୩୯ ବର୍ଷୀୟ ଈଶାଙ୍କ ବିବାହରେ ଭୋ ଭୋ ହୋଇ କାନ୍ଦିଥିଲେ ପିତା ଧର୍ମେନ୍ଦ୍ର ! ଦେଖନ୍ତୁ ଫୋଟ…

ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଝିଅ ଈଶା ଦେଔଲ ତାଙ୍କ ବାପା-ମାଁଙ୍କ ପରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା ସତ୍ତ୍ୱେ ମଧ୍ୟ ସୁପର ଷ୍ଟାରଡମ ହାସଲ କରିପାରି ନଥିଲେ । ଈଶାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୨୦୦୨ ମସିହାରେ ଚଳଚ୍ଚିତ୍ର “କୋଈ ମେରେ ଦିଲ୍ ସେ ପୁଛେ” ଠାରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଈଶାଙ୍କୁ ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା, କିନ୍ତୁ ଏହା ପରେ ମଧ୍ୟ ତାଙ୍କ କ୍ୟାରିୟର ତିଷ୍ଠି ପାରିଲା ନାହିଁ । ଈଶା ଦେଔଲ ପ୍ରାୟ ୨୫ ଗୋଟି ଚଳଚ୍ଚିତ୍ରରେ କାମ କରିଛନ୍ତି। ଈଶା ଦେଔଲ ଧୁମ୍, କାଲ୍, ୟୁବା, ନୋ ଏଣ୍ଟ୍ରି ଏବଂ କୈଶ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ବଲିଉଡରେ ସେତେଟା ମାତ୍ରାରେ ସଫଳ ନହେବା ପରେ ଈଶା ବ୍ୟବସାୟୀ ଭରତ ତାଖ୍ତାନୀଙ୍କୁ ବିବାହ କରିଥିଲେ ।

ଈଶା ଦେଔଲ ଏବଂ ଭରତ ତଖ୍ତାନୀ ୨୦୧୨ ମସିହା ଜୁନ୍ ମାସ ୨୯ ତାରିଖରେ ଜୁହୁ ସ୍ଥିତ ଇସ୍କନ ମନ୍ଦିରରେ ବିବାହ କରିଥିଲେ ।

ବିବାହରେ ଈଶା ଏକ ଲାଲ୍ ଏବଂ ସୁବର୍ଣ୍ଣ ରଙ୍ଗର ସୁନା-ଅଳଙ୍କାର ଆଭୂଷିତ ଥିବା ଏକ ଭାରୀ ଶାଢ଼ୀ ପିନ୍ଧିଥିଲେ । ସେହିପରି ଭରତ ତଖ୍ତାନୀ ଧଳା ଏବଂ ସୁନା ରଙ୍ଗର ଏକ ଶେରୱାନୀ ପିନ୍ଧିଥିଲେ । ଈଶାଙ୍କ ବିବାହ ତାମିଲ ରୀତିନୀତି ଅନୁସାରେ ଗୋଟିଏ ମନ୍ଦିରରେ ହୋଇଥିଲା ।

ଵୈଦିକ ରୀତିନୀତି ଅନୁସାରେ ବିବାହ କରିବା ପାଇଁ ବିଶେଷ କରି ତାମିଲନାଡୁରୁ ବ୍ରାହ୍ମଣ ମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା । କେବଳ ଏତିକି ନୁହେଁ ବରଂ ମନ୍ଦିରକୁ ଗୋକୁଳ ଧାମ ପରି ସାଜସଜ୍ଜା କରାଯାଇଥିଲା । ଏହି ବିବାହ ଅବିକଳ ରୁକ୍ମିଣୀ ଏବଂ କୃଷ୍ଣଙ୍କ ବିବାହ ଉପରେ ଆଧାରିତ ଥିଲା ।

ବିବାହ ମଣ୍ଡପକୁ ପଦ୍ମ ଫୁଲରେ ସଜା ଯାଇଥିଲା । ନିଜେ ହେମା ମାଳିନୀ ଏ ସବୁର ଦେଖାଶୁଣା କରିଥିଲେ ।

