ପ୍ରିୟଙ୍କା-ଶିଳ୍ପା ସମେତ ଏହି କଳାକାର ମାନଙ୍କୁ ଜାତିଭେଦବାଦର ଶିକାର ହେବାକୁ ପଡିଥିଲା, ବିମାନ ବନ୍ଦରରୁ ହିଁ ହେପାଜତକୁ ନିଆଯାଇଥିଲା !

ଏକ ଶତାଦ୍ଦୀରୁ ଅଧିକ ସମୟ ବିତାଇ ସାରିଥିବା ବଲିଉଡ ଆଜି ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିନେଇଛି । ବଲିଉଡ କଳାକାର ମାନଙ୍କୁ ମଧ୍ୟ ବିଶ୍ୱର କୋଣ କୋଣରେ ଜଣା ଯାଇଥାଏ । ତେବେ ବେଳେବେଳେ କିଛି କଳାକାର ମାନଙ୍କୁ ମଧ୍ୟ ଏପରି କିଛି ଘଟଣାର ସାମ୍ନା କରିବାକୁ ପଡ଼ିଥାଏ, ଯାହା ବିଷୟରେ ସେମାନେ କଥାବାର୍ତ୍ତା କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । କିଛି କଳାକାର ମାନଙ୍କୁ ନିଜ ନାମ କାରଣରୁ ଏବଂ କେତେକଙ୍କୁ ନିଜ ରଙ୍ଗ ଯୋଗୁଁ ଅନେକ ଅପ୍ରୀୟକର ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ତେବେ ଆସନ୍ତୁ ହିନ୍ଦୀ ସିନେମାର କିଛି ଜଣାଶୁଣା କଳାକାରଙ୍କ ବିଷୟରେ ଜାଣିବା ।

ପ୍ରିୟଙ୍କା ଚୋପ୍ରା:-


ପ୍ରିୟଙ୍କା ଚୋପ୍ରା ଆଜି କେବଳ ବଲିଉଡ ପର୍ଯ୍ୟନ୍ତ ସୀମିତ ନୁହଁନ୍ତି, ସେ ହଲିଉଡରେ ମଧ୍ୟ ନିଜର କାମର ଯାଦୁ ପ୍ରଦର୍ଶନ କରି ସାରିଛନ୍ତି । ଆମେରିକୀୟ ଗାୟକ ନିକ୍ ଜୋନାସଙ୍କୁ ବିବାହ କରିବା ପରେ ସେ ବର୍ତ୍ତମାନ ଆମେରିକାରେ ବସବାସ କରୁଛନ୍ତି । ଆଜି ଯଦିଓ ବିଶ୍ୱ ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଦେଉଅଛି କିନ୍ତୁ ଏକଦା ପ୍ରିୟଙ୍କାଙ୍କୁ ନିଜର କଳା ରଙ୍ଗ ହେତୁ ଖରାପ ମନ୍ତବ୍ୟର ଶିକାର ହେବାକୁ ପଡିଥିଲା । ଆମେରିକାରେ ସ୍କୁଲ ପାଠପଢା ସମୟରେ ତାଙ୍କ ସହପାଠୀମାନେ ତାଙ୍କୁ ବ୍ରାଉନିସ୍ ବୋଲି ଡାକୁଥିଲେ, ଯାହାକୁ ପ୍ରିୟଙ୍କା ପସନ୍ଦ କରୁନଥିଲେ ।

ଅମୀର ଖାନ୍:-

ଖାନ୍ ଉପନାମ ହେବା ସତ୍ତ୍ୱେ ମଧ୍ୟ ବଲିଉଡ ସୁପରଷ୍ଟାର ଅମୀର ଖାନଙ୍କୁ ଥରେ ଆମେରିକାର ଶିକାଗୋ ବିମାନବନ୍ଦରରୁ ହେପାଜତକୁ ନେଇ ନିଆଯାଇଥିଲା । ୨୦୦୨ ମସିହା ସହ ଜଡିତ ଏହି ମାମଲାରେ ଅମୀରଙ୍କର ଅତି ଗମ୍ଭୀର ଭାବରେ ଅନୁସନ୍ଧାନ ହୋଇଥିଲା ଏବଂ ତାଙ୍କୁ ଅନେକ ଘଣ୍ଟା ଜେଲରେ ରହିବାକୁ ପଡିଥିଲା ।

