କରନ୍ ଯେତେବେଳେ ଶାହରୁଖ ଏବଂ କାଜୋଲଙ୍କୁ କରିଥିଲେ ଅଜବ ପ୍ରଶ୍ନ, ଯଦି ନ୍ୟାସାଙ୍କୁ ନେଇ ଆର୍ଯ୍ୟନ ଘରୁ ପଳାଇ ଯିବେ ତେବେ ?

ଶାହରୁଖ ଖାନ୍ ଏବଂ କାଜୋଲଙ୍କ ଯୋଡ଼ି ବଲିଉଡର ସବୁଠାରୁ ରୋମାଣ୍ଟିକ୍ ଏବଂ ସଫଳ ଯୋଡି ମଧ୍ୟରୁ ଅନ୍ୟତମ ଅଟେ । ବାସ୍ତବ ଜୀବନରେ ମଧ୍ୟ ଉଭୟେ ବହୁତ ଭଲ ବନ୍ଧୁ ଅଟନ୍ତି । ସେମାନଙ୍କର ଅଫସ୍କ୍ରିନ୍ ଏବଂ ଅନସ୍କ୍ରିନ୍ କେମେଷ୍ଟ୍ରିର ହିଁ ପ୍ରଭାବ ହେଉଛି ଯେତେବେଳେ ମଧ୍ୟ ଦୁହେଁ ପରଦାରେ ଏକାଠି ନଜର ଆସନ୍ତି ନିଜର ଅଭିନୟ ଯାଦୁରେ ସମସ୍ତ ଦର୍ଶକ ମାନଙ୍କ ମନ ମୋହି ନିଅନ୍ତି । ନିକଟ ଅତୀତରେ ହିଁ ଦୁହିଁଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ”ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ” ମୁକ୍ତିଲାଭ କରିବାର ୨୫ ବର୍ଷ ପୁର୍ତ୍ତି ହୋଇଛି ।

ରାଜ୍ ଏବଂ ସିମ୍ରନ୍ ନାମରେ ପ୍ରସିଦ୍ଧ ଏହି ଆଇକନିକ ଯୋଡି ସହିତ ଜଡିତ ଗୋଟିଏ ବହୁତ ମଜାଳିଆ କଥା ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ କଥାଟି ଦୀର୍ଘ ୧୩ ବର୍ଷ ପୁରୁଣା ଅଟେ । ଯେତେବେଳେ ଶାହରୁଖ ଖାନ୍ “କୁଚ୍ଛ କୁଚ୍ଛ ହୋତା ହେ” ଚଳଚ୍ଚିତ୍ରର ସହ-କଳାକାର ରାନୀ ମୁଖାର୍ଜୀ ଏବଂ କାଜୋଲଙ୍କ ସହିତ କଫି ୱିଥ କରନର ଦ୍ୱିତୀୟ ସିଜନରେ ଅତିଥି ଭାବରେ ଆସିଥିଲେ ।

କରନଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ, ସେ କଳାକାରମାନଙ୍କୁ ଏହିପରି ପ୍ରଶ୍ନ ପଚାରନ୍ତି, ଯାହା ଉତ୍ତର ଦେବାରେ କଳାକାର ମାନଙ୍କ ପାଇଁ ବେଳେ ବେଳେ କଷ୍ଟ ହୋଇଥାଏ । ଠିକ୍ ଏହିପରି ହିଁ ସମାନ ଘଟଣା କାଜୋଲ ଏବଂ ଶାହରୁଖ ଖାନଙ୍କ ସହ ମଧ୍ୟ ଘଟିଥିଲା ।

ବାସ୍ତବରେ ହୋଷ୍ଟ କରନ୍ ରୈପିଡି ଫାୟର ରାଉଣ୍ଡରେ କାଜୋଲଙ୍କୁ ପଚାରିଥିଲେ କି ଯଦି ଦଶ ବର୍ଷ ପରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ୍ ତୁମ ଝିଅ ନ୍ୟାସାଙ୍କୁ ନେଇ ଘରୁ ପଳାଇ ଯାଆନ୍ତି ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ ? କାଜୋଲ ଆଦୌ ବିଳମ୍ବ ନକରି ଉତ୍ତର ଦେଲେ, “ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ”।

କିନ୍ତୁ ଅସଲ ମଜା ସେତେବେଳେ ଆସିଥିଲା ଯେତେବେଳେ କାଜୋଲଙ୍କ ଏହିପରି ଉତ୍ତର ପରେ ଶାହରୁଖ ନିଜ ପ୍ରତିକ୍ରିୟା ରଖିଥିଲେ।

କରନଙ୍କୁ ନିଜର ଆଶ୍ଚର୍ଯ୍ୟକର ବୟାନ ଦେବା ପରେ କାଜୋଲ ଯେତେବେଳେ ଶାହରୁଖଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଲେ, ସେତେବେଳେ ଶାହରୁଖ ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଚେହେରା ସହ କହିଥିଲେ କି “ତାଙ୍କୁ ଏହି ଥଟ୍ଟା ପରିହାସ ବୁଝା ପଡିଲା ନାହିଁ ।”

ଏଥି ସହିତ ଶାହରୁଖ ଏହା ମଧ୍ୟ କହିବାକୁ ଭୁଲି ନଥିଲେ କି ସେ ଏହି ବିଷୟକୁ ନେଇ ବହୁତ ଡରନ୍ତି, ଯଦି କାଜୋଲ ତାଙ୍କ ସହ କୌଣସି ପ୍ରକାରେ ସମ୍ପର୍କରେ ଆସନ୍ତି ।

ତଥାପି ଶାହରୁଖ ସେତେବେଳେ ଏହା ଥଟ୍ଟାରେ କହିଥିଲେ । କିନ୍ତୁ ଶାହରୁଖ ଏବଂ କାଜୋଲଙ୍କ ଉତ୍ତର ଶୁଣି ଦର୍ଶକ ମାନେ ନିଜ ହସକୁ ବନ୍ଦ କରି ପାରିଲେ ନାହିଁ ।

ଆପଣଙ୍କୁ କହିରଖୁଛୁ କି ବାସ୍ତବ ଜୀବନରେ କାଜୋଲ ଏବଂ ଶାହାରୁଖ ଖାନ୍ ବହୁତ ଭଲ ବନ୍ଧୁ ଅଟନ୍ତି । ତେବେ କିଛି ଦିନ ପୂର୍ବେ ସେମାନଙ୍କ ବନ୍ଧୁତାରେ ମତଭେଦ ହେବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା କିନ୍ତୁ ସେମାନଙ୍କର ବନ୍ଧୁତାରେ ସେହିପରି କିଛି ବିଶେଷ ପରିବର୍ତ୍ତନ ଆସି ନାହିଁ ।

Be the first to comment

Leave a Reply

Your email address will not be published.


*