ଏହି ୪ଟି ଜିନିଷ ଦ୍ୱାରା ମଣିଷର ଜୀବନ ଭାଙ୍ଗି ଚୁରମାର ହୋଇଯାଇଥାଏ ! ଖୁସିର ପାଦଚିହ୍ନ ଦେଖାଯାଏ ନାହିଁ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ନିଜ ସମୟର ସବୁଠାରୁ ବଡ଼ ବିଦ୍ୱାନ ଭାବରେ ବର୍ତ୍ତମାନ ସୁଦ୍ଧା ବିବେଚନା କରାଯାଏ । ସେ ନିଜ ଜୀବନକାଳ ମଧ୍ୟରେ ଯାହାସବୁ ଅନୁଭୂତି କରିଛନ୍ତି, ତାହାକୁ ନିଜର “ଚାଣକ୍ୟ ନୀତି”ରେ ଉପସ୍ଥାନ କରିଯାଇଛନ୍ତି । ଯଦି ବ୍ୟକ୍ତି ଏହି ସମସ୍ତ ନୀତିକୁ ଆପଣେଇ ନିଅନ୍ତି, ତେବେ କୌଣସି ବ୍ୟକ୍ତିଙ୍କୁ ଧନ, ଉନ୍ନତି, ଦୁଃଖ ସୁଖ ଏବଂ ବୈବାହିକ ଜୀବନ ସହିତ ଜଡିତ କୌଣସି ଅସୁବିଧା ହେବ ନାହିଁ ।

google

ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତିର ସେହି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯେଉଁଥି କାରଣରେ ମଣିଷ ଅନ୍ତରରୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଥାଏ । ଏହି ଜିନିଷ ତାର ଜୀବନରେ ଦୁଃଖର ଭଣ୍ଡାର ଆଣି ଦେଇଥାଏ । ସେଥିପାଇଁ ବ୍ୟକ୍ତିଙ୍କୁ ଯେତେ ଦୂର ସମ୍ଭବ ଏହି ୪ଟି ଜିନିଷ ଠାରୁ ଦୂରେଇ ରହିବା ଉଚିତ । ତେବେ ଚାଲନ୍ତୁ ବିନା କୌଣସି ବିଳମ୍ବ କରି ଜାଣିବା ସେହି ସମସ୍ତ ଜିନିଷ କଣ ଅଟେ ।

ଜୀବନସାଥୀଙ୍କ ଠାରୁ ବିଚ୍ଛେଦ :-

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ, ବ୍ୟକ୍ତି କେବେ ମଧ୍ୟ ନିଜ ଜୀବନସାଥୀଙ୍କ ଠାରୁ ଦୁରେଇବାକୁ ଚାହେଁ ନାହିଁ । ଯଦି ପ୍ରେମ ସତ୍ୟ ଅଟେ, ତେବେ ସେମାନଙ୍କ ବିଚ୍ଛେଦ ହିଁ ସେମାନଙ୍କୁ ଭାଙ୍ଗି ଦେଇଥାଏ । ବ୍ୟକ୍ତି ଏହି ବିଛିନ୍ନତାକୁ ସହ୍ୟ କରିପାରେ ନାହିଁ । ତାର ଜୀବନସାଥୀ ଠାରୁ ବିଛିନ୍ନତା ହିଁ ତାକୁ ଅନ୍ତରୁ ସଂପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥାଏ । ଏଥିପାଇଁ ଆପଣଙ୍କ ପାଖରେ ଯେତିକି ମଧ୍ୟ ସମୟ ଅଛି, ସେଗୁଡିକୁ ଆପଣଙ୍କ ଜୀବନସାଥୀଙ୍କ ସହିତ ହସି ଏବଂ ପ୍ରେମପୂର୍ବକ ଅତିବାହିତ କରିବା ଉଚିତ । ଏଭଳି କୌଣସି କାମ କରନ୍ତୁ ନାହିଁ, ଯାହାଦ୍ୱାରା ଆପଣ ଦୁଇଜଣ ଅଲଗା ହୋଇଯିବେ ।

ଋଣର ଭାର :-

ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଋଣର ଭାର ଅଧିକ ରହିଥାଏ, ତେବେ ସେ ଭିତରୁ ହିଁ ନିଜକୁ ସର୍ବଦା ବିବ୍ରତ ହୋଇରହିଥାଏ । ଥରେ ସେ ଋଣ ନେବା ପରେ ନିଜ ଅର୍ନ୍ତଆତ୍ମାରେ ଋଣର ବୋଝକୁ ନେଇ ବଞ୍ଚିବାକୁ ଲାଗିଥାଏ । ଏହି ଋଣ ତାକୁ ଭିତରୁ ହିଁ ଭାଙ୍ଗି ଦେଇଥାଏ । ତାକୁ ରାତିଦିନ ଏହି ଋଣକୁ ମୁକ୍ତି ପାଇବା ପାଇଁ ଚିନ୍ତା କରିଥାଏ । ଏଥିପାଇଁ ମଣିଷ ମାନଙ୍କୁ ଯଥାସମ୍ଭବ ଋଣ ନେବା ଠାରୁ ଦୂରେଇ ରହିବା ଉଚିତ ।

ନିଜ ଲୋକଙ୍କ ଦ୍ୱାରା ଅପମାନ :-

ଥରେ ଯଦି କୌଣସି ନୀଚ୍ଚ ବ୍ୟକ୍ତି ଆମର ଅପମାନ କରିଦିଏ, ତେବେ ତାହା ସହ୍ୟ କରିହୁଏ । କିନ୍ତୁ ଯେତେବେଳେ କୌଣସି ନିଜର ବ୍ୟକ୍ତି ସମ୍ମାନକୁ ବାଧା ପହଞ୍ଚାଏ, ତେବେ ତାହା ସହ୍ୟ କରିବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ବ୍ୟକ୍ତିଙ୍କୁ ମାନସିକ ଆଘାତ ଲାଗିଥାଏ । ନିଜ ଲୋକଙ୍କ କରାଯାଇଥିବା ଅପମାନ ଦ୍ୱାରା ସେ ଭିତରୁ ହିଁ ଭାଙ୍ଗି ଯାଏ । ଏଥିପାଇଁ ଯଥାସମ୍ଭବ ଆମକୁ ଆମର ନିଜ ଲୋକଙ୍କୁ ଅପମାନ କରିବା ଉଚିତ ନୁହେଁ । ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସମ୍ମାନ ଦେବା ଆବଶ୍ୟକ ।

ଦାରିଦ୍ର୍ୟତାର ବୋଝ :-

ଚାଣକ୍ୟ ନୀତି ଅନୁଯାୟୀ, ଧନର ଅଭାବରେ ବ୍ୟକ୍ତି ସର୍ବଦା ଦୁଃଖୀ ରହିଥାଏ । ବିଶେଷ କରି ଦାରିଦ୍ର୍ୟତାର ବୋଝ ତାର ଦୁଃଖକୁ କମ ହେବାକୁ ଦିଏନାହିଁ । ଆର୍ଥିକ ଅସୁବିଧା ବ୍ୟକ୍ତିକୁ ଭିତରୁ ହିଁ ଭାଙ୍ଗି ଦେଇଥାଏ । ଟଙ୍କାର ଅସୁବିଧା ଯୋଗୁଁ ସେ ନିଜର କିମ୍ବା ପରିବାରର ଆବଶ୍ୟକତାକୁ ପୂରଣ କରିପାରେ ନାହିଁ ।

Be the first to comment

Leave a Reply

Your email address will not be published.


*