ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ ଅଗ୍ରୱାଲ ଏବଂ ଗୌତମ୍ କିଚଲୁ, ବିବାହ ଫଟୋ ହେଲା ଭାଇରାଲ !

ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ପ୍ରେମିକ ଗୌତମ୍ କିଚଲୁ ବର୍ତ୍ତମାନ ଵିଵାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁହିଁଙ୍କ ବାହାଘର ମୁମ୍ବାଇର ଏକ ହୋଟେଲରେ ହୋଇଥିଲା । କରୋନା ଯୋଗୁଁ, ଅନେକ ଲୋକ ବିବାହରେ ଯୋଗ ଦେଇପାରିଲେ ନାହିଁ, ବିବାହରେ କେବଳ ଘରଲୋକମାନେ ହିଁ ଉପସ୍ଥିତ ଥିଲେ । କିନ୍ତୁ ଏହି ବିବାହକୁ ସ୍ମରଣୀୟ କରିବା ପାଇଁ କୌଣସି ପ୍ରୟାସ ବାକି ରଖାଯାଇନଥିଲା ।

କାଜଲ ଅଗ୍ରୱାଲ ଏବଂ ଗୌତମ୍ କିଚଲୁଙ୍କ ହସ ହସ ମୁହଁ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଦୁହେଁ ପରସ୍ପରକୁ ପାଇଁ କେତେ ଖୁସି ଅନୁଭବ କରୁଛନ୍ତି । ବିବାହ ଫଟୋରେ କାଜଲ ଅଗ୍ରୱାଲ ଏବଂ ଗୌତମ୍ କିଚଲୁ ଏକାଠି ବସିଛନ୍ତି । କାଜଲ ମନ୍ତ୍ର ପାଠ କରୁଥିବା ପଣ୍ଡିତଜୀଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି ।

କାଜଲ ଅଗ୍ରୱାଲଙ୍କ ବିବାହ ପାଇଁ ତାଙ୍କ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ଗୌତମ୍ କିଚଲୁଙ୍କ ସହ ସାତଫେରା ନେବାବେଳେ କାଜଲ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏଥି ସହିତ, ଗୌତମ୍ ମଧ୍ୟ ଅଗ୍ନିକୁ ସାକ୍ଷୀ ରହି କାଜଲଙ୍କ ହାତ ଧରିଥିବାବେଳେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଦେଖାଯାଉଛନ୍ତି ।

କାଜଲ ଅଗ୍ରୱାଲ ଗୌତମ୍ କିଚଲୁଙ୍କ ହାତ ଧରି ଫେରା ନେଉଛନ୍ତି । ଲାଲ୍ ରଙ୍ଗର ଲେହେଙ୍ଗା କାଜଲଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି ଏବଂ ଗୌତମ୍ ମଧ୍ୟ ଶେରୱାନୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ପରସ୍ପରର ହାତ ଧରି ଦୁଇଜଣ ବହୁତ ଖୁସି ଜଣାପଡୁଛନ୍ତି । ଗୌତମ୍ କିଚଲୁ ଏବଂ କାଜଲ ଅଗ୍ରୱାଲ ସାତ ଜୀବନ ପାଇଁ ଏକାଠି ରହିବେ ବୋଲି ସେମାନଙ୍କ ବିବାହର ଫଟୋ ସ୍ପଷ୍ଟ ଦର୍ଶାଇଛି ।

Be the first to comment

Leave a Reply

Your email address will not be published.


*