ବଲିଉଡର ଏହି ଅଭିନେତ୍ରୀ ମାନେ ନିଜ ଅଭିନୀତ ଚରିତ୍ର ପାଇଁ ବହୁତ ପରିଶ୍ରମ କରିଛନ୍ତି, କିଏ ଔଷଧର ସେବନ କରିଛନ୍ତି ତ ପୁଣି କିଏ ହୋଇଛନ୍ତି ଚେନ୍-ସ୍ମୋକର !

ବଲିଉଡର କଳାକାର ମାନେ ନିଜ ଅଭିନୟ ପାଇଁ ଓଜନ ବୃଦ୍ଧି କରନ୍ତି ଏବଂ ହ୍ରାସ ମଧ୍ୟ କରନ୍ତି । ଅନେକ କଳାକାର ନିଜ ଚରିତ୍ରକୁ ବାସ୍ତବତାର ସହିତ ପ୍ରଦର୍ଶିତ କରିବା ପାଇଁ ନିଜକୁ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦିଅନ୍ତି । ଆଜି ଆମେ ଏହିପରି ହିଁ କିଛି ବଲିଉଡ କଳାକାରଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ନିଜ ଚରିତ୍ରକୁ ବାସ୍ତବତାର ସହିତ ଉପସ୍ଥାପନା କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜକୁ ଚରିତ୍ର ମଧ୍ୟରେ ରଖିବା ପାଇଁ ଔଷଧ ସେବନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଉପାୟକୁ ଆପଣାଇଛନ୍ତି ।

କଙ୍ଗନା ରନୌତ

ଅଭିନେତ୍ରୀ କଙ୍ଗନାଙ୍କ ଚଳଚ୍ଚିତ୍ର ”ଥାଲାଇବୀ”ରେ ତାଙ୍କର ବର୍ଦ୍ଧିତ ଓଜନ ଲୁକ ଏବଂ ଚଳଚ୍ଚିତ୍ର ପରେ ଓଜନ ହ୍ରାସକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାମିଲନାଡୁର ରାଜନୈତିକ ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବା ନିମନ୍ତେ କଙ୍ଗନା ରନୌତ ୬ କିଲୋଗ୍ରାମ ଓଜନ ବର୍ଦ୍ଧିତ କରିଛନ୍ତି । ଅଭିନେତ୍ରୀ କହିଛନ୍ତି କି ଏହି ଭୂମିକା ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବାର ଆବଶ୍ୟକତା ଥିଲା, କିନ୍ତୁ କଙ୍ଗନା ବହୁତ ପତଳା ଥିଲେ । ତାଙ୍କୁ ଓଜନ ବୃଦ୍ଧି କରିବା ପାଇଁ ସାମନ୍ୟ ପରିମାଣରେ ହରମୋନର ଡୋଜ୍ ନେବାକୁ ପଡିଥିଲା । ଏଥିସହ ସେ ନିଜର ଡ଼ାଇଟରେ ମଧ୍ୟ ଏହିପରି ଖାଦ୍ୟକୁ ଅନ୍ତର୍ଭୁକ୍ତ କରିଥିଲେ, ଯାହା ଦ୍ୱାରା ଓଜନ ବୃଦ୍ଧି ହୋଇଇପାରିବ । ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଯାଇଛି ଏବଂ ବର୍ତ୍ତମାନ କଙ୍ଗନା ତାଙ୍କ ଓଜନ ହ୍ରାସ ନିମନ୍ତେ ବହୁତ କଠିନ ପରିଶ୍ରମ କରୁଛନ୍ତି ।

ବିଦ୍ୟା ବାଲନ

ଚଳଚ୍ଚିତ୍ର “ଡାର୍ଟି ପିକ୍ଚର”ରେ ତାଙ୍କ ଦ୍ୱାରା ଅଭିନୀତ ସିଳ୍କ ସ୍ମିତାଙ୍କ ଚରିତ୍ରକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଭୂମିକାରେ ଅଭିନୟ କରିବା ପାଇଁ ବିଦ୍ୟା ବାଲାନ କିଛି ଭୁଲ୍ ଅଭ୍ୟାସକୁ ଆପଣାଇ ଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଚେନ୍-ସ୍ମୋକର ସାହାରା ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଧୂମପାନ କରିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିଲାକି ଅଭିନେତ୍ରୀ ଦିନସାରା ସିଗାରେଟ ଟାଣୁଥିଲେ । ସୁଟିଂ ପୂର୍ବରୁ, ବିଦ୍ୟା ଚରିତ୍ରରେ ଆସିବା ପାଇଁ ଏକା ସମୟରେ ଦଶଗୋଟି ସିଗାରେଟ୍ ପିଉଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ କି ଗୋଟିଏ ଥରେ ଏତେ ମାତ୍ରାରେ ସିଗାରେଟ୍ ଟାଣିବା କାରଣରୁ ତାଙ୍କର ମୁଣ୍ଡବ୍ୟଥା ହେଉଥିଲା ।

