ସମ୍ପତ୍ତିରେ କୋଟିପତି ମାନଙ୍କୁ ମଧ୍ୟ ଟକ୍କର ଦେଇଥାଏ ମନ୍ନୁ କବାଡୀ, ବିଳାସପୂର୍ଣ୍ଣ ଜୀବନଶୈଳୀର ଅଟେ ଦିୱାନା !

ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ସୋତୀଗଞ୍ଜ ଅଞ୍ଚଳରେ ମନ୍ନୁ କବାଡୀ ଲୁଟ୍ ଏବଂ ଚୋରି ହୋଇଥିବା ବାଇକ୍ କାଟି ବିପୁଳ ସମ୍ପତ୍ତି ହାସଲ କରିନେଇଛି । ତାହାର ବସବାସ କରିବା ଏବଂ ଜୀବନ ବଞ୍ଚିବାର ଶୈଳୀରେ ବଡ଼ ବଡ଼ ଲୋକ ମଧ୍ୟ ଫିକା ପଡିଯାଆନ୍ତି । ମନ୍ନୁ ନିଜ ଘରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ରଖିଅଛି । ତାହାର କହିବା ଅନୁଯାୟୀ ସେ କବାଡ଼ିଆ କାମ କରେ କିନ୍ତୁ ତାହାର ଇଚ୍ଛା କୋଟିପତିଙ୍କ ଭଳି ଅଟେ । କହିରଖୁଛୁ ଯେ ସେ ନିଜ ଘରର ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଆସନ୍ତୁ ମନ୍ନୁ କବାଡୀ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ବାସ୍ତବରେ ମନ୍ନୁ କବାଡୀର ସୋତୀଗଞ୍ଜରେ ଗୋଟିଏ ନୁହେଁ ବରଂ ତିନୋଟି ଘର ରହିଛି ଏବଂ ତିନୋଟି ଘରର ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । କହିରଖୁଛୁ ଯେ ମନ୍ନୁ ଏହି ବିଳାସପୂର୍ଣ୍ଣ ଘର ଗୁଡିକର ମାଲିକ ନୁହେଁ ବରଂ ଅନେକ ମୂଲ୍ୟବାନ ଏବଂ ଦାମିକା ଜମିର ମାଲିକ ମଧ୍ୟ ଅଟେ । କେବଳ ଏତିକି ନୁହେଁ ମନ୍ନୁ କବାଡୀର ବସ ମଧ୍ୟ ଚାଲିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାହାର ୨୨ଟି ବସ୍ ଚୁକ୍ତିବଦ୍ଧ ରହିଛି । ଏଥିରୁ ସ୍ପଷ୍ଟ ଯେ ମନ୍ନୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବ ଏବଂ ନିଜର ସମ୍ବନ୍ଧ ଗୁଡିକୁ ମଧ୍ୟ ବ୍ୟବହାର କରିଥିବ ।

ମନ୍ନୁ କବାଡୀର ଘର ଦେଖି ପୋଲିସ୍ ହେଲା ଆଶ୍ଚର୍ଯ୍ୟ:-

ସୋମବାର ଦିନ ସୋତୀଗଞ୍ଜ ପୋଲିସ୍ ମନ୍ନୁର ଘର ଚଢାଉ କରିଥିଲା କିନ୍ତୁ ଏହାର ସୂଚନା ତାକୁ ପୂର୍ବରୁ ମିଳି ଯାଇଥିଲା । ସେଦିନ ମନ୍ନୁ ପରିବାର ସହିତ ଘରୁ ଗାଏବ ହୋଇ ଯାଇଥିଲା । ପୋଲିସ୍ ଘରେ ଦେଖିବାକୁ ପାଇଥିଲା ଯେ ତତ୍ପରତାରେ ଘରର ସଦସ୍ୟ ମାନେ ଟିଭି ବନ୍ଦ କରିବାକୁ ଭୁଲି ଯାଇଥିଲେ । ଏଭଳି ପରିସ୍ଥିତିରେ ଘରେ କେହି ନ ଥିବାରୁ ପୋଲିସ୍ କାହାକୁ ମଧ୍ୟ ପଚରାଉଚରା କରି ପାରିଲାନାହିଁ କିନ୍ତୁ ଘର ଭିତରର ଦୃଶ୍ୟ ପୋଲିସ୍ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ମନ୍ନୁର ଦୁଇଟି ଘର ସୋତୀଗଞ୍ଜ ଅଞ୍ଚଳରେ ରହିଛି ଏବଂ ଏହି ଘର ଗୁଡିକରେ ବିଳାସପୂର୍ଣ୍ଣର ସମସ୍ତ ସୁଖ ସୁବିଧା ରହିଛି । ଏହାକୁ ଦେଖି ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ଜଣାଅଛି ଯେ ମନ୍ନୁ କବାଡୀ ଚୋରିର ବାଇକ୍ କାଟି କୋଟିପତି ହୋଇଛି । ତେବେ ବର୍ତ୍ତମାନ ପୋଲିସ୍ ମନ୍ନୁକୁ ଏହି ସମସ୍ତ ଘଟଣାର ପଚରାଉଚରା କରିବାକୁ ଚାହୁଁଛି ଏବଂ ଏହାସହିତ ମନ୍ନୁର ଅପରାଧୀକ ରେକର୍ଡ ମଧ୍ୟ ଖୋଳତାଡ଼ କରାଯାଉଛି । ଏବଂ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରସ୍ତୁତି କରାଯାଉଛି ।

