ଗୋଟିଏ କୋଠରୀରେ ରହି ମଧ୍ୟ ପରସ୍ପରକୁ କଥା ହୁଅନ୍ତି ନାହିଁ ଅଜୟ ଓ କାଜଲ, ଜାଣନ୍ତୁ କାରଣ !

ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଯୋଡ଼ି ମଧ୍ୟରେ ଏକ ନାମ କାଜଲ ଓ ଅଜୟ ଦେବଗଣଙ୍କ ମଧ୍ୟ ଆସେ । ହଁ, ଆଜି କାଜଲ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି । କାଜଲଙ୍କ ଜନ୍ମ ମୁମ୍ବାଇରେ ୧୯୪୭ ମସିହାରେ ହୋଇଥିଲା । ଏବଂ ତାଙ୍କ ବିବାହ ୧୯୯୯ ମସିହାରେ ହୋଇଥିଲା । ଦମ୍ପତି କିପରି ପରସ୍ପରକୁ ସାକ୍ଷାତ କଲେ ଓ କିପରି ପ୍ରେମ କଲେ ଏବଂ ସବୁଠାରୁ ବଡ଼ କଥା ଆଜି ମଧ୍ୟ ଦୁହିଁଙ୍କ ମଧ୍ୟରେ ଝଗଡା ହୁଏ ନାହିଁ ଓ ପ୍ରେମ ବଜାୟ ରହିଛି । ଜାଣନ୍ତୁ କାଜଲଙ୍କ ସହ ଜଡ଼ିତ କିଛି କଥା –

ଏକ ଇଣ୍ଟରଭ୍ୟୁ ସମୟରେ କାଜଲ କହିଥିଲେ ବାସ୍ତବରେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଅଜୟଙ୍କୁ ଦେଖା କରିଥିଲି, ସେତେବେଳେ ମୁଁ ଟିକିଏ ଆଗରୁ ତାଙ୍କ ବିଷୟରେ ଖରାପ କଥା କହୁଥିଲି ଏବଂ ଶଟ ପାଇଁ ପ୍ରସ୍ତୁତ ହେଲି ସେତେବେଳେ ମୁଁ ପଚାରିଲି ଯେ ହିରୋ କେଉଁଠି ଅଛି, ସେତେବେଳେ କେହି ଜଣେ ଈଶାରା କଲେ କି ହିରୋ ସେପଟେ ବସିଛନ୍ତି ।

ବାସ୍ତବରେ ଏମାନଙ୍କ ସାକ୍ଷାତ ଚଳଚ୍ଚିତ୍ର ହଲଚଲ୍ ସେଟରେ ହୋଇଥିଲା ।

ଯେତେବେଳେ ଆମେ ଦୁହେଁ ପରସ୍ପରକୁ ଦେଖା କଲୁ ସେତେବେଳେ ଆମର ସ୍ଵଭାବ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ଧୀରେ ଧୀରେ କଥାବାର୍ତ୍ତା କରି ଆମେ ଦୁହେଁ ବନ୍ଧୁ ହେଲୁ ସେତେବେଳେ ଆମେ ଦୁହେଁ ଅନ୍ୟ କାହା ସହିତ ସମ୍ପର୍କରେ ଥିଲୁ ଏବଂ ଅଜୟ କାଜଲଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ, ତାଙ୍କ ସମ୍ପର୍କରେ ଥିବା ସମସ୍ୟା ଗୁଡ଼ିକୁ ସମାଧାନ କରୁଥିଲେ । ପରେ ଧୀରେ ଧୀରେ ଆମେ ଦୁହେଁ ନିକଟକୁ ଆସିଗଲୁ । ଦୁହିଁଙ୍କ ବ୍ରେକପ୍ ହୋଇଯାଇଥିଲା କାଜଲ ନିଜ ପ୍ରେମୀ ଠାରୁ ଅଲଗା ହୋଇଗଲେ ଓ ଅଜୟ ନିଜ ପ୍ରେମିକାଙ୍କ ଠାରୁ ଦୂରେଇ ଗଲେ । ପରେ ପାଖାପାଖି ୪ ବର୍ଷ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଡେଟ୍ କଲେ ।

ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ଅଜୟଙ୍କ ମାତାପିତା ବିବାହ ପାଇଁ ରାଜି ହୋଇ ସାରିଥିଲେ କିନ୍ତୁ କାଜଲଙ୍କ ମାତାପିତା ଚାହୁଁଥିଲେ ଯେ ସେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ, କିନ୍ତୁ କାଜଲ ମାନିଲେ ନାହିଁ ଏବଂ ଏଥିପାଇଁ ସେ ଚାରିଦିନ ପର୍ଯ୍ୟନ୍ତ ନିଜ ମାତାପିତାଙ୍କ ସହ କଥାବାର୍ତ୍ତା କଲେ ନାହିଁ। ଯେତେବେଳେ କାଜଲ ଅଜୟ ଦେବଗନଙ୍କ ସହିତ ବିବାହ କରିବେ ବୋଲି ଜିଦ କଲେ ସେତେବେଳେ ତାଙ୍କ ମାତାପିତାଙ୍କୁ ତାଙ୍କ କଥାରେ ରାଜି ହେବାକୁ ପଡ଼ିଥିଲା ।

ଅଜୟ ଦେବଗଣ କହିଥିଲେ ଯେ ସେହି ଦୁଇଜଣଙ୍କ ମଧ୍ୟରୁ ସବୁଠାରୁ ଭଲ କଥା ଥିଲା ଯେ ସେ ପରସ୍ପରକୁ କେବେ ସେହି ମନୁଷ୍ୟ ହେବା ପାଇଁ କହିଲେ ନାହିଁ, ଯାହାକି ସେ ଦୁହେଁ ନଥିଲେ । ଯଦି ଦୁହିଁଙ୍କୁ ସମୟ ଦରକାର ଥିଲା ତେବେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝୁଥିଲେ । କେବେମଧ୍ୟ ଦୁହିଁଙ୍କ ମଧ୍ୟରେ ବିବାଦ ହୁଏ ନାହିଁ । ଦୁହେଁ ପରସ୍ପରକୁ ସମସ୍ତ କଥା ସେୟାର କରନ୍ତି ।

ଯେବେ ମଧ୍ୟ ଅଜୟଙ୍କ ସହ ଝଗଡା ହୁଏ ସେତେବେଳେ ଦୁହେଁ ଗୋଟିଏ କୋଠରୀରେ ଘଣ୍ଟା ଘଣ୍ଟା ଧରି ରୁହନ୍ତି କିନ୍ତୁ ପରସ୍ପର ସହ କଥାବାର୍ତ୍ତା କରନ୍ତି ନାହିଁ ଏବଂ ଏହିସବୁ ପାଇଁ ସେ ଦୁହେଁ କେବେମଧ୍ୟ ଅସହଜ ଅନୁଭବ କରନ୍ତି ନାହିଁ । ଦୁହେଁ ପରସ୍ପର ସହିତ ସର୍ବଦା ରହିଛନ୍ତି । କାଜଲଙ୍କ ସହିତ ତାଙ୍କର ଏକ ଦୃଢ଼ ସମ୍ପର୍କରେ ଅଛନ୍ତି ।

Be the first to comment

Leave a Reply

Your email address will not be published.


*