓଲ୍ହାଇବାକୁ ଚେଷ୍ଟା କରୁନାହିଁ ।


ମୁମ୍ବାଇ ପୋଲିସର ଆଫିଡେଭିଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆବେଦନକାରୀ (ପ୍ରିୟଙ୍କା ସିଂହ ଏବଂ ମିତୁ ସିଂହ) ଦିଲ୍ଲୀ ସ୍ଥିତ ଜଣେ ଡାକ୍ତରଙ୍କ ସହାୟତାରେ ସୁଶାନ୍ତଙ୍କୁ ଏକ ନକଲି ପ୍ରେସକ୍ରିପସନ ପଠାଇଥିଲେ, ଯେଉଁଥିରେ ଏନଜାଇଟି ପାଇଁ ଔଷଧ ପ୍ରସ୍ତାବିତ କରାଯାଇଥିଲା । ଏହି କାରଣରୁ, ବିନା ଡାକ୍ତରଙ୍କ ପରାମର୍ଶରେ ସୁଶାନ୍ତ ସାଇକୋଟ୍ରୋପିକ୍ ପଦାର୍ଥ ଗ୍ରହଣ କରିଥିବେ, ଯାହା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ହୋଇ ଥାଇପାରେ । ଏହି ପ୍ରକାରର ସୂଚନା ଆଧାରରେ ପ୍ରାରମ୍ଭିକ ପଚରାଉଚରା ବିନା ଅନୁସନ୍ଧାନ କରାଯାଇପାରିବ । ସେଥିପାଇଁ ଏଫଆଇଆର ଦାଖଲ କରିବା ମୁମ୍ବାଇ ପୋଲିସର କର୍ତ୍ତବ୍ୟ ଥିଲା । ଏଫଆଇଆର ଦାଖଲ ହେବା ପରେ, ପୋଲିସ୍ ସୁପ୍ରିମକୋର୍ଟର ଆଦେଶକୁ ପାଳନ କରି ଏଫଆଇଆର ସହ ଜଡିତ ସମସ୍ତ କାଗଜପତ୍ର ସିବିଆଇ ସହ ସେୟାର କରିଛି, ଯାହା ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଅଛି ।

Be the first to comment

Leave a Reply

Your email address will not be published.


*