୨୦୧୮ରେ ମଧ୍ୟ ନିକିତା ଅପହରଣ ହୋଇଥିଲା, ଆମେ ୨ ବର୍ଷ ପୂର୍ବେ ବୁଝାମଣା କରିନଥାନ୍ତୁ ତେବେ ତାଙ୍କ ଜୀବନ ବଞ୍ଚିପାରିଥାନ୍ତା-ମାମୁଁ

ଲଭ୍ ଜିହାଦର ଶୀକାର ହୋଇଥିବା ହରିୟାଣାର ଝିଅ ନିକିତାର ଅନ୍ତିମ ସଂସ୍କାର ପରିବାର ଲୋକ କରିଛନ୍ତି । ପରିବାର ଲୋକ ସରକାରଙ୍କୁ ଦାବି କରିଛନ୍ତି କି ତାଙ୍କ ଝିଅର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ । ପରିବାର ଲୋକ କହିଛନ୍ତି ଯେ ଅଭିଯୁକ୍ତ ତୌସିଫ କଂଗ୍ରେସ ବିଧାୟକ ଆଫତାବ ଅହମ୍ମଦଙ୍କ ଭଣଜା ଅଟନ୍ତି ଏବଂ ଏହି ଲୋକଙ୍କର ରାଜନୈତିକ ସମର୍ଥନ ରହିଛି । ନିକିତାଙ୍କ ପରିବାର ଅନୁସାରେ ଏହି ଲୋକଙ୍କ ସମ୍ପର୍କ ସୋନିଆ ଏବଂ ରାହୁଲ ଗାନ୍ଧୀ ପଯ୍ୟନ୍ତ ଅଟେ ।

ପରିବାର ଲୋକଙ୍କ ଅନୁଯାୟୀ, ୨୦୧୮ରେ ତୌସିଫ ନିକିତାକୁ ଅପହରଣ କରିଦେଇଥିଲା । ଯାହାପରେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଥିଲା କିନ୍ତୁ ପଞ୍ଚାୟତ ଆଗରେ ଏହାର ବୁଝାମଣା କରାଯାଇଥିଲା । ନିକିତା ତୋମରର ଭାଇ ନବୀନ ତୋମର ଅନୁସାରେ ଦୁଇ ବର୍ଷ ପୂର୍ବେ ମଧ୍ୟ ସେ ମୋ ଭଉଣୀକୁ ହଇରାଣ କରିବାକୁ ଚେଷ୍ଟା କରିଥିଲା, ପୋଲିସରେ ଅଭିଯୋଗ ମଧ୍ୟ ହୋଇଥିଲା କିନ୍ତୁ ସେମାନେ ପ୍ରଭାବଶାଳୀ ଲୋକ ଅଟନ୍ତି, ଆମେ ଡରିଯାଇଥିଲୁ ଏବଂ ପଞ୍ଚାୟତ ଆଗରେ ବୁଝାମଣା କରିଦେଇଥିଲୁ ।

ଅନ୍ୟପକ୍ଷରେ ନିକିତାଙ୍କ ମାମୁଁ ଆଦଲ ରାୱତ କହିଥିଲେ କି, ଯଦି ଆମେ ୨ବର୍ଷ ପୂର୍ବେ ବୁଝାମଣା ନକରିଥାନ୍ତୁ, ତେବେ ନିକିତାଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା । ସେ ୨୦୧୮ରେ ଆମ ଝିଅକୁ ଅପହରଣ କରିଥିଲା । ଆମେ ଏଫଆଇଆର ଦାଖଲ କରିଥିଲୁ ଏବଂ ତାକୁ ଗିରଫ କରାଇଥିଲୁ । ତୌସିଫଙ୍କ ପରିବାର ଲୋକ ଆମକୁ କ୍ଷମା ମାଗିଥିଲେ ଏବଂ କହିଥିଲେ କି ବର୍ତ୍ତମାନ ଆଉ ଏହିପରି ହେବ ନାହିଁ । ଯାହାପରେ ବୁଝାମଣା ହୋଇଥିଲା ।

ଆଦଲ ରାୱତ କହିଛନ୍ତି ଯେ ଏହି ପରିବାର ୪୦-୫୦ବର୍ଷରୁ ରାଜନୀତିରେ ଅଛନ୍ତି । ତୌସିଫର ଅଜା ଖୁରସିଦ ଅହମ୍ମଦ ଜଣେ ବିଧାୟକ ଏବଂ ମନ୍ତ୍ରୀ ରହିଆସିଛନ୍ତି । ତାଙ୍କ ପୁଅ ଆଫତାବ ଅହମ୍ମଦ ମଧ୍ୟ କଂଗ୍ରେସରେ ବିଧାୟକ ଅଟନ୍ତି । ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ସହ ସିଧାସଳଖ ତାଙ୍କର ସମ୍ବନ୍ଧ ଅଛି । ଆଜି ଯଦି ଏହି ଅପ୍ରୀତିକର ଘଟଣା ହୋଇନଥାନ୍ତା, ତେବେ ବୋଧହୁଏ ଆମେ ଆଜି ମଧ୍ୟ ବୁଝାମଣା କରିଥାନ୍ତୁ । କାରଣ ସେମାନେ ବହୁତ ଶକ୍ତିଶାଳୀ ଲୋକ ଅଟନ୍ତି ।