ନିଜେ ଧରମ ପାଜି ଏବଂ ହେମା ମାଳିନୀ ବରଯାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ। ହେମା ଜ୍ୱାଇଁ ଭରତଙ୍କୁ ଚନ୍ଦନ ଲଗାଇ ତାଙ୍କର ଆରତୀ କରିଥିଲେ । କହିରଖୁଛୁ କି ଈଶାଙ୍କ ସ୍ୱାମୀ ଭରତ ବାନ୍ଦ୍ରା ଜଣେ ବ୍ୟବସାୟୀ ଅଟନ୍ତି । ସିନ୍ଧୀ ପରିବାରରେ ଜନ୍ମିତ ଭରତଙ୍କ ପିତା ବିଜୟ ତଖ୍ତାନୀ ମଧ୍ୟ ଜଣେ ବ୍ୟବସାୟୀ ଅଟନ୍ତି ।

ଝିଅର ବିବାହ ଉତ୍ସବରେ ହେମା ମାଳିନୀ ବହୁତ ଅଳଙ୍କାରରେ ସଜ୍ଜିତ ହୋଇଥିଲେ । କମଳା ରଙ୍ଗର ଶାଢ଼ୀରେ ହେମା ଡ୍ରିମ୍ ଗାର୍ଲ ପରି ନଜର ଆସିଥିଲେ । ଏହି ବିବାହ ଉତ୍ସବରେ ବଲିଉଡ ଏବଂ ବ୍ୟବସାୟ ଜଗତର ବହୁତ ବିଶିଷ୍ଟ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ ଏବଂ ସମସ୍ତେ ନବ-ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ବିବାହ ପରେ ଅତିଥିମାନଙ୍କୁ ଶାକାହାରୀ ଖାଦ୍ୟ ପରସା ଯାଇଥିଲା ।

ଇଶାଙ୍କ ବିବାହର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବିଦାୟ ସମୟରେ ପିତା ଧର୍ମେନ୍ଦ୍ର ଝିଅକୁ ଆଲିଙ୍ଗନ କରି କାନ୍ଦିବା ଭିଡ଼ିଓକୁ ଦେଖିବା ମାତ୍ରେ ଯେକୌଣସି ବ୍ୟକ୍ତିଙ୍କ ଆଖି ଅଶ୍ରୁପୂର୍ଣ୍ଣ ହୋଇଯିବ ଏବଂ ଏହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା । ଇଶା ତାଙ୍କ ପିତାଙ୍କ ଅତି ନିକଟତର ଅଟନ୍ତି । ବିଦାୟ ସମୟରେ ଧର୍ମେନ୍ଦ୍ରଙ୍କ ଆଖିରୁ ଲୁହ ବାହାରିବାକୁ ଲାଗିଥିଲା ଏବଂ ଝିଅ ଈଶା ମଧ୍ୟ କାନ୍ଦିଥିଲେ। ଉଭୟ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା ।

ବିବାହର ୫ ବର୍ଷ ପରେ, ଈଶା ଦେଔଲ ଗର୍ଭବତୀ ଥିବା ସମୟରେ ପୁନର୍ବାର ୨୦୧୭ ମସିହା ଅଗଷ୍ଟ ମାସ ୨୪ ତାରିଖରେ ସ୍ୱାମୀ ଭରତ ତଖ୍ତାନୀଙ୍କୁ ବିବାହ କରିଥିଲେ । ଦମ୍ପତି ପୁଣିଥରେ ବିବାହରେ କରିଥିଲେ । ବାସ୍ତବରେ, ଈଶା ଦେଔଲ ଚାହୁଁଥିଲେ କି ଗର୍ଭବତୀ ଥିବା ହେତୁ ସେ ଏବଂ ଭରତ ପୁନର୍ବାର ବିବାହ କରନ୍ତୁ । ସେମାନଙ୍କ ଦ୍ୱିତୀୟ ବିବାହ ସିନ୍ଧୀ ରୀତିନୀତି ଅନୁସାରେ ହୋଇଥିଲା ।

ଈଶା ଦେଔଲ ବର୍ତ୍ତମାନ ଦୁଇ ଝିଅଙ୍କ ମାଁ ଅଟନ୍ତି । ସେମାନଙ୍କ ଝିଅମାନଙ୍କର ନାମ ରାଧା ତଖ୍ତାନୀ ଏବଂ ମିରାୟା ତଖ୍ତାନୀ ଅଟେ। ଈଶା ଦେଔଲ ତାଙ୍କ ଝିଅ ରାଧା ଏବଂ ମିରାଙ୍କ ନାମରେ ରଖିଛନ୍ତି, ବ୍ୟବସାୟ ସ୍ୱାମୀ ଭରତ ତଖ୍ତାନୀଙ୍କ ସହିତ ଈଶା ବହୁତ ଖୁସିରେ ନିଜ ବୈବାହିକ ଜୀଵନ ଅତବାହିତ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*