ଅନୁରାଧା ପୌଡ଼ୱାଲ ଯେତେବେଳେ କ୍ୟାରିଅରର ଶୀର୍ଷ ଭାଗରେ ଥିଲେ, ସ୍ୱାମୀ ଛାଡି ଚାଲି ଯାଇଥିଲେ ଏବଂ କିଛି ଦିନ ପୂର୍ବରୁ ପୁଅର ମୃତ୍ୟୁ ହୋଇଗଲା !

ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ ନିଜର ମଧୁର ସ୍ୱର ଏବଂ ଗୋଟିଏରୁ ବଢି ଗୋଟିଏ ଗୀତ ପାଇଁ ଜଣାଯାଆନ୍ତି । ୯୦ ଦଶକରେ ଅନୁରାଧାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ଆକର୍ଷିତ କରି ନେଇଥିଲା । ୮୦ ଏବଂ ୯୦ ଦଶକରେ ଅନୁରାଧା ପୌଡ଼ୱାଲ ଅନେକ ସୁପରହିଟ ଗୀତକୁ ନିଜର ସ୍ୱର ଦେଇଥିଲେ, ଯେଉଁଥିରେ ମୁଝେ ନିନ୍ଦ ନା ଆଏ, ନଜର କେ ସାମନେ ଏବଂ ଧକ୍ ଧକ୍ କରନେ ଲଗା ଭଳି ଅନେକ ଗୀତ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଅନୁରାଧା ପୌଡ଼ୱାଲକୁ ସେ ଗାଇଥିବା ସୁନ୍ଦର ଭୋଜନ ପାଇଁ ମଧ୍ୟ ଜଣା ଯାଇଥାଏ । ୨୭ ଅକ୍ଟୋବର ଦିନ ଅନୁରାଧା ପୌଡ଼ୱାଲଙ୍କର ଜନ୍ମ ଦିନ ଅଟେ । ସେ ୬୮ ବର୍ଷ ବୟସର ହୋଇ ଯାଇଛନ୍ତି ।

ଚଳିତବର୍ଷ ଅନୁରାଧା ନିଜର ଜନ୍ମଦିନକୁ ପାଳନ କରି ନାହାଁନ୍ତି । କିଛିଦିନ ପୂର୍ବରୁ ହିଁ ତାଙ୍କ ପୁଅ ଆଦିତ୍ୟ ପୌଡ଼ୱାଲଙ୍କ ଦେହାନ୍ତ ହୋଇ ଯାଇଥିଲା । ଯୁବକ ପୁଅର ଦେହାନ୍ତରେ ସମଗ୍ର ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଛି ।

ଆଦିତ୍ୟ ପାଉଡୱାଲ ବୃତ୍ତିରେ ଜଣେ ଗାୟକ ଥିଲେ ଏବଂ ଅନେକ ଭଜନ ଏବଂ ଚଳଚ୍ଚିତ୍ର ଗୀତରେ ନିଜର ଚମତ୍କାର ଦେଖାଇ ସାରିଥିଲେ । ମାତ୍ର ୩୫ ବର୍ଷ ବୟସରେ କିଡନୀ ଫେଲ କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା ।

ଅନୁରାଧାଙ୍କ ପରିବାରରେ ବର୍ତ୍ତମାନ କେବଳ ତାଙ୍କ ଝିଅ କବିତା ଏବଂ ସେ ନିଜେ ଅଛନ୍ତି । କବିତା ମଧ୍ୟ ବୃତ୍ତିରେ ଗାୟିକା ଅଟନ୍ତି । ଅନେକ ଭଜନରେ କବିତାଙ୍କ ସ୍ୱରର ଯାଦୁ ପ୍ରଦର୍ଶନ ହୋଇସାରିଛି । ଆପଣଙ୍କୁ କହିରଖୁଛୁ ଯେ ଅନୁରାଧାଙ୍କ ସ୍ୱାମୀ ଅରୁଣ ପୌଡ଼ୱାଲ ଏସ୍ ଡି ବର୍ମନଙ୍କ ଆସିଷ୍ଟାଣ୍ଟ ଥିଲେ ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ସହିତ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଥିଲା ।