କହିରଖୁଛୁ ଯେ କ୍ୟାଣ୍ଟର ଏଏସପି ଡ଼ା.ଇରଜ ରାଜାଙ୍କର ନେତୃତ୍ୱରେ ପୋଲିସ କ୍ରମାଗତ ଭାବରେ ଦ୍ଵିତୀୟ ଦିନ ମଧ୍ୟ ଚଢ଼ାଉ କରିଥିଲା । ପୋଲିସ୍ ସୋତୀଗଞ୍ଜରେ କବାଡ଼ିଆର ଗୋଦାମରେ ରେଜିଷ୍ଟର ଏବଂ ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛି ।

ସୋତୀଗଞ୍ଜ ପୋଲିସ୍ ଅଞ୍ଚଳର କବାଡ଼ିଆ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ପୋଲିସ୍ କହିବା ଅନୁଯାୟୀ, ରାହୁଲ କାଲା , ଶୋଏବ ଅରଫ ଶୀଲା, ହାଜି ଗଲା, ଇକବାଲ ଏବଂ ଗଦ୍ଦୁ ଭଳି ଅନେକ କବାଡ଼ିଆ ସୋତୀଗଞ୍ଜ ଅଞ୍ଚଳରେ କଳାଧନ୍ଦା ଦ୍ୱାରା କୋଟିପତି ହୋଇଛନ୍ତି । ସୋତୀଗଞ୍ଜ ପୋଲିସ୍ ଅନୁଯାୟୀ, ମନ୍ନୁ, ରାହୁଲ ଏବଂ ଶୋଏବ ଅରଫ ଶୀଲା ଅଞ୍ଚଳରେ ଦୁଇ ଚକିଆ ଯାନବାହନର ଚୋରି କରାଇଥାନ୍ତି । ଏଭଳି ପରିସ୍ଥିତିରେ ଏହି ତିନିଜଣ କବାଡ଼ିଆଙ୍କୁ ଗୋଟିଏ ଗ୍ୟାଙ୍ଗରେ ରଖି ଗ୍ୟାଙ୍ଗଷ୍ଟାର ଲଗାଯିବ । ଏହି ତିନିଜଣଙ୍କ ଉପରେ ସଦର ବଜାର, କୌତୱାଲି, ଲିସାଡିଗେଟ ଏବଂ ବ୍ରହ୍ମପୁରୀ ସମେତ ଅନ୍ୟ ସମସ୍ତ ଥାନାରେ ଏକା ଭଳି ଧାରାରେ ଅନେକ ମାମଲା ଦାଖଲ କରାଯାଇଛି ।

ଜବତ କରାଯାଇପାରେ ବେଆଇନ ସମ୍ପତ୍ତି:-

ପୋଲିସ୍ ଅନୁଯାୟୀ ଗ୍ୟାଙ୍ଗଷ୍ଟାର ୧୪Aର କାର୍ଯ୍ୟାନୁଷ୍ଠାନ ଅଧୀନରେ ବେଆଇନ ସମ୍ପତ୍ତି ଗୁଡିକୁ ଜବତ କରାଯାଇପାରେ । କହିରଖୁଛୁ ଯେ ଯେକୌଣସି ଅପରାଧୀଙ୍କ ଉପରେ ଗ୍ୟାଙ୍ଗଷ୍ଟାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦୁଇ କିମ୍ବା ଦୁଇରୁ ଅଧିକ ଅପରାଧୀଙ୍କର ଏକାଭଳି ଅପରାଧ ହେବା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ, ଏହା ଏଭଳି କାରଣ ପୋଲିସ୍ ଏହା ପ୍ରମାଣ କରିପାରିବ ଯେ ଦୁଇ କିମ୍ବା ଦୁଇରୁ ଅଧିକ ଲୋକ ଗ୍ୟାଙ୍ଗ କରି ଅପରାଧର ପରିଣତି ଦେଇଛନ୍ତି ।

କ୍ୟାଣ୍ଟ ବୋର୍ଡ ଅଞ୍ଚଳରେ ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ରହିଛି କିନ୍ତୁ ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ ଏଥିପାଇଁ ଖୁବ୍ ଶୀଘ୍ର ଅନୁମତି ମିଳୁଅଛି । କ୍ୟାଣ୍ଟ ବୋର୍ଡ ଅଞ୍ଚଳରେ ୫ ମହଲା ଘର ନିର୍ମାଣ କରାଯାଇ ପାରିବନାହିଁ କିନ୍ତୁ ମନ୍ନୁ କବାଡୀ ଏହା ମଧ୍ୟ କରି ଦେଖାଇ ଦେଇଛି । ଏଥିସହିତ କ୍ୟାଣ୍ଟ ବୋର୍ଡରେ ଅଧିକାରୀ ମାନେ ଏହି ମାମଲାରେ ଚୁପ ହୋଇ ବସିଛନ୍ତି ଏବଂ କୌଣସି ଯାଞ୍ଚ କରାଉ ନାହାଁନ୍ତି । କ୍ୟାଣ୍ଟ ବୋର୍ଡକୁ ଏହା ମଧ୍ୟ ଜଣାନାହିଁ ଯେ ନିର୍ମାଣ କାର୍ଯ୍ୟ ବେଆଇନ ଅଟେ ନା ଏଥିପାଇଁ ଅନୁମତି ନିଆ ଯାଇଥିଲା ।

Be the first to comment

Leave a Reply

Your email address will not be published.


*