ଶାହାରୁଖ ଖାନଙ୍କ ପ୍ରେମରେ ପଡିସାରିଛନ୍ତି ବଲିଉଡ ଏହି ଅଭିନେତ୍ରୀ ମାନେ !

ବଲିଉଡର ରୋମାନ୍ସ କିଙ୍ଗ ଭାବେ ପରିଚିତ ଶାହାରୁଖ ଖାନ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରିଛନ୍ତି । ଯେତେବେଳେ ମଧ୍ୟ ମନରେ କିଙ୍ଗ ଖାନଙ୍କ ନାମ ଆସେ, ଆମେ ପ୍ରାୟତ ଶାହାରୁଖଙ୍କ ରୋମାଣ୍ଟିକ୍ ଶୈଳୀକୁ ମନେ ରଖିଥାଉ । କୁହାଯାଏ ଶାହାରୁଖ ଖାନ୍ ସିନେମା ଜଗତକୁ ରୋମାନ୍ସ ଶିଖାଇଛନ୍ତି । ସମସ୍ତେ ତାଙ୍କ ପାଇଁ ପାଗଳ । ଶାହାରୁଖଙ୍କ ମହିଳା ପ୍ରଶଂସକ ତାଙ୍କୁ ବହୁତ ପସନ୍ଦ କରନ୍ତି । କେବଳ ସାଧାରଣ ଝିଅ ନୁହଁନ୍ତି, ବଲିଉଡର ଅନେକ ଅଭିନେତ୍ରୀ ମଧ୍ୟ ଶାହାରୁଖଙ୍କ ପାଇଁ ପାଗଳ । କେବଳ ଏତିକି ନୁହେଁ, ଏପରି ଏକ ସମୟ ଥିଲା ଯେତେବେଳେ ଶାହାରୁଖ ଖାନ୍ ଏହି ଅଭିନେତ୍ରୀମାନଙ୍କର କ୍ରସ୍ ଥିଲେ । ତେବେ ଆସନ୍ତୁ ଜାଣିବା ସେ ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ ରୋମାନ୍ସ କିଙ୍ଗଙ୍କୁ ନିଜର ହୃଦୟ ଦେଇଥିଲେ ।

ବିଦ୍ୟା ବାଲାନ –

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି, କିନ୍ତୁ ବିଦ୍ୟା ଶାହାରୁଖ ଖାନଙ୍କ ସହ କେବଳ ଦୁଇଟି ଗୀତରେ ଅଭିନୟ କରିଛନ୍ତି । ଏକ ସାକ୍ଷାତକାରରେ ବିଦ୍ୟାଙ୍କୁ ଶାହାରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ ପଚରା ଯିବାରୁ, ବିଦ୍ୟା କହିଥିଲେ ଯେ ଶାହାରୁଖ ଜଣେ ଅତି ଆକର୍ଷଣୀୟ ବ୍ୟକ୍ତି । ପ୍ରଥମ ଦେଖାରେ ମୁଁ ଅନୁଭବ କଲି ଯେ ମୋ ପାଦ ତଳୁ ଭୂମି ଖସି ଯାଉଛି । ବିଦ୍ୟା କହିଛନ୍ତି ଯେ ଯଦି ଏକ ଭଲ ସ୍କ୍ରିପ୍ଟ ମିଳିବ ଯେଉଁଠାରେ ମୁଁ ଶାହାରୁଖ ଖାନଙ୍କ ସହ କାମ କରିବାର ସୁଯୋଗ ପାଏ ତେବେ ନିଶ୍ଚିତ ଭାବରେ ମୁଁ ଏଥିରେ କାମ କରିବାକୁ ଚାହଁବି ।

ମାହିରା ଖାନ୍ –

ପାକିସ୍ତାନ ଅଭିନେତ୍ରୀ ମାହିରା ଖାନ୍ ଫିଲ୍ମ ରଇସରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ମାହିରାଙ୍କୁ ଶାହାରୁଖ ଖାନଙ୍କ ସହ ଦେଖିବାକୁ ମିଳିଥିଲା । ଏକ ସାକ୍ଷାତକାରରେ ମାହିରା କହିଥିଲେ ଯେ ମୋର ସ୍ୱପ୍ନ ଥିଲା ଶାହାରୁଖ ଖାନଙ୍କ ସହ କାମ କରିବା ଏବଂ ଯେତେବେଳେ ଏହି ସ୍ୱପ୍ନ ସାକାର ହେଲା, ସେତେବେଳେ ମୁଁ ବିଶ୍ଵାସ କରିପାରିନଥିଲି । ମାହିରା ଆହୁରି କହିଛନ୍ତି ଯେ ଯେତେବେଳେ ମୁଁ ଏହି ଚଳଚ୍ଚିତ୍ର ଏବଂ ଶାହାରୁଖ ଖାନଙ୍କ ବିଷୟରେ ମା’ଙ୍କୁ କହିଥିଲି, ସେ ଏହା ଶୁଣିବା ପରେ ଖୁସିରେ କାନ୍ଦିବାକୁ ଲାଗିଲେ ।

କରୀନା କପୁର –

ଏହି ତାଲିକାରେ କରୀନା କପୁରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି । କରୀନା ଏକ ସାକ୍ଷାତକାରରେ କହିଥିଲେ ଯେ ଶାହାରୁଖ ଖାନ୍ ତାଙ୍କର କ୍ରସ୍ ଥିଲେ । ସେ କିଙ୍ଗ ଖାନଙ୍କ ସହ ଫିଲ୍ମ କରିବାକୁ ଚାହୁଁଥିଲେ । ଭଗବାନ ଶେଷରେ ବେବୋଙ୍କ ଏହି ପ୍ରଥାନା ଶୁଣିଲେ ଏବଂ ଅଶୋକା ଫିଲ୍ମରେ ଶାହରୁଖ ଖାନଙ୍କ ସହ କରୀନା ସାଇନ୍ କଲେ । ଏହା ଦୁହିଁଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଏହି ଯୋଡି ମଧ୍ୟ ବହୁତ ହିଟ୍ ପ୍ରମାଣିତ ହୋଇଥିଲା ।

ଚିତ୍ରାଙ୍ଗଦା ସିଂ –

ଏହି ତାଲିକାରେ ଅଭିନେତ୍ରୀ ଚିତ୍ରଙ୍ଗଦା ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଶାହରୁଖ ଫୌଜୀ ସିରିଏଲରେ କାମ କରିବା ସମୟରୁ ଶାହରୁଖଙ୍କ ଉପରେ ଫିଦା ଥିଲେ ବୋଲି ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି ।

Be the first to comment

Leave a Reply

Your email address will not be published.


*