ଅନୁରାଧା ପୌଡ଼ୱାଲ ମୁମ୍ବାଇରେ ହିଁ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭରୁ ହିଁ ତାଙ୍କୁ ମାୟାନଗରୀ ନିଜ ଆଡକୁ ଆକର୍ଷିତ କରୁଥିଲା । କୋଙ୍କଣୀ ପରିବାରରେ ଜନ୍ମ ହୋଇଥିବା ଅନୁରାଧାଙ୍କ ପିତା ତାଙ୍କ ଗୀତ ଗାଇବା ବିରୁଦ୍ଧରେ ଥିଲେ । ପିତାଙ୍କ ବିଶ୍ୱାସ ଅନୁଯାୟୀ ସମ୍ମାନିତ ପରିବାରର ଲୋକମାନେ ବଲିଉଡର ଅଂଶ ହୁଅନ୍ତି ନାହିଁ ।

ଅନୁରାଧାଙ୍କ ଧ୍ୟାନ ଏବଂ ପରିଶ୍ରମ ଦେଖି ପିତାଙ୍କ ହୃଦୟ ମଧ୍ୟ ତରଳି ଗଲା, କିନ୍ତୁ ଝିଅର ବିବାହ ଚିନ୍ତା ମଧ୍ୟ ପିତାଙ୍କର ରହିଥିଲା । ଯେଉଁଭଳି ଅନୁରାଧା ନିଜ କ୍ୟାରିଅରରେ ଆଗକୁ ବଢ଼ୁଥିଲେ, ସେହିଭଳି ତାଙ୍କ ଜୀବନରେ କେହି ବିଶେଷ ଆସିବାର ଥିଲା । ଏହି ବିଶେଷ ଅରୁଣ ପୌଡ଼ୱାଲ ଥିଲେ ।

ଅରୁଣଙ୍କ ସହିତ ଅନୁରାଧାଙ୍କ ସାକ୍ଷାତ କ୍ୟାରିଅର ଆରମ୍ଭ ଦିନରୁ ହିଁ ହୋଇ ଯାଇଥିଲା । ଅନୁରାଧା ଏବଂ ଅରୁଣ ପରସ୍ପରକୁ ପସନ୍ଦ କରିବାକୁ ଲାଗିଥିଲେ । କିନ୍ତୁ ଅନୁରାଧାଙ୍କ ପିତା ଏହି ସମ୍ପର୍କ ପ୍ରତି ପ୍ରସ୍ତୁତ ନଥିଲେ କାରଣ ପ୍ରଥମତଃ ଅରୁଣ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ସହିତ ସମ୍ପର୍କ ରଖିଥିଲେ ଏବଂ ଦ୍ୱିତୀୟତଃ ଅନୁରାଧା ଏବଂ ଅରୁଣଙ୍କ ବୟସରେ ମଧ୍ୟ ଅନେକ ପାର୍ଥକ୍ୟ ରହିଥିଲା ।

ଅନୁରାଧାଙ୍କ ଜିଦ୍ ଆଗରେ ପିତାଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଲା । ୧୯୬୯ ମସିହାରେ ୧୭ ବର୍ଷ ବୟସରେ ହିଁ ଅନୁରାଧା ଅରୁଣ ପୌଡ଼ୱାଲଙ୍କୁ ବିବାହ କରିଥିଲେ । ଅନୁରାଧା ଏବଂ ଅରୁଣଙ୍କ ମଧ୍ୟରେ ୧୦ ବର୍ଷର ପାର୍ଥକ୍ୟ ରହିଥିଲା ।

