ଲକଡାଉନରେ ଚାଲିଗଲା ମାଆର ଚାକିରୀ, ପାଠ ପଢା ଛାଡି “ଚା” ବିକ୍ରି କରିବାକୁ ବାଧ୍ୟ କଲା ୧୪ ବର୍ଷର ବାଳକ !

ଇଜୁ ମୁମ୍ବାଇ ରାସ୍ତାରେ ଚା ବିକ୍ରି କରୁଥିବା ଜଣେ ବାଳକ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି । ୧୪ବର୍ଷୀୟ ବାଳକ ସୁଭାନ , ଭେଣ୍ଡି ବଜାର ଅଞ୍ଚଳରେ ଏକ ଚା ଷ୍ଟଲରେ କାମ କରୁଛନ୍ତି । ଏହା ନୁହେଁ ଯେ ସୁଭାନ ବହୁ ପୂର୍ବରୁ ଚା ବିକ୍ରି କରିଆସୁଛନ୍ତି , ବାସ୍ତବରେ ସୁଭାନଙ୍କ ମାଆ ଏହା ପୂର୍ବରୁ କାମ କରୁଥିଲେ । କରୋନା ପାଇଁ ଲକଡାଉନ ହେତୁ ତାଙ୍କ ମାଆ ଚାକିରୀ ହରାଇଲେ ଏବଂ ଭଉଣୀର ଅନଲାଇନ କ୍ଲାସ୍ ଖର୍ଚ୍ଚ ମଧ୍ୟ ବଢ଼ିଗଲା ।

ଭଉଣୀର ପାଠପଢ଼ା ଜାରି ରଖିବା ପାଇଁ ସୁଭାନ ନିଜ ପଢାପଢି ଛାଡିଥିଲେ । ମୁମ୍ବାଇର ବାସିନ୍ଦା ସୁଭାନ ଆଜି ତାଙ୍କ ହାତରେ ଚା ଗ୍ଲାସ୍ ସହିତ ଚା ବାଣ୍ଟୁଥିବା ଦେଖିବାକୁ ମିଳୁଛି । କୁହାଯାଉଛି ଯେ ପ୍ରାୟ ୧୨ବର୍ଷ ପୂର୍ବେ ସୁଭାନଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ସୁଭାନଙ୍କୁ ମାତ୍ର ୨ବର୍ଷ ବୟସ ହୋଇଥିଲା । ଏହାପରେ ସୁଭାନଙ୍କ ମାଆ ଏକ ବିଦ୍ୟାଳୟରେ ଆୟା ଭାବରେ କାମ କରୁଥିଲେ ।

କିନ୍ତୁ କରୋନା ପାଇଁ ଯେବେ ଲକଡାଉନ ହେଲା, ସେ ନିଜର ଚାକିରି ହରାଇଥିଲେ । ଚାକିରି ଛାଡିବା ପରେ ତାଙ୍କ ପରିବାର ଆର୍ଥିକ ପ୍ରତିବନ୍ଧକ ଏବଂ ପେଟ ପୋଷିବା ସମସ୍ୟା ସହ ସଂଘର୍ଷ କରିବାକୁ ଲାଗିଲା । ସୁଭାନ ମଧ୍ୟ ନିଜେ ଅଧ୍ୟୟନ କରୁଥିଲେ ଏବଂ ତାଙ୍କ ଭଉଣୀ ମଧ୍ୟ ଅଧ୍ୟୟନ କରୁଥିଲେ । କିନ୍ତୁ ଟଙ୍କା ଅଭାବରୁ ତାଙ୍କ ଅଧ୍ୟୟନରେ ସମସ୍ୟା ଦେଖାଦେଇଥିଲା ।

ଏହା ପରେ ସୁଭାନ ଚା ଦୋକାନରେ କାମ କରିବା ଆରମ୍ଭ କଲେ । ଅଳ୍ପ ବୟସରେ ସୁଭାନ ଦିନରାତି କଠିନ ପରିଶ୍ରମ କରି ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି । ସୁଭାନ ତାଙ୍କ ଭଉଣୀ ପଢ଼ାଖର୍ଚ୍ଚ ମଧ୍ୟ ତାଙ୍କ ରୋଜଗାରରୁ କାଟନ୍ତି ଏବଂ ଘରର ସଦସ୍ୟମାନଙ୍କ ପେଟ ମଧ୍ୟ ପୋଷନ୍ତି ।

ସୁହାନଙ୍କ ଚର୍ଚ୍ଚା କେବଳ ମୁମ୍ବାଇ ରାସ୍ତାରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ସୁହାନଙ୍କ ଉପରେ ଆଲୋଚନା ହେଉଛି । ସୋଭାନଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

Be the first to comment

Leave a Reply

Your email address will not be published.


*