ଐଶ୍ଚର୍ଯ୍ୟାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଲୋକଙ୍କୁ ଛାଡ଼ନ୍ତି ନାହିଁ ଜୟା ବଚ୍ଚନ, ଦେଖନ୍ତୁ ୮ ଜଣ ଫିଲ୍ମୀ ଶାଶୁ- ବୋହୂଙ୍କ ସମ୍ପର୍କ !

ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଆଜି ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ୧୩ ବର୍ଷ ଆଗରୁ ଅର୍ଥାତ ୨୦ ଏପ୍ରିଲ, ୨୦୦୭ରେ ବଚ୍ଚନ ପରିବାରର ବୋହୂ ହୋଇଥିଲେ । ତାଙ୍କର ଶାଶୂଘରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହିଛି । ବିଶେଷ କରି ନିଜ ଶାଶୁ ଜୟା ବଚ୍ଚନଙ୍କ ତାଙ୍କ ସମ୍ପର୍କ ଖୁବ୍ ଭଲ ରହିଛି ।

ଜୟା ବଚ୍ଚନ – ଐଶ୍ଚର୍ଯ୍ୟା ରାୟ :

ଜୟା ସର୍ବଦା ନା କେବଳ ଐଶ୍ଚର୍ଯ୍ୟାଙ୍କ ପକ୍ଷ ନିଅନ୍ତି ବରଂ ତାଙ୍କୁ ରକ୍ଷା ମଧ୍ୟ କରନ୍ତି । ସେ ନିଜ ବୋହୂଙ୍କ ବିରୁଦ୍ଧରେ ଗୋଟିଏ ହେଲେ ଶବ୍ଦ ଶୁଣନ୍ତି ନାହିଁ । ଉଦାହରଣ ସ୍ୱରୂପ ଏକ ଉତ୍ସବରେ ଫଟୋଗ୍ରାଫର ଐଶ୍ଚର୍ଯ୍ୟା ରାୟଙ୍କୁ ‘ଏଶ୍ ଏଶ୍’ କହି ସମ୍ବୋଧିତ କଲେ, ଏହା ଶୁଣି ଜୟା ବଚ୍ଚନ ରାଗିଗଲେ । ସେ ସେହି ବ୍ୟକ୍ତିକୁ କହିଲେ “ଏଶ୍ ଏଶ୍ କହି କଣ ସମ୍ବୋଧନ କରୁଛ, ଐଶ୍ଚର୍ଯ୍ୟା ଜି କିମ୍ବା ମିସେଜ ବଚ୍ଚନ କହି ସମ୍ବୋଧନ କର ।” ଐଶ୍ଚର୍ଯ୍ୟା ଓ ଜୟାଙ୍କ ଭଳି ବଲିଉଡ଼ରେ ଆହୁରି ମଧ୍ୟ ଏପରି ଶାଶୁ ବୋହୂ ଯୋଡ଼ି ଅଛନ୍ତି ଯେଉଁମାନେ ପରସ୍ପର ସହିତ ଭଲ ସମ୍ପର୍କ ବହନ କରନ୍ତି ।

କରିନା କପୂର – ଶର୍ମିଳା ଟେଗୋର :

କରିନା କପୂର ପ୍ରସିଦ୍ଧ ରେଡ଼ିଓ ଚ୍ୟାଟ୍ ଶୋ ୱାଟ୍ ବୁମେନ ୱାଣ୍ଟରେ ନିଜ ଶାଶୁ ଶର୍ମିଳାଙ୍କୁ ଡାକି କଥାବାର୍ତ୍ତା କରିଥିଲେ । ଏହି ସମୟରେ ଶର୍ମିଳା କହିଥିଲେ ଯେ ବୋହୂ ଯେତେବେଳେ ଘରକୁ ଆସେ ସେତେବେଳେ ଶାଶୁକୁ ତାହାର ସ୍ଵଭାବକୁ ବୁଝିବା ଦରକାର, ତାହାର ସ୍ୱାଗତ କରିବା ଉଚିତ ଏବଂ ତାକୁ ଆରାମଦାୟକ ଅନୁଭବ କରାଇବା ଉଚିତ । ବର୍ତ୍ତମାନ ଏଥିରୁ ଆପଣ ଅନୁମାନ କରି ପାରୁଥିବେ ଯେ ସେ କରିନାଙ୍କ ସହିତ କେତେ ଭଲ ଭାବରେ ରୁହନ୍ତି ।