ସ୍ୱାମୀ ଅରୁଣ ପୌଡ଼ୱାଲ , ଅନୁରାଧାଙ୍କୁ ଗୀତ ଗାଇବା ପାଇଁ ସର୍ବଦା ପ୍ରେରଣା ଦେଉଥିଲେ । ଅରୁଣ, ଅନୁରାଧାଙ୍କ ପାଇଁ କୌଣସି ଗୁରୁଙ୍କ ଠାରୁ କମ୍ ନଥିଲେ । ସେ ଅନୁରାଧାଙ୍କୁ ଥରେ ଲତା ମଙ୍ଗେଶକରଙ୍କର ଗୀତର ରେକର୍ଡ ଶୁଣାଇବା ପାଇଁ ନେଇ ଯାଇଥିଲେ ।

ସେହି ସମୟରେ ଅନୁରାଧା ଧ୍ୟାନର ସହିତ ଲତାଙ୍କୁ ଶୁଣିବାକୁ ଲାଗିଥିଲେ । ବାସ୍ତବରେ ଅରୁଣ ଏସ୍ ଡି ବର୍ମନଙ୍କ ଆସିଷ୍ଟାଣ୍ଟ ଥିଲେ । ସେଥିପାଇଁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଗଭୀର ଭାବରେ ଜଡିତ ଥିଲେ । ଅନୁରାଧା ପୌଡ଼ୱାଲଙ୍କୁ ତାଙ୍କ ସ୍ବାମୀ ଅରୁଣ ହିଁ ପ୍ଲେବ୍ୟାକ ପାଇଁ ପ୍ରଶିକ୍ଷିତ କରିଥିଲେ ।

ନିଜର ମଧୁର ସ୍ୱର ପାଇଁ ଅନୁରାଧା ପୌଡ଼ୱାଲଙ୍କୁ ଆଗାମୀ ଲତା ମଙ୍ଗେଶକର ବୋଲି କୁହା ଯାଉଥିଲା, କିନ୍ତୁ ତାଙ୍କର ଏହି ସଫଳତାକୁ ନଜର ଲାଗିବାରେ ବିଳମ୍ବ ହେଲାନାହିଁ । ଅନୁରାଧାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା । ୧୯୯୧ ମସିହାରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇ ଯାଇଥିଲା ।

ଗୁଲଶନ କୁମାରଙ୍କ ସହିତ ତାଙ୍କ ଗୀତକୁ ଅନେକ ପ୍ରସିଦ୍ଧି ମିଳିଥିଲା । ୧୯୯୭ ମସିହାରେ ଗୁଲଶନ କୁମାରଙ୍କ ମଧ୍ୟ ହତ୍ୟା ହୋଇ ଯାଇଥିଲା । ଯାହାର ପ୍ରଭାବ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଉପରେ ପଡିବା ସହିତ ଅନୁରାଧାଙ୍କ ଉପରେ ପଡିଥିଲା । ଏହାପରେ ଧୀରେ ଧୀରେ ଅନୁରାଧା ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବାକୁ ଲାଗିଥିଲେ ।

ଅନୁରାଧା ଯେତେବେଳେ ନିଜ କ୍ୟାରିଅରର ଶୀର୍ଷ ଭାଗରେ ଥିଲେ, ସେତେବେଳେ ସେ ଗୀତ ଗାଇବା ଠାରୁ ବିଦାୟ ନେଇଥିଲେ । ଏହି କଥାର ପ୍ରକାଶ ସେ ଏକ ସାକ୍ଷାତକାର ମାଧ୍ୟମରେ କରିଥିଲେ । ସେ କହିଥିଲେ ଯେ ମୁଁ ଚାହୁଁଥିଲି ମୋ କ୍ୟାରିଅରର ଶୀର୍ଷ ଭାବରେ ରହି ଗୀତ ଗାଇବା ଠାରୁ ବିଦାୟ ନେବି, ଯାହାଫଳରେ ଲୋକମାନେ ସର୍ବଦା ମୋତେ ମନେ ରଖିବେ ।

Be the first to comment

Leave a Reply

Your email address will not be published.


*