ଶାହାରୁଖ ଖାନ୍:-

ଅମୀରଙ୍କ ଭଳି ଶାହାରୁଖ ଖାନଙ୍କୁ ମଧ୍ୟ ଆମେରିକାର ବିମାନବନ୍ଦରରୁ ହେପାଜତକୁ ନେଇ ନିଆଯାଇଥିଲା ଏବଂ ତାଙ୍କୁ ଥରେ ଦୁଇଥର ନୁହେଁ, ସମ୍ପୂର୍ଣ୍ଣ ୩ ଥର ୨୦୦୯, ୨୦୧୨ ଏବଂ ୨୦୧୬ ମସିହାରେ ଆମେରିକାର ବିମାନବନ୍ଦରରେ ଅଟକ ରଖା ଯାଇଥିଲା । କହୁରଖୁଛୁ ଯେ ଅମୀର ଖାନଙ୍କ ପରି ଶାହରୁଖ ଖାନଙ୍କୁ ମଧ୍ୟ ନିଜ ଉପନାମ ଖାନ୍ କାରଣରୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ୨୦୧୬ ମସିହାରେ ଯେତେବେଳେ ଶାହାରୁଖଙ୍କୁ ଆମେରିକାର ବିମାନବନ୍ଦରରୁ ହେପାଜତକୁ ନେଇ ନିଆଯାଇଥିଲା, ସେ ଏହା ପରେ ଟ୍ୱିଟ୍ କରି ନିଜର ଅସନ୍ତୋଷ ପରିପ୍ରକାଶ କରିଥିଲେ । ଶାହାରୁଖ ଖାନ୍ ନିଜ ଟ୍ୱିଟରେ ଲେଖିଥିଲେ ଯେ, ବିଶ୍ୱରେ ଯେଉଁଭଳି ପରିସ୍ଥିତି ରହିଛି, ମୁଁ ସୁରକ୍ଷା ଏବଂ ସିକ୍ୟୁରୀଟିକୁ ପସନ୍ଦ କରିଥାଏ କିନ୍ତୁ ଆମେରିକାର ଇମିଗ୍ରେସନରେ ପ୍ରତ୍ୟେକ ଥର ହେପାଜତରେ ହେବା ଅତ୍ୟନ୍ତ ଚିନ୍ତିତଜନକ ଅନୁଭବ ଅଟେ ।

ଶିଳ୍ପା ଶେଟ୍ଟୀ:-

ବଲିଉଡର ଫିଟ୍ ଏବଂ ହିଟ୍ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅବସ୍ଥାନ କରିଥିବା ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ଜାତିଭେଦବାଦର ସମ୍ମୁଖୀନ ହେବାକୁ ପଡିଅଛି । ବଲିଉଡର ଅନେକ ସଫଳ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଥିବା ଶିଳ୍ପାଙ୍କୁ ଆମେରିକାର ଟିଭି ରିଆଲିଟି ଶୋ ବିଗ୍ ବ୍ରଦରରେ ରଙ୍ଗଭେଦ କାରଣରୁ ଅସହଜତାର ଶିକାର ହେବାକୁ ପଡିଥିଲା । କହିରଖୁଛୁ ଯେ ବିଗ୍ ବ୍ରଦରରେ ଜେଡ ଗୁଡି ନାମକ ଜଣେ ପ୍ରତିଯୋଗୀ ଶିଳ୍ପା ଶେଟ୍ଟୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତେବେ ପରେ ଶିଳ୍ପା ଶେଟ୍ଟୀ ଏହି ଶୋ ଜିତି ଜେଡ ଗୁଡିଙ୍କ ସହିତ ଏହିଭଳି ମନୋଭାବ ରଖୁଥିବା ଓ ମନ୍ତବ୍ୟ ଦେଉଥିବା ଲୋକମାନଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ ।

ଇରଫାନ୍ ଖାନ୍:-

ବଲିଉଡର ଅଭିନେତା ସ୍ବର୍ଗତ ଇରଫାନ୍ ଖାନଙ୍କୁ ମଧ୍ୟ ଆମେରିକାର ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତାଙ୍କୁ ୨୦୦୮ ମସିହାରେ ଆମେରିକାର ବିମାନବନ୍ଦରରେ ଏବଂ ୨୦୦୯ ମସିହାରେ ପୁନର୍ବାର ହେପାଜତକୁ ନିଆ ଯାଇଥିଲା । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ତାଙ୍କ ଉପନାମର ବ୍ୟବହାର କରନ୍ତି ନାହିଁ ଏବଂ ତାଙ୍କୁ ଆମେରିକୀୟ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

Be the first to comment

Leave a Reply

Your email address will not be published.


*