ନିକିତାଙ୍କ ଘରଲୋକ ଏହାକୁ ଲଭ୍ ଜିହାଦର ମାମଲା ମଧ୍ୟ କହୁଛନ୍ତି । ପରିବାର ଅନୁଯାୟୀ ତୌସିଫଙ୍କ ମାଆ ନିକିତାଙ୍କୁ ଫୋନ କରି ହଇରାଣ କରୁଥିଲେ । ସେ ନିକିତାଙ୍କୁ ପ୍ରାୟ କହୁଥିଲେ, ‘ଧର୍ମ ପରିବର୍ତ୍ତନ କର ଏବଂ ମୋ ପୁଅକୁ ବିବାହ କରିଦିଅ ।’

* ସମ୍ପୂର୍ଣ୍ଣ ବିଷୟ କଣ ?

ଫରିଦାବାଦ ନିକଟସ୍ଥ ବଲ୍ଲଭଗଡରେ ରହୁଥିବା ନିକିତା ତୋମାରର ତୌସିଫ ହତ୍ୟା କରିଦେଇଥିଲା । ତୌସିଫ ବହୁ ବର୍ଷ ଧରି ନିକିତାଙ୍କ ପଛରେ ପଡିଥିଲା । ସୋମବାର ଯେତେବେଳେ ନିକିତା ପରୀକ୍ଷା ଦେଇ ବାହାରକୁ ବାହାରୁଥିଲା, ସେତେବେଳେ ତୌସିଫ ନିଜର ସାଙ୍ଗ ସହିତ ମିଶିକରି ତାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ । ନିକିତା ଏହାର ବିରୋଧ କରିଥିଲା , ଯାହାପରେ ତୌସିଫ ନିକିତାକୁ ଗୁଳି କରିଥିଲା । ଘଟଣା ପରେ ତୌସିଫ ଫେରାର ହୋଇଯାଇଥିଲା ଏବଂ ନିକିତାକୁ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ନିକିତାର ମୃତ୍ୟୁ ହୋଇଥିଲା ।

* ରାଜପଥରେ ଜାମ୍ କରିଥିଲେ

ନିକିତାଙ୍କ ପରିବାର ଝିଅର ଅନ୍ତିମ ସଂସ୍କାର କରିବାକୁ ମନାକରିଦେଇଥିଲେ ଏବଂ ଦିଲ୍ଲୀ-ମଥୁରା ନ୍ୟାସନାଲ ରାଜପଥକୁ ଜାମ କରିଥିଲେ । ପରିବାର ଲୋକ ସରକାରଙ୍କୁ ଦାବି କରିଥିଲେ କି ସେ ନିକିତାଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ବୁଝାମଣା ପରେ ପରିବାର ଲୋକ ମାନିଯାଇଥିଲେ ଏବଂ ନିକିତାର ଅନ୍ତିମ ସଂସ୍କାର କରାଯାଇଥିଲା ।

ମୃତକ ଛାତ୍ରା ନିକିତାଙ୍କ ବାପା କରିଛନ୍ତି ଯେ ଅଭିଯୁକ୍ତଙ୍କ ମାଆ ମଧ୍ୟ ପୂର୍ବ ୨ବର୍ଷରୁ ଝିଅ ଉପରେ ଧର୍ମ ପରିବର୍ତ୍ତନର ଚାପ ପକାଉଥିଲେ । ପୋଲିସ୍ ଅନୁସନ୍ଧାନରେ ଜଣାପଡିଥିଲା କି ନିକିତାର ହତ୍ୟା ପୂର୍ବରୁ ନିକିତା ଏବଂ ତୌସିଫର କଥାବାର୍ତ୍ତା ହୋଇଥିଲା । ତୌସିଫ ବାରମ୍ବାର ନିକିତା ଉପରେ ଘରୁ ପଳାଇ ବିବାହ କରିବାର ଚାପ ପକାଉଥିଲେ । ଏଥିସହିତ ନିକିତା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ତୌସିଫ ଏବଂ ଏହାର ସାଙ୍ଗ ରେହାନ ଦୁଇଦିନର ପୋଲିସ୍ ରିମାଣ୍ଡରେ ଅଛନ୍ତି ।

Be the first to comment

Leave a Reply

Your email address will not be published.


*