ଏକ ସମୟରେ ବେକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ଏହି ବଲିଉଡ଼ କଳାକାର ମାନେ, କଠିନ ପରିଶ୍ରମ ଓ ସଂଘର୍ଷ ପରେ ମିଳିଲା ସଫଳତା !

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଖୁବ୍ ଭଲ ଭଲ କଳାକାର ଉପସ୍ଥିତ ଅଛନ୍ତି, ଯେଉଁମାନେ ନିଜର ଉତ୍ତମ ଅଭିନୟ ବଳରେ ଲୋକଙ୍କୁ ପ୍ରଭାବିତ କରିଛନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରି ଏପରି ଏକ ସ୍ଥାନ ଅଟେ ଯେଉଁଠାରେ ସମସ୍ତେ ନିଜର ସ୍ବପ୍ନ ଦେଖନ୍ତି କିନ୍ତୁ ଏଠାକୁ ଆସିବା ଯେତେ କଷ୍ଟକର ତାଠାରୁ ଅଧିକ କଠିନ ଏହି ଇଣ୍ଡଷ୍ଟ୍ରିରେ ଦୀର୍ଘ ସମୟ ଧରି ରହିବା ଅଟେ । ସେହିପରି ଆମେ ଆପଣଙ୍କୁ ବଲିଉଡ଼ର ଏପରି କିଛି କଳାକାରଙ୍କ ବିଷୟରେ ସୂଚନା ଦେବୁ ଯେଉଁମାନେ ଏଥି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ନିଜ ଜୀବନରେ ବହୁତ କଠିନ ପରିଶ୍ରମ ଓ ସଂଘର୍ଷ କରିଛନ୍ତି, ଏତିକିନୁହେଁ ବରଂ କିଛି କଳାକାର ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ପାଦ ରଖିବା ପୂର୍ବରୁ ଏକ ବେକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ କାମ କରିଥିଲେ । ତେବେ ଚାଲନ୍ତୁ ଏପରି କିଛି ବଲିଉଡ଼ କଳାକାରଙ୍କ ବିଷୟରେ ଜାଣିବା ।

ଶାହୀଦ କପୂର

ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ମଧ୍ୟରେ ଏକ ଶାହୀଦ କପୂରଙ୍କ ନାମ ମଧ୍ୟ ଆସେ । ଶାହୀଦ କପୂର ନିଜ ଚଳଚ୍ଚିତ୍ର କ୍ୟାରିୟରର ଆରମ୍ଭ ମୁଖ୍ୟ ଅଭିନେତା ଭାବେ ଚଳଚ୍ଚିତ୍ର “ଇସ୍କ ବିସ୍କ” ଠାରୁ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ନବୋଦିତ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା, ଏହା ପରେ ସେ ବଲିଉଡ଼ର ତାଙ୍କର ଅନେକଗୁଡ଼ିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶାହୀଦ କପୂର ଏକ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି, କିନ୍ତୁ ବୋଧହୁଏ ଖୁବ୍ କମ୍ ଲୋକଙ୍କୁ ଏହା ଜଣା ଯେ ଶାହୀଦ କପୂର ନିଜ କ୍ୟାରିୟରର ଆରମ୍ଭ ଏକ ଡ୍ୟାନ୍ସର ଭାବରେ କରିଥିଲେ । ଏକ ଶିଶୁ କଳାକାର ଭାବେ ଅଭିନେତା ଶାହୀଦ କପୂର ଅନେକଗୁଡ଼ିଏ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି । ଶାହୀଦ କପୂର କ୍ୟାରିୟରର ଆରମ୍ଭ ଡାନ୍ସ କୋରୀୟୋଗ୍ରାଫର ଶାମକ ଡ଼ାବରଙ୍କ ଡ୍ୟାନ୍ସ ଗ୍ରୁପରେ ସାମିଲ ହୋଇ କରିଥିଲେ । ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ତାଙ୍କୁ ବେକଗ୍ରାଉଣ୍ଡ ଡ୍ୟାନ୍ସ ରୂପେ ମଧ୍ୟ ଦେଖାଯାଇଥିଲା । ଚଳଚ୍ଚିତ୍ର “ତାଳ” ର “କହି ଆଗ ଲଗେ ଲଗ୍ ଯାଏ” ଗୀତରେ ଐଶ୍ଚର୍ଯ୍ୟାଙ୍କ ପଛରେ ଶାହୀଦ କପୂର ଡ୍ୟାନ୍ସ କରୁଥିବାର ନଜର ଆସୁଥିଲେ । ଚଳଚ୍ଚିତ୍ର “ଦିଲ ତୋ ପାଗଲ୍ ହେ” ର ଏକ ଗୀତ “ମୁଝକୋ ହୁଇ ନା ଖବର”ରେ ମଧ୍ୟ ଶାହୀଦ କପୂର ବେକଗ୍ରାଉଣ୍ଡ ଡ୍ୟାନ୍ସର ରୂପେ ନଜର ଆସିଥିଲେ ।

