୫୫ ବର୍ଷରେ ପଦାର୍ପଣ କରିଲେ ପଦ୍ମିନୀ କୋଲ୍ହାପୁରୀ, ପ୍ରଥମ ଚଳଚ୍ଚିତ୍ରରୁ ହିଁ ନ୍ୟୁଡ୍ ସିନ୍ ଦେଇ କରିଥିଲେ ଧମାକାଦାର ଏଣ୍ଟ୍ରି !

ପଦ୍ମିନୀ କୋଲ୍ହାପୁରୀ ୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ତାଙ୍କର ଜନ୍ମ ୧୯୬୫ ମସିହା ନଭେମ୍ବର ମାସ ୧ ତାରିଖରେ ମୁମ୍ବାଇରେ ହୋଇଥିଲା । ଗତକାଲି ସେ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିଛନ୍ତି । ସେ ବାଲ୍ୟ କାଳରୁ ହିଁ ବଲିଉଡରେ କାମ କରିବା ଆରମ୍ଭ କରି ଦେଇଥିଲେ । ”ୟାଦୋଂ କି ବାରାତ୍’, ‘କିତାବ’ ଏବଂ ”ଦୁଶ୍ମନ ଦୋସ୍ତ” ପରି ଚଳଚ୍ଚିତ୍ର ମାନଙ୍କରେ ଶିଶୁ କଳାକାରମାନଙ୍କ ପାଇଁ କୋରସ ଗାୟକ ଭାବରେ ନିଜ ସ୍ୱର ଦେଇଥିଲେ ।

ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ପିଲାଟି ଦିନରୁ ସଙ୍ଗୀତରେ ଅତ୍ୟନ୍ତ ପ୍ରବୀଣ ଥିବା ହେତୁ ସେ ନିଜ ଅଭିନୀତ ଚଳଚ୍ଚିତ୍ର ମାନଙ୍କରେ ଯଥା ‘’ବିଧାତା’’, ‘‘ସାତ ସହେଲିୟାଂ’’, ‘’ହମ୍ ଇଂତଜାର କରେଗା’’ ଏବଂ ‘’ସଡ଼କ ଛାପ୍’’ ଗୀତ ଗାଇଥିଲେ । ୧୯୮୦ ମସିହାରେ ଚଳଚ୍ଚିତ୍ର ”ଗହରାଈ” ସହିତ ସେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ହିଁ ଏକ ନ୍ୟୁଡ଼ ଦୃଶ୍ୟ ଦେଇ ଦର୍ଶକଙ୍କ ମନରେ ଗୋଟିଏ ପ୍ରକାର ଆତଙ୍କ ସୃଷ୍ଟି କରିଥିଲେ ।

ପଦ୍ମିନୀଙ୍କ ଜୀବନରେ ଏହିପରି ଅନେକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ସେ ବିବାଦ ଘେର ମଧ୍ୟକୁ ଚାଲି ଯାଇଥିଲେ । ଯେପରିକି ଆର ଚୋପଡ଼ାଙ୍କ ଚଳଚ୍ଚିତ୍ର “ଇଂସାଫ କା ତରାଜୁ”ରେ ସେ ଗୋଟିଏ ବଳାତ୍କାର ଦୃଶ୍ୟ ଦେଇଥିଲେ, ଯେଉଁ କାରଣ ହେତୁ ତାଙ୍କୁ ବିବାଦ ଘେରି ରହିଥିଲା । ଜଣେ ଆଡ଼ଲ୍ଟ କଳାକାର ପରି ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ସେ ନିଜ ଭାବମୂର୍ତ୍ତିକୁ ବଦଳାଇ ଥିଲେ ଏବଂ ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରିବାକୁ ଲାଗିଲେ ।

“ୱ ସାତ୍ ଦିନ୍”, “ପ୍ୟାର୍ ଝୁକତା ନେହିଁ” , “ଆଜ୍ କା ଦୌର”, “ସୈତାନ୍” ଭଳି ଚଳଚ୍ଚିତ୍ରରୁ ସେ ଅନେକ ଖ୍ୟାତି ଏବଂ ଭଲପାଇବା ଅର୍ଜନ କରିଥିଲେ । ଯଦିଓ ସେ ପିଲାଟିଦିନରୁ ବଡ ପରଦାରେ ନଜର ଆସୁଥିଲେ କିନ୍ତୁ ୧୯୮୨ ମସିହାରେ ଆର.କେ ଫିଲ୍ମ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର “ପ୍ରେମ୍ ରୋଗ୍”ରୁ ତାଙ୍କୁ ଜଣେ ସଫଳ କଳାକାରର ଟ୍ୟାଗ୍ ମିଳିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜ୍ କପୁର ଏବଂ ରିଷି କପୁର ଥିଲେ । ଏହି ଚଳଚ୍ଚିତ୍ରରେ ପଦ୍ମିନୀ ଜଣେ ଯୁବା ବିଧବାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏଥିରେ ତାଙ୍କର କିଛି ଵୋଲ୍ଡ ଦୃଶ୍ୟ ମଧ୍ୟ ରହିଥିଲା ​​ଯାହାକୁ ସମାଲୋଚନା କରାଯାଇଥିଲା । ତଥାପି କେତେ ଜଣ ଏହାକୁ ପ୍ରଶଂସା ମଧ୍ୟ କରିଥିଲେ ।

ବହୁତ କମ୍ ଲୋକଙ୍କୁ ଜ୍ଞାତ ଥିବ କି ପଦ୍ମିନୀ କୋଲ୍ହାପୁରୀ ବର୍ତ୍ତମାନର ପିଢ଼ିର ସୁପରଷ୍ଟାର ଶ୍ରଦ୍ଧା କପୁରଙ୍କ ମାଉସୀ ଅଟନ୍ତି । ତାଙ୍କ ଭଉଣୀ ଶକ୍ତି କପୁରଙ୍କୁ ବିବାହ କରିଛନ୍ତି । ପଦ୍ମିନୀ ୧୯୮୬ ମସିହାରେ ପ୍ରଦୀପ ଶର୍ମାଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କ ନାମ ପ୍ରିୟଙ୍କ ଶର୍ମା ଅଟେ ।

ନିକଟ ଅତୀତରେ ସେ ”ଦ କପିଲ ଶର୍ମା ଶୋ’ ରେ ମଧ୍ୟ ନଜର ଆସିଥିଲେ । ଏଠାରେ ସେ ବହୁତ ମସ୍ତି ଏବଂ ମଜାଳିଆ କଥାବାର୍ତ୍ତା କରିଥିଲେ । ଏହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା ଗୁଡ଼ିକ ବିଷୟରେ ମଧ୍ୟ ଏହି ଶୋ’ରେ ଆଲୋଚନା କରାଯାଇଥିଲା ।

Be the first to comment

Leave a Reply

Your email address will not be published.


*