ଚଳଚ୍ଚିତ୍ରରେ ବୃଦ୍ଧା ନଜର ଆସୁଥିବା ଏହି ୫ ଅଭିନେତ୍ରୀ ବାସ୍ତବ ଜୀବନରେ ଅଟନ୍ତି ବହୁତ ସୁନ୍ଦର !

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମାଁଙ୍କ ଚରିତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଚଳଚ୍ଚିତ୍ର ବଦଳିବା ସହିତ, ଏହି ଚରିତ୍ର ଗୁଡିକ ମଧ୍ୟ ସେମାନଙ୍କ ଗୁରୁତ୍ୱକୁ ବଜାୟ ରଖିଛନ୍ତି । ପୁରାତନ ଚଳଚ୍ଚିତ୍ର ଗୁଡ଼ିକରେ ଯେଉଁଠାରେ ମାଁଙ୍କୁ ଅସହାୟିତା ବୋଲି ଦର୍ଶାଯାଉଥିଲା, କିନ୍ତୁ ବର୍ତ୍ତମାନ ସମୟର ଚଳଚ୍ଚିତ୍ର ଗୁଡ଼ିକରେ, ମାଁଙ୍କୁ ଦୃଢ଼ ଶକ୍ତି ସମ୍ପର୍ଣ୍ଣ ​​ଏବଂ ନିଜ ସାମର୍ଥ୍ୟ ଅନୁସାରେ ପିଲା ମାନଙ୍କୁ ନିଜସ୍ୱ ଲାଳନ ପାଳନ କରିବ ସହିତ ଭଲ ଭବିଷ୍ୟତ ଟିଏ ଗଢି ତୋଳିବାର ସତ୍ସାହସ ଦେଖାଯାଇଥାଏ ।

ପରିବର୍ତ୍ତିତ ସମୟ ଅନୁସାରେ ଯଦି କିଛି ପରିବର୍ତ୍ତନ ହୋଇଛି, ତେବେ ଏହା ହେଉଛି ମାଁଙ୍କ ଚେହେରା। ପୂର୍ବରୁ ମାଁଙ୍କ ଚରିତ୍ର ବୟସ୍କ ଅଭିନେତ୍ରୀ ମାନଙ୍କ ଦ୍ୱାରା ଅଭିନିତ କରାଯାଉଥିଲା, ପରନ୍ତୁ ବର୍ତ୍ତମାନ କମ୍ ବୟସର ଅଭିନେତ୍ରୀମାନେ ମଧ୍ୟ ମାଁ ଭୂମିକାରେ ଅଭିନୟ କରୁଥିବା ଦୃଷ୍ଟିଗୋଚର ହେଉଛି । ଆଜି ଆମେ ଏହିପରି ହିଁ କିଛି ସ୍ୱଳ୍ପ ବୟସୀ ଯୁବା ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯେଉଁମାନେ ଚଳଚ୍ଚିତ୍ରରେ ଜଣେ ମାଁଙ୍କ ଭୂମିକାରେ ବହୁତ ଭଲ ଭାବରେ ଅଭିନୟ କରିଛନ୍ତି। ବାସ୍ତବ ଜୀଵନରେ ଏହି ଅଭିନେତ୍ରୀମାନେ ବହୁତ ସୁନ୍ଦର ଅଟନ୍ତି। କିନ୍ତୁ ସେମାନେ ଏହି ଚଳଚ୍ଚିତ୍ର ମାନଙ୍କରେ ବୟସ୍କ ମହିଳାଙ୍କ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ଅର୍ଚ୍ଚନା ଜୋଇଶ

୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର KGFରେ ସାଉଥ ଅଭିନେତ୍ରୀ ଅର୍ଚ୍ଚନା ଜୋଇଶ ୟଶଙ୍କ ମାଁଙ୍କ ଭୂମିକାରେ ଅଭିନୟ କରିଥିଲେ । କହିରଖୁଛୁ କି ଅର୍ଚ୍ଚନା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ରାମ୍ୟା କୃଷ୍ଣ

ଚଳଚ୍ଚିତ୍ର ବାହୁବଲୀରେ ମାତା ଶିବଗାମୀ ଦେବୀଙ୍କ ଚରିତ୍ରରେ ଅଭିନୟ କରିଥିବା ରାମ୍ୟା କୃଷ୍ଣନ ନିଜ ସମୟର ଜଣେ ବହୁତ ଜଣାଶୁଣା କଳାକାର ଭାବରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛନ୍ତି । ରାମ୍ୟା ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ବାସ୍ତବ ଜୀବନରେ ସେ ବହୁତ ଷ୍ଟାଇଲିସ୍ ଅଟନ୍ତି ।

ନାଦିୟା

ସାଉଥ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ମାନଙ୍କ ଠାରୁ ନାଦିୟା ଅନ୍ୟତମ ଅଟନ୍ତି । ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମିର୍ଚି ବାଜାରରେ ସାଉଥ ଷ୍ଟାଇଲିସ୍ ଷ୍ଟାର ପ୍ରଭାସଙ୍କ ମାଁଙ୍କ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ମାଁଙ୍କ ଚରିତ୍ରରେ ଅଭିନୟ କରୁଥିବା ନାଦିୟା ବାସ୍ତବ ଜୀବନରେ ବହୁତ ସୁନ୍ଦର ଅଟନ୍ତି ।

ଅମୃତା ସୁଭାଷ

ରଣବିର ସିଂ ଏବଂ ଆଳିୟା ଭଟ୍ଟଙ୍କ ଚଳଚ୍ଚିତ୍ର ଗଲୀ ବୟରେ ଅମୃତା ରଣବିରଙ୍କ ମାଁଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ସେ ବହୁତ ସାଧାରଣ ଲୁକ୍ସରେ ନଜର ଆସିଥିଲେ କିନ୍ତୁ ବାସ୍ତବିକ ଜୀବନରେ ସେ ବହୁତ ସୁନ୍ଦର ଅଟନ୍ତି ।

ମେହର ବିଜ୍

ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ମେହର ବିଜେ ଶିଶୁ କଳାକାର ମୁନୀଙ୍କ ମାଁ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ମେହର ନିଜର ଚରିତ୍ରକୁ ବହୁତ ସୁନ୍ଦର ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ବହୁତ ସିଧାସିଧା ନଜରରେ ଆସିଥିଲେ, କିନ୍ତୁ ବାସ୍ତବରେ ସେ ବହୁତ ଷ୍ଟାଇଲିସ୍ ଅଟନ୍ତି।

Be the first to comment

Leave a Reply

Your email address will not be published.


*