ଅରଶଦ ବାରସୀ

ଚଳଚ୍ଚିତ୍ର ଅଭିନେତା ଅରଶଦ ବାରସୀ ମଧ୍ୟ ନିଜ କ୍ୟାରିୟର ଆରମ୍ଭରେ ବେକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କରିଥିଲେ । ଚଳଚ୍ଚିତ୍ର “ଆଗ ସେ ଖେଳେଙ୍ଗେ”ରେ ଜିତେନ୍ଦ୍ର ଓ କିମି କାଟକର ଙ୍କ ଗୀତ “ହେଲ୍ପ ମୀ” ରେ ସେ ବେକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନଜର ଆସିଥିଲେ ।

ମୌନି ରଏ

ମୌନି ରଏ ଦେଖିବାକୁ ଯେତେ ସୁନ୍ଦର ଦେଖାଯାଆନ୍ତି ସେତିକି ସୁନ୍ଦର ଅଭିନେତ୍ରୀ ଅଟନ୍ତି । ସେ ନିଜର ଉତ୍ତର ଅଭିନୟ ବଳରେ ଟିଭି ଜଗତରେ ନାମ ଅର୍ଜନ କରି ପାରିଛନ୍ତି । ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରୁ ଜଣେ ମୌନି ରଏଙ୍କ ନାମ ମଧ୍ୟ ସାମିଲ ରହିଛି । ଟିଭିରେ ଆସିବା ପୂର୍ବରୁ ମୌନି ରଏ ମଧ୍ୟ ବେକଗ୍ରାଉଣ୍ତ ଡ୍ୟାନ୍ସର ଥିଲେ । ଚଳଚ୍ଚିତ୍ର “ରନ୍”ର ଏକ ଗୀତରେ ମୌନି ରଏ ବେକଗ୍ରାଉଣ୍ତ ଡ୍ୟାନ୍ସର ରୂପେ ନଜର ଆସିଥିଲେ ।

ଡେଜି ଶାହ

ଅଭିନେତ୍ରୀ ଡେଜି ଶାହ ଚଳଚ୍ଚିତ୍ର “ଜୟ ହୋ” ଠାରୁ ବଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜର ପାଦ ରଖିଥିଲେ । ଆପଣଙ୍କୁ ସୁଚାଇଦେଉକି ଅଭିନେତ୍ରୀ ଡେଜି ଶାହ ଡ୍ୟାନ୍ସର ଓ କୋରୀୟୋଗ୍ରାଫର ମଧ୍ୟ ଅଟନ୍ତି । ଡେଜି ଶାହ ସଲମାନ ଖାନଙ୍କ ଅନେକଗୁଡ଼ିଏ ଗୀତରେ ବେକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତ

ବଲିଉଡ଼ର ସ୍ଵର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ଜଗତରେ ନାହାଁନ୍ତି କିନ୍ତୁ ଫ୍ୟାନ୍ସ ମାନଙ୍କ ହୃଦୟରେ ସବୁବେଳେ ଜୀବିତ ରହିବେ । ନିଜ ୮ ବର୍ଷର କ୍ୟାରିୟରରେ ସେ ବହୁତ ସଂଘର୍ଷ କରିଥିଲେ ଏବଂ ସେ ଜଣେ ସଫଳ ଅଭିନେତା ହୋଇପାରିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ସୁଶାନ୍ତ ସିଂହ ରାଜପୁତ ନିଜ କ୍ୟାରିୟର ଆରମ୍ଭ ଏକ ବେକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କରିଥିଲେ । ଚଳଚ୍ଚିତ୍ର “ଧୁମ ୨”ରେ ହ୍ରିତିକ୍ ରୋଶନଙ୍କ ସହିତ ସୁଶାନ୍ତ ଡ୍ୟାନ୍ସ କରିଥିଲେ, ଏହା ବ୍ୟତୀତ ସେ ଐଶ୍ଚର୍ଯ୍ୟା ରାୟଙ୍କ ପଛରେ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଥିଲେ ।

Be the first to comment

Leave a Reply

Your email address will not be published.


*