ଟିଭିର ଏହି ୫ ଜଣ ଶିଶୁ କଳାକାର କିଛି ବର୍ଷ ମଧ୍ୟରେ ଏତେ ବଦଳି ଯାଇଛନ୍ତି ଯେ ଚିହ୍ନିବା ହେଲା କଷ୍ଟକର !

ଛୋଟ ପରଦାରେ ଏପରି ଅନେକ ଶିଶୁ କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟରୁ ସମସ୍ତଙ୍କ ହୃଦୟ ଜିଣି ନିଅନ୍ତି । ଏହି ବାଳିକା ମାନେ ଏତେ ସୁନ୍ଦର ଓ ନିରୀହ ଥାଆନ୍ତି ଯେ ତାଙ୍କୁ ଲୋକେ ପସନ୍ଦ ନକରି ରହିପାରନ୍ତି ନାହିଁ । ଏପରି କିଛି ଶିଶୁ କଳାକାରଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଯେଉଁମାନେ କିଛି ବର୍ଷ ଆଗରୁ ଛୋଟ ଛୋଟ ଶିଶୁଙ୍କ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସୁଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଚିହ୍ନିବା କଠିନ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା କେଉଁମାନେ ଅଟନ୍ତି ଅଭିନେତ୍ରୀ ମାନେ ଓ ଏତେ ବର୍ଷ ପରେ କିପରି ଦେଖାଯାଆନ୍ତି ।

ଆଦିତି ଭାଟିୟା

ଷ୍ଟାର ପ୍ଳସର ପ୍ରସିଦ୍ଧ ଧାରାବାହିକ “ୟେ ହେ ମୋହବତେ”ର ରୁହି ଆପଣଙ୍କୁ ମନେଥିବ । ଆଦିତି ଭାଟିୟା ସେହି ଧାରାବାହିକରେ ରମନ ଭଲ୍ଲାଙ୍କ ଝିଅ ରୁହିଙ୍କ ଭୂମିକାରେ ଅଭିନୟ କରିଥିଲେ । ଆଦିତି ବର୍ତ୍ତମାନ ୧୯ ବର୍ଷ ବୟସ୍କା ହୋଇ ଯାଇଛନ୍ତି । ଏବଂ ସେ ଛୋଟ ବେଳରୁ ହିଁ ଖୁବ ସୁନ୍ଦରୀ ଦେଖାଯାଆନ୍ତି । ତାଙ୍କ ରୁହି ଭୂମିକାକୁ ଏବଂ ତାଙ୍କ କାମକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ।

ଜନ୍ନତ ଜୁବେର

କଳର୍ସ ଚ୍ୟାନେଲରେ ଆସୁଥିବା ଶୋ ଫୁଲବା ଚରିତ୍ରରେ ଅଭିନୟ କରିଥିବା ଜନ୍ନତ ଜୁବେରଙ୍କୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ଏହା ବିଷୟରେ ତାଙ୍କୁ ବିଜ୍ଞାପନରେ ମଧ୍ୟ କାମ ମିଳୁଥିଲା । କିଛି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ଲୋକେ ତାଙ୍କ ଅଭିନୟକୁ ମଧ୍ୟ ଖୁବ ପସନ୍ଦ କରାଯାଇଥିଲା । ବର୍ତ୍ତମାନ ଜନ୍ନତ ଜୁବେର ପକ୍ତି ଭୂମିକାରେ ଅଭିନୟ କରୁଥିବାର ନଜର ଆସନ୍ତି ।

ଅଂଶୁର କୌର

ଷ୍ଟାର ପ୍ଳସ୍ ଶୋ ୟେ ରିଷତା କ୍ୟା କହଲାତାରେ ଅକ୍ସରାଙ୍କ ଝିଅ ଭୂମିକାରେ ନଜର ଆସିଥିଲେ ଅଂଶୁର କୌର । ଏହା ବ୍ୟତୀତ ସେ ଝାଂସି କି ରାନୀରେ ମଧ୍ୟ ନାନା ଭାଉଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । ସେ ଧାରାବାହିକ ଦେବୋ କେ ଦେବ ମହାଦେବରେ ଅଶୋକ ସୁନ୍ଦରୀଙ୍କ ବାଲ୍ୟ କାଳର ଚରିତ୍ରରେ ଅଭିନୟ କରିଥିଲେ । ସେ ଚଳଚ୍ଚିତ୍ର ସଞ୍ଜୁରେ ମଧ୍ୟ ସଞ୍ଜୟ ଦତ୍ତଙ୍କ ଭଉଣୀ ଭୂମିକାରେ ନଜର ଆସିଛନ୍ତି ।

ଅନୁଷ୍କା ସେନ୍

ଅନୁଷ୍କା ସେନ୍ ଅନେକଗୁଡିଏ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ଦେବୋ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ବାଲ୍ୟ କାଳର ଭୂମିକାରେ ଅଭିନୟ କରିଥିଲେ । ସେ ଅନେକଗୁଡ଼ିଏ ବିଜ୍ଞାପନରେ କାମ କରିଛନ୍ତି । ସେ ମହେନ୍ଦ୍ର ସିଂହ ଧୋନୀ ଭଳି ଖେଳାଳିଙ୍କ ସହିତ ମଧ୍ୟ ସ୍କ୍ରିନ୍ ସେୟାର କରିଛନ୍ତି । ବର୍ତ୍ତମାନ ସେ ଜି ଟିଭି ଏକ ଧାରାବାହିକ ଅପନା ଟାଇମ୍ ଆଏଗାରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

ରୋଶନୀ ବାଲିୟା

ରୋଶନୀ ନିଜ କ୍ୟାରିୟର ଆରମ୍ଭ ଧାରାବାହିକ ମେ ଲକ୍ଷ୍ମୀ ତେରେ ଆଙ୍ଗନ କି ଠାରୁ କରିଥିଲେ । ଏହା ବ୍ୟତୀତ ସେ ସୋନି ଟିଭିର ଶୋ ଭାରତ କା ବୀର ପୁତ୍ର ମହାରାଣା ପ୍ରତାପରେ ମଧ୍ୟ କାମ କରିଛନ୍ତି । ରୋଶନୀ ଧାରାବାହିକ ରିଙ୍ଗା ରୋଜେଜରେ ମଧ୍ୟ କାମ କରିଛନ୍ତି ।

Be the first to comment

Leave a Reply

Your email address will not be published.


*