ଜୁହି ଚାୱଲା – ସୁନେନା ମେହତା :

ଜୁହୀଙ୍କ ସ୍ୱାମୀଙ୍କ ନାମ ଜୟ ମେହତା ଅଟେ ଓ ଶାଶୁଙ୍କ ନାମ ସୁନେନା ମେହତା ଅଟେ । ଜୁହି ଗତବର୍ଷ ନିଜ ଶାଶୁଙ୍କ ଜନ୍ମଦିନରେ ଏକ ଫଟୋ ସେୟାର କରି ଲେଖିଥିଲେ ଯେ ‘ଯେବେମଧ୍ୟ ମୋତେ ଲାଗେ ଯେ ମୋ ଦୁନିଆ ଶେଷ ହେବାକୁ ଯାଉଛି ସେତେବେଳେ ମୋ ଶାଶୁ ମୋତେ ବହୁତ ସହଯୋଗ କରନ୍ତି । ସେ ସର୍ବଦା ମୋ ସପକ୍ଷରେ ରୁହନ୍ତି ।

କାଜଲ – ବିନା ଦେବଗନ :

କାଜଲ ଓ ତାଙ୍କ ଶାଶୁ ବିନା ଦେବଗନଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି । ଅଭିନେତ୍ରୀ ଯେବେମଧ୍ୟ ଶୁଟିଂରେ ବ୍ୟସ୍ତ ରୁହନ୍ତି ତାଙ୍କ ଶାଶୁ ତାଙ୍କର ଦୁଇଟି ଶିଶୁଙ୍କୁ ଯତ୍ନ ନିଅନ୍ତି ।

ରାନୀ ମୁଖାର୍ଜୀ – ପାମେଲା ଚୋପଡ଼ା :

ରାନୀଙ୍କ ଶାଶୁ ଓ ଆଦିତ୍ୟ ଚୋପଡ଼ାଙ୍କ ମାଁ ପାମେଲା ଏକ ଭଲ ଓ ସଂସ୍କାରୀ ମହିଳା ଅଟନ୍ତି । ସେ ନିଜ ପୁଅକୁ ଉଚିତ ସଂସ୍କାର ଦେଇ ପାଳିଛନ୍ତି । ତାଙ୍କର ବୋହୂ ରାନୀଙ୍କ ସହିତ ତାଙ୍କ ସମ୍ପର୍କ ମଧ୍ୟ ଭଲ ଅଟେ ।

ସୋନାଲି ବେଣ୍ଡ୍ରେ – ମଧୁ ବହଳ:

ସୋନାଲି ନିଜ ଶାଶୁ ମଧୁକୁ ନିଜ ମାଁ ପରି ସମ୍ମାନ ପ୍ରଦାନ କରନ୍ତି । ଦୁହିଁଙ୍କୁ ଅନେକ ସୁଯୋଗରେ ସାଥିରେ ଦେଖାଯାଏ । ଦୁହିଁଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି ।

ଜେନେଲିୟା – ବୈଶାଳୀ ଦେଶମୁଖ :


ରିତେଶ ଦେଶମୁଖଙ୍କ ମାଁ ବୈଶାଳୀ ନିଜ ବୋହୂ ଜେନେଲିଆଙ୍କ ସହିତ ବହୁତ ଭଲ ସଂପର୍କ ରହିଛି । ଦୁହିଁଙ୍କ ମଧ୍ୟରେ ଏକ ସୁଖଦ ସମ୍ପର୍କ ଦେଖିବାକୁ ମିଳେ ।

ସୋନମ୍ କପୁର – ବିନା ଆହୁଜା :

ସୋନମ୍ମ ନିଜ ଶାଶୁଙ୍କୁ ମାଁ କହି ଡାକନ୍ତି । ସେହିପରି ତାଙ୍କ ଶାଶୁଙ୍କ ଦୁଇଟି ସନ୍ତାନ ଅଛନ୍ତି କିନ୍ତୁ ସେ ସୋନମଙ୍କୁ ନିଜର ତୃତୀୟ ସନ୍ତାନ ଭଳି ମନେ କରନ୍ତି ।

Be the first to comment

Leave a Reply

Your email address will not be published.


*