ମାନବିକତାକୁ ଚାପୁଡ଼ା:- ୨ଦିନର ଶିଶୁକୁ ଭୂମିରେ ଜୀବନ୍ତ ପୋତୁଥିଲା ଜଣେ ବ୍ୟକ୍ତି ଲୋକମାନେ ଏହିପରି କଲେ ଜୀବନ ରକ୍ଷା !

ଯେତେବେଳେ ମଧ୍ୟ କାହାର ଘରେ ପିଲା ଜନ୍ମ ହୁଏ, ସେତେବେଳେ ସମଗ୍ର ପରିବାରରେ ଖୁସିର ପରିବେଶ ହୋଇଥାଏ । ମାତା ଓ ପିତା ନିଜର ଛୋଟ ଅତିଥିର ଅତି ଯତ୍ନର ସହିତ ଧ୍ୟାନ ରଖନ୍ତି । ତାହାଉପରେ ଏକ ସ୍କ୍ରାଚ୍ ଆସିବାକୁ ଦିଅନ୍ତି ନାହିଁ କିନ୍ତୁ ମହାରାଷ୍ଟ୍ରର ପୁନେରେ ଏକ ଏପରି ମାମଲା ଆଗକୁ ଆସିଛି ଯାହା ମାନବିକତାର ନାମ ମାଟିରେ ବୁଡାଇ ଦେଇଛି । ଏଠାରେ ଏକ ବ୍ୟକ୍ତି ନବଜାତ ଶିଶୁକୁ ମାଟିରେ ଜୀବନ୍ତ ପୋତୁଥିବାର ଦେଖାଯାଇଥିଲା ।

ବାସ୍ତବରେ ହୃଦୟକୁ ଥରେଇଦେଲା ଭଳି ଏହି ଘଟଣା ପୁନେର ଆମ୍ବୋଡି ଗ୍ରାମରେ ଗୁରୁବାରକୁ ଦେଖିବାକୁ ମିଳିଲା । ଏଠାରେ ଏକ ବ୍ୟକ୍ତି ଦୁଇ ଦିନର ନବଜାତ ଶିଶୁକୁ ଭୂମିରେ ଖାଲ କରି ଜୀବନ୍ତ ପୋତୁଥିଲା । ସେ ଯେତେବେଳେ ଶିଶୁକୁ ଗାତରେ ପକେଇ ତା’ଉପରେ ମାଟି ପକେଇଲା, ସେ କାନ୍ଦିବାକୁ ଲାଗିଲା । ଶିଶୁର ସ୍ୱର ଶୁଣି ଆଖପାଖର ଲୋକ ଆସିଗଲେ । ଲୋକଙ୍କୁ ନିଜ ଆଡକୁ ଆସୁଥିବାର ଦେଖି ଅଭିଯୁକ୍ତ ବ୍ୟକ୍ତି ସେଠାରୁ ପଳେଇଗଲା ।

ଶିଶୁକୁ ଏହି ଅବସ୍ଥାରେ ଦେଖି ଗାଁ ଲୋକ ଡରିଗଲେ । ସେମାନେ ତାକୁ ଖାଲରୁ ବାହାର କଲେ । ଏହାପରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ଶେଷରେ ଶିଶୁକୁ ସ୍ଥାନୀୟଲୋକ ଏବଂ ପୋଲିସର ସାହାଯ୍ୟରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଥିବା ସାସୱାଡ ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ଡିଏସ ହାକେ କହିଛନ୍ତି ଯେ ପୋଲିସ୍ ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି ।

ବାସ୍ତବରେ ସେଠାରେ କିଛି ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଥିଲା , ଯାହାର ଫୁଟେଜକୁ ପୋଲିସ ନିଜ ଅଧୀନକୁ ନେଇଯାଇଛି । ଏହାସହିତ ସେହି ଅଜ୍ଞାତ ଅଭିଯୁକ୍ତ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ବର୍ତ୍ତମାନ ଏହି ଶିଶୁ କିଏ ଅଟେ ଏହାର ପରିଚୟ ଜଣାପଡି ନାହିଁ । ଗାଁରେ ଯେଉଁ ବ୍ୟକ୍ତି ବି ଏହି ଘଟଣା ବିଷୟରେ ଶୁଣିଲା , ସେ ଥରିଗଲା । ସର୍ବଶେଷରେ , ସେ କେମିତି ଦୁଷ୍ଟଲୋକ ଅଟନ୍ତି , ଯିଏକି ଦୁଇଦିନର ଶିଶୁକୁ ଜୀବନ୍ତ ପୋତିବାକୁ ଚାହୁଁଥିଲେ ।

କହିବାକୁ ଗଲେ ଏହିପରି କୌଣସି ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବୁଧବାରକୁ ପୁନେରେ ଏଭଳି ସାମ୍ନାକୁ ଆସିଥିଲା । ଏଠାର ବାଗଡ଼ ଅଞ୍ଚଳରେ ଏକ ଛକ ନିକଟରେ ଅଳିଆ ଗଦାରେ କୌଣସି ଲୋକ ଗୋଟେ ଦିନର ନିରୀହ ଶିଶୁକୁ ଛାଡ଼ିଦେଇଥିଲା । ଏଭଳି ପରିସ୍ଥିତିରେ ଲୋକମାନେ ନବଜାତ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଏହିପରି ଘଟଣା ଯେତେବେଳେ ଆଗକୁ ଆସିଥାଏ , ସେତେବେଳେ ବହୁତ ଦୁଃଖ ଲାଗିଥାଏ । ଆଜିର ଦୁନିଆରେ ମଧ୍ୟ ଲୋକମାନେ ଶିଶୁକୁ ଏହିଭଳି ଭାବେ ଛାଡି ଦଉଛନ୍ତି । ଏହା ଏକ ଲଜ୍ଜାଜନକ କଥା ଅଟେ । ଯଦି ଆପଣଙ୍କୁ ଏହିଭଳି କୌଣସି ଘଟଣାର ସୂଚନା ମିଳେ, ତେବେ ତୁରନ୍ତ ସେହି ଶିଶୁର ସାହାଯ୍ୟ କରନ୍ତୁ । ଆପଣଙ୍କ ଏକ ପଦକ୍ଷେପ ଯୋଗୁଁ ଏକ ନିରୀହକୁ ନୂଆଁ ଜୀବନ ମିଳିପାରେ ।

Be the first to comment

Leave a Reply

Your email address will not be published.


*