ନରେନ୍ଦ୍ର ମୋଦି ସରକାର ନିଜ ପ୍ରଚାରରେ ପ୍ରତିଦିନ ଖର୍ଚ୍ଚ କରନ୍ତି ପାଖାପାଖି ୨ କୋଟି ଟଙ୍କା ଆରଟିଆଇ(RTI)ର ଖୁଲାସା !

ମୋଦି ସରକାରଙ୍କ ପକ୍ଷରୁ ମୋଟ ୭୧୩.୨୦ କୋଟି ଟଙ୍କା ମଧ୍ୟରୁ ଇଲେକ୍ଟ୍ରୋନିକ୍ ମିଡ଼ିଆ ଉପରେ ୩୧୭.୦୫ କୋଟି ଟଙ୍କା, ପ୍ରିଣ୍ଟ ମିଡ଼ିଆ ଉପରେ ୨୯୫.୦୫ କୋଟି ଟଙ୍କା ଓ ଆଉଟଡୋର ମିଡ଼ିଆ ଜରିଆରେ ୧୦୧.୧୦ କୋଟି ଟଙ୍କାର ବିଜ୍ଞାପନ ଉପରେ ଖର୍ଚ୍ଚ କରାଯାଇଛି ।

ନରେନ୍ଦ୍ର ମୋଦି ସରକାର ଗତ ବର୍ଷ ନିଜ ପ୍ରଚାରରେ ପ୍ରତିଦିନ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆରଟିଆଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ମୋଦି ସରକାର ଗତ ଆର୍ଥିକ ବର୍ଷରେ ଖବରକାଗଜ, ଇଲେକ୍ଟ୍ରୋନିକ ମିଡ଼ିଆ ଓ ହୋଡ୍ରିସ ଆଦିରେ ବିଜ୍ଞାପନ ମାଧ୍ୟମରେ କରଦାତାଙ୍କ ପାଖାପାଖି ୭୧୩.୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

ସରକାର ପକ୍ଷରୁ ଏହି ରାଶି ନିଜ ପ୍ରଚାରରେ ଖର୍ଚ୍ଚ କରାଗଲା । ମୁମ୍ବାଇରେ ବାସ କରୁଥିବା ଆରଟିଆଇ ଏକଟିଭିଷ୍ଟ ଜନିତ ଦେଶାଇ ଆରଟିଆଇ ଅନୁସାରେ ଉତ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ବ୍ୟୁରୋ ଅଫ ଆଉଟରିଚ ଏଣ୍ଡ କମ୍ୟୁନିକେସନ କହିଛି ଯେ କେନ୍ଦ୍ର ସରକାର ଦ୍ୱାରା ୨୦୧୯-୨୦୨୦ ମଧ୍ୟରେ ବିଜ୍ଞାପନ ଉପରେ ପ୍ରତିଦିନ ୧.୯୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ସୂଚନାଥାଉକି ଗତ ଆର୍ଥିକ ବର୍ଷ ସମୟରେ ଲୋକସଭା ନିର୍ବାଚନ ସହିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟ ସମ୍ପାଦିତ ହୋଇଥିଲା । ୭୧୩ କୋଟି ଟଙ୍କାରେ ଇଲେକ୍ଟ୍ରୋନିକ୍ ମିଡ଼ିଆ ଉପରେ ୩୧୭.୦୫ କୋଟି ଟଙ୍କା, ପ୍ରିଣ୍ଟ ମିଡ଼ିଆ ଉପରେ ୨୯୫.୦୫ କୋଟି ଟଙ୍କା ଓ ଆଉଟଡୋର ମିଡ଼ିଆ ଜରିଆରେ ୧୦୧.୧୦ କୋଟି ଟଙ୍କା ଖର୍ଚ୍ଚ ସାମିଲ ଥିଲା । ଯଦିଓ ଆରଟିଆଇ ଅନୁସାରେ ଏହା ବର୍ଣ୍ଣନା କରାଗଲା ନାହିଁ ଯେ ମୋଦି ସରକାର ତରଫରୁ ବିଦେଶୀ ମିଡ଼ିଆରେ ପ୍ରଚାର ଉପରେ କେତେ ରାଶି ଖର୍ଚ୍ଚ କରାଗଲା । ଏହା ପୂର୍ବରୁ ଜୁନ ୨୦୧୯ରେ ମୁମ୍ବାଇରେ ବାସ କରୁଥିବା ଅନିଲ ଗଲଗଲିଙ୍କ ପକ୍ଷରୁ କଥିତ ଆଉ ଏକ ଆରଟିଆଇ ଉତ୍ତରରେ ମନ୍ତ୍ରାଳୟ କହିଥିଲେ ଯେ, ପ୍ରିଣ୍ଟ, ଇଲେକ୍ଟ୍ରୋନିକକ୍ଓ ଆଉଟଡୋର ଓ ପ୍ରିଣ୍ଟ ପ୍ରଚାର ଉପରେ କରଦାତାମାନଙ୍କ ଟଙ୍କାର ୩,୭୬୭,୨୬୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

ଅନ୍ୟପକ୍ଷରେ ଏହାର ଏକ ବର୍ଷ ଆଗରୁ ମେ ୨୦୧୮ ମସିହାରେ ମନ୍ତ୍ରାଳୟ ଦ୍ୱାରା ଗଲଗଲିଙ୍କ ଆଉ ଏକ ଆରଟିଆଇ ସୂଚନାନୁଯାୟୀ ମୋଦି ସରକାରଙ୍କ ପକ୍ଷରୁ ଖର୍ଚ୍ଚର ସୂଚନା ସାମ୍ନାକୁ ଆସିଥିଲା ।

ଏଥିରେ କୁହାଯାଇଥିଲା ଯେ ମୋଦି ସରକାର ଜୁନ୍ ୨୦୧୪ ରେ ବିଜେପି ସରକାରଙ୍କ ସତ୍ତା ସମ୍ଭାଳିବା ପରେ ମିଡ଼ିଆରେ ବିଜ୍ଞାପନ ଓ ପ୍ରଚାରରେ ୪,୩୪୩.୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

Be the first to comment

Leave a Reply

Your email address will not be published.


*