ସଲମାନ ଖାନ୍

ଅଭିନେତା ସଲମାନ ତାଙ୍କ ଚଳଚ୍ଚିତ୍ର ‘ସୁଲତାନ’ ପାଇଁ ୧୦ କିଲୋଗ୍ରାମ୍ ଓଜନ ବଢ଼ାଇଥିଲେ । କାରଣ ଏହି ଚଳଚ୍ଚିତ୍ରରେ ସଲମାନ ଜଣେ ପହିଲମାନ ଭୂମିକାରେ ଅଭିନୟ କରିଥିଲେ, ଏଥିପାଇଁ ସଲମାନଙ୍କୁ ତାଙ୍କ ଓଜନ ବଢ଼ାଇବାକୁ ପଡିଥିଲା । ଚଳଚ୍ଚିତ୍ର ପରେ ପୁଣି ଓଜନ ହ୍ରାସ କରିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।

ଆମିର ଖାନ୍

ରେସଲର ମହାବୀର ଫୋଗଟଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ର “ଦଙ୍ଗଲ”ରେ ପହିଲମାନ ଫୋଗଟଙ୍କ ଭୂମିକାରେ ଅଭିନୟ କରିବାକୁ ଆମୀରଙ୍କୁ ନା କେବଳ ୨୦ କିଲୋଗ୍ରାମ୍ ଓଜନ ବଢାଇବାକୁ ପଡିଥିଲା, ବରଂ ନିଜ ଗୋଡକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ ।

କ୍ରୀତି ସେନନ୍

“ଲୁକ୍କା ଛିପି” ଚଳଚ୍ଚିତ୍ରକୁ ବକ୍ସ ଅଫିସରେ ବହୁତ ପସନ୍ଦ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ କ୍ରୀତି ସେନନ୍ ଗୋଟିଏ ଛୋଟ ସହରର ଝିଅ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର ଶାଢ଼ୀ ଲୁକ୍ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା, କିନ୍ତୁ ଆପଣ ଜାଣନ୍ତି କି ଚଳଚ୍ଚିତ୍ରରେ ସେ ସମସ୍ତ ଶାଢ଼ୀ ତାଙ୍କ ମାଁଙ୍କ ଠାରୁ ନେଇଥିଲେ, ଯାହାଫଳରେ ପରଦାରେ ସେ ପ୍ରକୃତରେ ଜଣେ ଛୋଟ ସହରର ଝିଅ ଭାବରେ ଦେଖାଯିବେ ।

ଭୂମି ପେଡ଼ନେକର

ଚଳଚ୍ଚିତ୍ର “ଦମ୍ ଲଗାକେ ହୈଶା’ର ଅଭିନେତ୍ରୀ ଭୂମିକା ତାଙ୍କ ଚରିତ୍ର ପାଇଁ ୩୦ କିଲୋଗ୍ରାମ୍ ଓଜନ ବଢାଇଥିଲା । ତାଙ୍କର ଓଜନ ୫୫ କିଲୋଗ୍ରାମ୍ ଥିଲା, କିନ୍ତୁ ଚଳଚ୍ଚିତ୍ରର ଚରିତ୍ର ପାଇଁ ତାଙ୍କୁ ପାଖାପାଖି ୩୦ କିଲୋଗ୍ରାମ୍ ଓଜନ ବଢାଇବାକୁ ପଡ଼ିଥିଲା, କାରଣ ଏହି ଚଳଚ୍ଚିତ୍ରରେ ତାଙ୍କୁ ଜଣେ ୮୫ କିଲୋଗ୍ରାମ୍ ଓଜନ ବିଶିଷ୍ଟ ମହିଳାଙ୍କ ଭୂମିକାରେ ଅଭିନୟ କରିବାକୁ ପଡ଼ିଥିଲା ।

କଙ୍ଗନା ରାନୌତ (ମଣିକର୍ଣ୍ଣିକା)

ଚଳଚ୍ଚିତ୍ର ମଣିକର୍ଣ୍ଣିକାରେ କଙ୍ଗନା ରାନୌତ ମହାରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିଥିଲେ । ଏଥିପାଇଁ ତାଙ୍କୁ ଖଣ୍ଡା ଚାଳନା ଏବଂ ଘୋଡା ଚାଳନା ନିମନ୍ତେ ଅନେକ ଅଭ୍ୟାସ କରିବାକୁ ପଡିଥିଲା । ଘୋଡା ଚାଳନା ଅଭ୍ୟାସ ହେତୁ ସେ ଅନେକ ଥର ଜ୍ୱରରେ ପୀଡିତ ହୋଇଥିଲେ, କିନ୍ତୁ ସେ ହାର ମାନିନଥିଲେ ଏବଂ ଚରିତ୍ର ପାଇଁ କଠିନ ପରିଶ୍ରମ କରିଥିଲେ ।

Be the first to comment

Leave a Reply

Your email address will not be published.


*