ନିଜ ଠାରୁ ଅଧା ବୟସର ମହିଳାଙ୍କ ସହ କରିଛନ୍ତି ଏହି ରାଜନେତାମାନେ ବିବାହ, ଜାଣନ୍ତୁ କେଉଁ ବଡ଼ ନାମ ଜଡିତ !

ବଲିଉଡରେ ଆପଣଙ୍କୁ ଏମିତି ଅନେକ ଦମ୍ପତି ମିଳିଯିବେ ଯାହାଙ୍କ ବୟସରେ ବହୁତ ଦୂରତା ଥାଏ କିନ୍ତୁ କଣ ଆପଣ ଜାଣନ୍ତି କି କିଛି ଏମିତି ରାଜନେତା ଅଛନ୍ତି , ଯେଉଁମାନେ ନିଜଠାରୁ କମ ବୟସର ମହିଳାଙ୍କ ସହ ବିବାହ କରିଥିଲେ । ଯାହାକୁ ଦେଖିକି ଆପଣଙ୍କୁ ମଧ୍ୟ ଲାଗିବ କି ସତ ପ୍ରେମ ଥିବ ଯଦି ଆପଣ ନିଜର ଜୀବନସାଥୀର ବୟସ ବିଷୟରେ ଧ୍ୟାନ ଦିଅନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କିଛି ବଡ଼ ରାଜନେତାଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ବୟସ ନିଜର ପତିଙ୍କ ଠାରୁ ପ୍ରାୟ ୨୦ ରୁ ୩୦ ବୟସର ଅନ୍ତର ଅଟେ ।

ଏଚଡି କୁମାର ସ୍ୱାମୀ

ଜେଡିଏସଙ୍କ ନେତା ଏଚଡି କୁମାର ସ୍ୱାମୀ ଯିଏକି ତାମିଲର ଜଣାଶୁଣା ଅଭିନେତ୍ରୀ ରାଧିକା କୁମାରସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । କହିଦଉଛୁ କି ତାଙ୍କର ଦ୍ୱିତୀୟ ପତ୍ନୀ ତାଙ୍କଠାରୁ ବୟସରେ ୨୭ବର୍ଷ ଛୋଟ ଅଟେ । ଦେଖାଗଲେ ଯେଉଁ ବର୍ଷ କୁମାର ସ୍ୱାମୀଙ୍କ ପ୍ରଥମ ବିବାହ ହୋଇଥିଲା , ସେହି ସମୟରେ ରାଧିକା ଜନ୍ମ ହୋଇଥିଲେ ।

ରାମ ବିଲାସ ପାସୱାନ

ରାମ ବିଲାସ ପାସୱାନ , ଯିଏ ଆଉ ଏହି ଦୁନିଆରେ ନାହାଁନ୍ତି , ସେ ମଧ୍ୟ ଦୁଇଜଣଙ୍କୁ ବିବାହ କରିଥିଲେ । ତାଙ୍କର ଦ୍ୱିତୀୟ ପତ୍ନୀ ରେନା ପାସୱାନ ଏବଂ ତାଙ୍କ ମଧ୍ୟରେ ୧୯ବର୍ଷର ଅନ୍ତର ଅଟେ । ଉଭୟ ୧୯୮୩ ମସିହାରେ ବିବାହ କରିଥିଲେ ।

ଦିଗବିଜୟ ସିଂହ

ଜଣାଶୁଣା ନେତା ଦିଗବିଜୟ ସିଂହ ମଧ୍ୟ ଦୁଇଟି ବିବାହ କରିଛନ୍ତି । କହିଦଉଛୁ ତାଙ୍କର ପ୍ରଥମ ବିବାହ ଆଶା ଦେବୀଙ୍କ ସହ ହୋଇଥିଲା କିନ୍ତୁ କିଛି ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ ଲୋକପ୍ରିୟ ପତ୍ରକାର ଅମୃତ ରାୟଙ୍କୁ ୨୦୧୫ରେ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ୨୫ବର୍ଷର ଅନ୍ତର ଅଟେ ।

ଲାଲୁ ପ୍ରସାଦ ଯାଦବ

ରାଜନୀତିର ବରିଷ୍ଠ ରାଜନେତା ମାନଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ୧୯୭୩ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ରାବ୍ରି ଦେବୀ ଅଟେ । ଆପଣଙ୍କୁ କହିଦଉଛୁ ଯେ ରାବ୍ରି ଦେବୀ ଲାଲୁଙ୍କ ଠାରୁ ବୟସରେ ୧୧ବର୍ଷ ଛୋଟ ଅଟନ୍ତି ।

ଦେବେନ୍ଦ୍ର ଫଡନାଭିସ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରଥମ ବିବାହ ୨୦୦୫ରେ ହୋଇଥିଲା । ତାଙ୍କର ପତ୍ନୀ ଆଉ କେହି ନୁହନ୍ତି ଜଣାଶୁଣା ଗାୟିକା ଅମୃତା ଫଡନାଭିସ ଅଟନ୍ତି । ଦୁହିଁଙ୍କ ମଧ୍ୟରେ ୯ବର୍ଷର ଅନ୍ତର ଅଟେ ।

Be the first to comment

Leave a Reply

Your email address will not be published.


*